Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧମର୍ମନ୍ଦ୍ରଙ୍କ ପ୍ରହାର ! ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ସୌମ୍ୟାଶ୍ରୀଙ୍କ ପରିବାରକୁ କ୍ଷମା ମାଗନ୍ତୁ ରାହୁଲ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଧମର୍ମନ୍ଦ୍ରଙ୍କ ପ୍ରହାର ! ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ସୌମ୍ୟାଶ୍ରୀଙ୍କ ପରିବାରକୁ କ୍ଷମା ମାଗନ୍ତୁ ରାହୁଲ

Key Points

ଏଫଏମ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୀତି ଜୋରଦାର ।

ବିଜେପି ସିଷ୍ଟମ ଦ୍ୱାରା ହତ୍ୟା କହି ରାହୁଲ ଗାନ୍ଧିଙ୍କ ଆକ୍ଷେପକୁ ଧର୍ମେନ୍ଦ୍ରଙ୍କ ପ୍ରହାର ।

କହିଲେ, ଦାୟିତ୍ବହୀନ ମନ୍ତବ୍ୟ ପାଇଁ ପୀଡ଼ିତାଙ୍କ ପରିବାରକୁ କ୍ଷମା ମାଗିବା ଦରକାର ।

FM ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୀତି ଜୋରଦାର । ବିଜେପି ସିଷ୍ଟମ ଦ୍ୱାରା ହତ୍ୟା କହି ରାହୁଲ ଗାନ୍ଧିଙ୍କ ଆକ୍ଷେପକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରହାର । କହିଲେ, ରାହୁଲଙ୍କ ଶସ୍ତା ମାନସିକତା, ଦାୟିତ୍ବହୀନ ମନ୍ତବ୍ୟ ପାଇଁ ପୀଡ଼ିତାଙ୍କ ପରିବାରକୁ କ୍ଷମା ମାଗିବା ଦରକାର । ଜୁଲାଇ ୧୭ରେ କଂଗ୍ରେସ ଓ ବାମପନ୍ଥୀ ଦେଇଛି ଓଡ଼ିଶା ବନ୍ଦ ଡାକରା ।


ଏମ୍ସରେ ମୃତ୍ୟୁ ସହ ୩ ଦିନର ସଂଗ୍ରାମ ପରେ ଆଖି ବୁଜିଛନ୍ତି ଏଫଏମ ପୀଡ଼ିତା ସୌମ୍ୟାଶ୍ରୀ ବିଶି । ପୀଡ଼ିତାଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ କରିଛନ୍ତି ବଡ଼ ରଣନୀତି । ଏଥିସହ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ।

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏକ୍ସରେ ପୋଷ୍ଟ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କରିଥିଲେ ନିଶାନା । କହିଥିଲେ ଓଡ଼ିଶାରେ ନ୍ୟାୟ ପାଇଁ ଲଢିଥିବା ଜଣେ ଝିଅର ମୃତ୍ୟୁ, ବିଜେପି ସିଷ୍ଟମ ଦ୍ବାରା କରାଯାଇଥିବା ହତ୍ୟା । ରାହୁଲଙ୍କ ଆକ୍ଷେପର କାଉଣ୍ଟର କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ ଏକ ସମ୍ବେଦନଶୀଳ ମାମଲାକୁ ରାଜନୈତିକ ଅସ୍ତ୍ର ବନାଇବା ରାହୁଲ ଗାନ୍ଧିଙ୍କ ଶସ୍ତା ମାନସିକତାକୁ ଦର୍ଶାଉଛି । ଏପରି ଦାୟିତ୍ବହୀନ ମନ୍ତବ୍ୟ ପଇଁ ରାହୁଲ ଗାନ୍ଧି ତୁରନ୍ତ ପୀଡ଼ିତାଙ୍କ ପରିବାରକୁ କ୍ଷମା ମାଗିବା ଦରକାର ବୋଲି ଲେଖିଥିଲେ ଧର୍ମେନ୍ଦ୍ର । ସେପଟେ ଏହି ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖରେ କଂଗ୍ରେସ ପକ୍ଷରୁ ଦିଆଯାଇଛି ଓଡ଼ିଶା ବନ୍ଦ ଡାକରା ।

ବିଜେଡି ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କରିଛି ଟାର୍ଗେଟ୍ । ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ଘଟଣା ବୃଦ୍ଧି ପାଇଥିବା ଅଭିଯୋଗ କରିଛି ଦଳ । ପ୍ରତିବାଦରେ ଆସନ୍ତାକାଲି ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରାଯିବ । ଏଥି ସହ ଜଣେ ସିଟିଂ ଜଜଙ୍କ ଦ୍ବାରା ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛି ବିଜେଡି । ବିରୋଧୀଙ୍କ ଆକ୍ଷେପର ଜବାବ ଦେଇଛି ବିଜେପି । ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଓଡ଼ିଶା ଛବିକୁ ବଦନାମ କରିବାକୁ ପ୍ରୟ।ସ କରୁଛନ୍ତି ବିରୋଧୀ ।

ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣା ନେଇ ଆଜି ଲୋକସେବା ଭବନରେ ସରକାରୀ ସ୍ତରରେ ହୋଇଥିଲା ଉଚ୍ଚ ସ୍ତରୀୟ ବୈଠକ । ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଏକାଧିକ ବିଧାୟକ ଉପସ୍ଥିତ ଥିଲେ । ବୈଠକ ପରେ ସରକାରଙ୍କ ଏକ ମାତ୍ର ଲକ୍ଷ ପୀଡିତାଙ୍କୁ ନ୍ୟାୟ ଦେବା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rahul Gandhi should apologise to Soumyashree's family for irresponsible remarks | Argus News