Radha Pada Darshan / ଓଡ଼ିଆଣୀ ବେଶରେ ମା' ରାଧାରାଣୀ: କ'ଣ ରହିଛି ରାଧାପାଦ ଦର୍ଶନର ମହତ୍ତ୍ୱ ?
·28 mins ago·2 min read

Key Points
ରାଧାପାଦ ଦର୍ଶନର ଅଲୌକିକ ରହସ୍ୟ
ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼
ଓଡ଼ିଆଣୀ ବେଶରେ ମା' ରାଧାରାଣୀ
ନଟବର ବେଶରେ ପ୍ରଭୁ ଶ୍ରୀକୃଷ୍ଣ
ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼
ଓଡ଼ିଆଣୀ ବେଶରେ ମା' ରାଧାରାଣୀ
ନଟବର ବେଶରେ ପ୍ରଭୁ ଶ୍ରୀକୃଷ୍ଣ
ଭକ୍ତିମୟ ପରିବେଶ... ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ସାକ୍ଷୀଗୋପାଳ ପୀଠ । ମା' ରାଧାରାଣୀଙ୍କ ପାଦପଦ୍ମ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି । କାର୍ତ୍ତିକ ମାସରେ ଆସିଛି ପବିତ୍ର ଅଁଳା ନବମୀ । ବର୍ଷକରେ ଥରେ ମିଳୁଛି ମା' ରାଧାରାଣୀଙ୍କ ପାଦ ଦର୍ଶନର ସୌଭାଗ୍ୟ । ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ନଟବର ବେଶରେ ଶ୍ରୀକୃଷ୍ଣ । ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତମୟ ହୋଇଉଠିଛି ସାକ୍ଷୀଗୋପାଳ ପୀଠ । ହେଲେ କ'ଣ ରହିଛି ରାଧାପାଦ ଦର୍ଶନର ମହତ୍ତ୍ୱ ?
କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରିଛନ୍ତି ମା' ରାଧାରାଣୀ । ସେପଟେ ନଟବର ବେଶରେ ସଜେଇ ହୋଇଛନ୍ତି ଶ୍ରୀକୃଷ୍ଣ । ଧାର୍ମିକ ବିଶ୍ୱାସ ଅନୁସାରେ, ଅଁଳା ନବମୀ ତିଥିରେ ମା' ରାଧାରାଣୀଙ୍କ ପାଦପଦ୍ମ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଏହି ଦୁର୍ଲଭ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ ।
ପୌରାଣିକ କଥା ଅନୁସାରେ, ଥରେ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ଅସୁସ୍ଥ ହୋଇପଡ଼ିଥିଲେ । ରାଜବୈଦ୍ୟ କହିଥିଲେ ଯେ ତାଙ୍କୁ ସଚ୍ଚା ପ୍ରେମ କରୁଥିବା କୌଣସି ବ୍ୟକ୍ତିଙ୍କ ପାଦର ଧୂଳି ତାଙ୍କ ମସ୍ତକରେ ଲଗାଇଲେ ହିଁ ସେ ସୁସ୍ଥ ହେବେ । ଶ୍ରୀକୃଷ୍ଣଙ୍କର ଅଷ୍ଟସଖୀ ନିଜ ପାଦର ଧୂଳି ଦେବାକୁ ସଂକୋଚ କରିଥିଲେ । ସ୍ୱୟଂ ଭଗବାନଙ୍କ ମସ୍ତକରେ ନିଜ ପାଦର ଧୂଳି ଦେଲେ ମହାପାପ ଲାଗିବ ବୋଲି ସେମାନେ ଭୟ କରୁଥିଲେ ।
କିନ୍ତୁ ମା’ ରାଧା ନିଜର ପାପ ବା ପୁଣ୍ୟର କୌଣସି ଚିନ୍ତା ନକରି ଶ୍ରୀକୃଷ୍ଣଙ୍କ ଆରୋଗ୍ୟ କାମନାରେ ତୁରନ୍ତ ନିଜ ପାଦର ଧୂଳି ପ୍ରଦାନ କରିଥିଲେ । ତାଙ୍କର ଏହି ନିଃସ୍ୱାର୍ଥପର ପ୍ରେମ ଓ ତ୍ୟାଗକୁ ସ୍ମରଣ କରି ଏହି ଦିନ ରାଧା ପାଦ ଦର୍ଶନ କରାଯାଏ । ବର୍ଷର ଅନ୍ୟ ସମସ୍ତ ଦିନରେ ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧା ଘାଗରା-ଚୋଲି ପରିଧାନ କରିଥାନ୍ତି, ଯାହାଦ୍ୱାରା ତାଙ୍କର ପାଦ ଘୋଡ଼ାଇ ହୋଇ ରହିଥାଏ । କେବଳ ଅଁଳା ନବମୀ ଦିନ ମା’ଙ୍କୁ ପାରମ୍ପରିକ ଓଡ଼ିଆ ଶାଢ଼ୀ ବା ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଏ, ଫଳରେ ଭକ୍ତମାନେ ତାଙ୍କର ପାଦ ଦର୍ଶନ କରିପାରନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପବିତ୍ର ଦିନରେ ମା’ ରାଧାଙ୍କ ସହିତ ପ୍ରଭୁ ସାକ୍ଷୀଗୋପାଳ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ନଟବର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ମନ୍ଦିର ଦର୍ଶନ ପରେ ଭକ୍ତମାନେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିଥାନ୍ତି । ବିଶେଷ କରି ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଅଁଳା ଗଛରେ ସିନ୍ଦୂର, ଶଙ୍ଖା ଓ ଦୀପ ଅର୍ପଣ କରିଥାନ୍ତି ।
ରାତି ଗୋଟାଏରେ ଦ୍ୱାରଫିଟା ନୀତି ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇ ରାତି ୨ଟାରୁ ଆରମ୍ଭ ହୋଇଛି ସାହାଣମେଲା ଦର୍ଶନ । ୧୧ ଥାକିଆ ବ୍ୟାରିକେଡ୍ ମାଧ୍ୟମରେ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଖିରେ ଭକ୍ତି, ମନରେ ଅସୀମ ବିଶ୍ୱାସ । ମା' ରାଧାରାଣୀଙ୍କ ପାଦପଦ୍ମ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ରାଧାକୃଷ୍ଣଙ୍କ ପ୍ରେମ ଓ ଭକ୍ତିର ଏହି ଅନନ୍ୟ ପର୍ବ ସମଗ୍ର ପରିବେଶକୁ କରିଦେଇଛି ଆଧ୍ୟାତ୍ମିକମୟ ।

Related Topics
Explore more stories