Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ , ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ ନିର୍ଦ୍ଦେଶ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ , ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ ନିର୍ଦ୍ଦେଶ

Key Points

କଲେଜ୍ କତୃପକ୍ଷଙ୍କ ପାଖକୁ ଏହି ଅଭିଯୋଗ ଆସିବା ପରେ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ଯେଉଁ ମାନଙ୍କ ନାଁ ରେ ଅଭିଯୋଗ ଆସିଛି ସେମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ୧୦ ଜଣ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସ୍ ରେ ରହିଥିଲେ ।

ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ। ଇଷ୍ଟ ହଷ୍ଟେଲ ରେ କିଛି ଛାତ୍ର ତାଙ୍କ ସିନିୟର୍ ଛାତ୍ରଙ୍କ ଠାରୁ ରାଗିଂ ଶିକାର ହୋଇଥିବା ଅଭିଯୋଗ ହୋଇଛି । ୟୁଜି ପ୍ରଥମ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି ।  କଲେଜ୍ କତୃପକ୍ଷଙ୍କ ପାଖକୁ ଏହି ଅଭିଯୋଗ ଆସିବା ପରେ ଆଣ୍ଟି ରାଗିଂ ସେଲର ବୈଠକ ପରେ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ଯେଉଁ ମାନଙ୍କ ନାଁ ରେ ଅଭିଯୋଗ ଆସିଛି ସେମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । 


ଗତକାଲି ୧୦ ଜଣ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସ୍ ରେ ରହିଥିଲେ । ତେବେ ଆସିଥିବା ରାଗିଂ ଅଭିଯୋଗର ସତ୍ୟତା ତଦନ୍ତ କରାଯିବ ବୋଲି ଚିଫ ୱର୍ଦେନ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ragging complaint at Ravenshaw University, 10 students ordered to leave hostel | Argus News