ଓଡ଼ିଶାର ଜଳ-ଜଙ୍ଗଲ-ଜମି ସବୁ ଆଦିବାସୀଙ୍କର କହିଲେ ରାହୁଲ

Key Points
ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ ।
ସଭା ସରିବା ପରେ ଚାଷୀଙ୍କର ଦୁଇଟି ପ୍ରତିନିଧି ଦଳକୁ ସାକ୍ଷାତ କରିଛନ୍ତି ।
ଭୁବନେଶ୍ୱରରେ କଂଗ୍ରେସର ବିରାଟ ସମାବେଶ । ହଜାର ହଜାର କର୍ମୀଙ୍କ ସମାଗମ । ରାସ୍ତାଘାଟ ଜାମ । କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ । ଓଡ଼ିଶାର କଂଗ୍ରେସ କର୍ମକର୍ତ୍ତାଙ୍କୁ ବବର୍ ସେର କହିଲେ ରାହୁଲ । ଓଡ଼ିଶାର ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ସମ୍ପତ୍ତି । ତାଙ୍କ ଜମିକୁ ଜବର ଦଖଲ କରାଯାଇଛି । ଓଡ଼ିଶା ଜନ ସାଧାରଣଙ୍କ ବିକାଶ ହେବା ଦରକାର । ବିକାଶ କେବଳ କିଛି ପୁଞ୍ଜିପତିଙ୍କ ହେବା ଠିକ ନୁହେଁ ।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ସଭା ସରିବା ପରେ ଚାଷୀଙ୍କର ଦୁଇଟି ପ୍ରତିନିଧି ଦଳକୁ ସାକ୍ଷାତ କରିଛନ୍ତି । ତାପରେ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିଛନ୍ତି । ଶେଷରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେବ । ସନ୍ଧ୍ୟା ୫ଟାରେ ଦିଲ୍ଲୀ ଫେରିଛନ୍ତି ରାହୁଲ ।
ବାସ୍ତବରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲ୍ଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିଲା । ତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ବିରୋଧୀ ଦଳ ଭାବେ ବିଜେଡି ଅପେକ୍ଷା କଂଗ୍ରେସର ପ୍ରଦର୍ଶନ ଭଲ ଥିଲା ବେଳେ ରାହୁଲଙ୍କ ଗସ୍ତ କଂଗ୍ରେସର ସ୍ଥିତିକୁ ଆହୁରି ମଜଭୁତ କରିଛି । ରାହୁଲ୍ଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଯୋଗ ଦେଇଛନ୍ତି।
📱 Get Argus News App
✨ଅନ୍ୟପଟେ ରାହୁଲଙ୍କ ଏହି ଗସ୍ତକୁ ନେଇ ବିଜେପି ଟାର୍ଗେଟ୍ କରିଛି । ଏହା ସମ୍ବିଧାନ ବଞ୍ଚାଅ ନୁହେଁ, କଂଗ୍ରେସ ବଞ୍ଚାଅ ପାଇଁ ସମାବେଶ ଥିଲା ବୋଲି କହିଛି । ଦିନକୁ ଦିନ କମୁଛି କଂଗ୍ରେସର ଲୋକପ୍ରିୟତା । କଂଗ୍ରେସ ନିଜର ସତ୍ତା ହରାଇଛି । ଅସ୍ତଗାମୀ ଦଳ ନିଜର ଅସ୍ତିତ୍ୱ ବଞ୍ଚେଇବାକୁ ଏହା ଏକ ପ୍ରୟାସ ବୋଲି କହିଛି ବିଜେପି ।
କଂଗ୍ରେସ ଆଜି ଓଡ଼ିଶାର ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି । ଲୋକସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ୩ ଅଙ୍କ ମଧ୍ୟ ଛୁଇଁନି । ଦିନକୁ ଦିନ କଂଗ୍ରେସ ତଳକୁ ତଳ ଯାଉଛି । କଂଗ୍ରେସ ଦଳ ପରିବାରବାଦ ଉପରେ ପର୍ଯ୍ୟବେଷିତ । ବିଗତ ସମୟରେ ବାପା-ଝିଅ, ମା-ପୁଅ, ସ୍ୱାମୀ-ସ୍ତ୍ରୀଙ୍କ ଦଳ ଥିଲା କଂଗ୍ରେସ । ଏବେ ମା- ପୁଅ- ଝିଅ, ଜ୍ୱାଇଁରେ କଂଗ୍ରେସ ଦଳ ଚାଲିଛି ବୋଲି କହିଛି ବିଜେପି ।