|
logo
Live
Argus News App
GET APP

Argus News - `କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ'

Odisha

`କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ'

Smruti Parija
Browse all articles by Smruti Parija
·1 year ago·2 min read
`କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ'

Key Points

  • ସାଲେପୁର ଜନସଭାରେ ରାଜ୍ୟ ସରକାରଙ୍କୁ ରାହୁଲଙ୍କ ଜୋରଦାର୍ ଆଟାକ୍
  • `କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ'
  • `ନବୀନ ସରକାର ଓଡ଼ିଶାକୁ କେବଳ ପାଣ୍ଡିଆନ୍ ଦେଇଛନ୍ତି’
  • `ଏଠି ଚାଷୀ ସମସ୍ୟା, ବେରୋଜଗାରୀ ବଢିଛି'
  • `ଚାରା ରୋପଣ ଓ ଖଣିରୁ କୋଟି କୋଟି ଟଙ୍କା ଅର୍ଥ ହରିଲୁଟ୍' 
  • ଓଡ଼ିଶାରେ କଂଗ୍ରେସ ସରକାର ଆଣିବା ପାଇଁ ପ୍ରତିଶ୍ରୁତିର କଲେ ବର୍ଷା  

ଅର୍ଗସ ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ । କଟକରେ ମୈଦାନକୁ ଓହ୍ଲାଇ କଂଗ୍ରେସ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ସାଲେପୁର ଜନସଭାରେ ଭାଷଣ ଆରମ୍ଭରୁ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ୍ । ସେ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ନିଜ ସରକାର ଚଳାଇଛନ୍ତି ନବୀନ । ଓଡ଼ିଶାକୁ କେବଳ ପାଣ୍ଡିଆନ୍ ଦେଇଛନ୍ତି ନବୀନ।

ସରକାରରେ ଓଡ଼ିଶାରେ ଚାଷୀଙ୍କ ସମସ୍ୟା ବଢିଥିବାବେଳେ ରୋଜଗାର ନାହିଁ । ଚାରା ରୋପଣ ନାଁରେ ଓ ଖଣିରୁ କୋଟି କୋଟି
ଟଙ୍କା ଅର୍ଥ ହରିଲୁଟ୍ ହୋଇଛି ।

ସେହିପରି ଲୋକଙ୍କ ପାଇଁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି ରାହୁଲ । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ, 500 ଟଙ୍କାରେ ଗ୍ୟାସ୍, ୨୦୦ ୟୁନିଟ ମାଗଣା ବିଜୁଳି, ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ଲକ୍ଷେ ଟଙ୍କା ଲେଖାଏଁ ପଠାଯିବ । ଏଥିସହ ଓଡ଼ିଶାର ପ୍ରତି ବେରୋଜଗାରଙ୍କୁ ବର୍ଷେ ପାଇଁ ଚାକିରି ଦେବାର ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ 2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ, 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି । କେନ୍ଦ୍ରୀୟ ନେତୃତ୍ବ ଇତିହାସର ସବୁଠୁ ୱିକ୍ ପଏଣ୍ଟରେ ଓଡ଼ିଶା ଥିବାରୁ ଭୋଟ ହାର ଆହୁରି ଖସି ଏକ ଅଙ୍କକୁ ଖସି ଆସିବା ଚର୍ଚ୍ଚା ହେଉଛି । ଏଭଳିସ୍ଥିତିରେ ରାହୁଲଙ୍କ ପ୍ରସଙ୍ଗ ଅପ୍ରାସଙ୍ଗିକ ହୋଇଯିବ କି ଓଡ଼ିଆଙ୍କ ପାଇଁ ? ତାକୁ ନେଇ ଉଠିଛି ପ୍ରଶ୍ନ ।

Sponsored
`କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ' | Argus News