Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ , କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
 ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ , କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Key Points

ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। ରାହୁଲ୍‌ଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଆସୁଛନ୍ତି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବରମୁଣ୍ଡା ପଡ଼ିଆ ଯିବେ।

ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବେ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲ୍‌ଙ୍କ ପ୍ରଥମ ଓଡ଼ିଶା ଗସ୍ତ। ତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। ରାହୁଲ୍‌ଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଆସୁଛନ୍ତି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବରମୁଣ୍ଡା ପଡ଼ିଆ ଯିବେ। ମଧ୍ୟାହ୍ନ ୧୨ଟାରେ ସଭାରେ ଯୋଗ ଦେବେ। ସଭା ସରିବା ପରେ ଚାଷୀଙ୍କର ଦୁଇଟି ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ବି ରହିଛି। ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିବେ।


ଏହାପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେବ। ସନ୍ଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ 53 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ଏୟାର ପୋର୍ଟ ରୁ ବରମୁଣ୍ଡା ପଡିଆ, କଂଗ୍ରେସ ଭଵନ ଏବଂ ମେ ଫେୟାରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ କାରକେଡ୍ ରିହର୍ସଲ କରାଯାଇଛି । 4ଜଣ ଡିସିପି ରାଙ୍କର ଅଫିସର, 10ଅତିରିକ୍ତ ଡିସିପି, 24ଏସିପି, 34ଆଇଆଇସି ଏବଂ 70ଜଣ ଅନ୍ୟ ପୋଲିସ କର୍ମଚାରୀ ମାନେ ନିୟୋଜିତ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rahul Gandhi is coming to Odisha today | Argus News