ADEO ପାର୍ଥ ସାରଥି ବିଷୋୟୀଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଳକ ADEO । ଆୟ ବହିର୍ଭୂତ ସମ୍ପତ୍ତି ଠୁଳି ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଆକାଉଣ୍ଟାଣ୍ଟ କମ୍ ଡାଟାଏଣ୍ଟ୍ରି ଅପରେଟର ପାର୍ଥ ସାରଥି ବିଷୋୟୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପୈତୃକ ବାସ ଭବନ ସମେତ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।
ବୋରିଗୁମ୍ମା ବ୍ଲକ ଚମ୍ପିଆ ସ୍ଥିତ ବସ ଭବନ,କାଜୁମିଲ ଏବଂ ବୋରିଗୁମ୍ମା ସହର ପାଇଲୁ ସାହିରେ ଥିବା ତାଙ୍କ ତିନି ମହଲା କୋଠ ସହ ବତାସନା ସରକାରୀ କାର୍ଯ୍ୟାଳୟରେ ବି ରେଡ଼ ଚାଲିଛି । ପାର୍ଥ ସାରଥୀ ବିଶୋଇ ୧୪ ବର୍ଷ ଧରି GRS ଭାବେ କାର୍ଯ୍ୟ କରିଥିବାବେଳେ ଗତ ୬ ମାସ ତଳେ ସେ କୋଟପାଡ଼ ବ୍ଲକର ବତାସନା ପଞ୍ଚାୟତରେ ADEO ଭାବେ ସ୍ଥାୟୀ କର୍ମଚାରୀ ହୋଇଥିଲେ । କମ ଦରମା ସତ୍ତ୍ୱେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅନେକ କୋଠାବାଡ଼ି , ଅନେକ ଦାମୀ ଗାଡି ତାଙ୍କ ପାଖରେ ଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆଜି ସକାଳ ଠାରୁ ଭିଜିଲାନ୍ସ ରେଡ଼ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୫ରୁ ଅଧିକ ପ୍ଲଟ ର ଡକୁମେଣ୍ଟ ,ଜମି ପଟ୍ଟା ଜବତ ହୋଇଛି । ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ପ୍ଲଟ୍ ର ମୂଲ୍ୟ । ନବରଙ୍ଗପୁରରେ ଥିବା ଗୋଟିଏ ପ୍ଲଟ ହିଁ ୪୦ ଲକ୍ଷ ଟଙ୍କା ହେବା ନେଇ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି । ନଗଦ ୨ଲକ୍ଷ ୪୫ହଜାର ଟଙ୍କା ୫ଟି ସୁନାହାର ବାହାରିଥିବା ସୂଚନା ମିଳିଛି । ଏବେ ବି ଭିଜଲାନ୍ସ ରେଡ଼ ଜାରି ରହିଛି ।
📱 Get Argus News App
✨ଗତକାଲି(ବୁଧବାର) ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ଚଡାଉ କରିଥିଲା । ସରକାରୀ ଅଫିସ, ଘର, କୁକୁଡା ଓ ଭୂବନେଶ୍ବର ଘର ସମେତ ୭ ଟି ସ୍ଥାନରେ ଚାଲିଥିଲା ଚଡାଉ। ତେବେ ଚଢାଉରେ ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଏଏସଆଇ ସାମିଲ ହୋଇଥିଲେ। ଭୁବନେଶ୍ବରରେ ୩ ଟି ସ୍ଥାନରେ ଘର, ୨ ଟି ପ୍ଲଟ , ୧୦୦ ଗ୍ରାମ ସୁନା, ଗୋଟିଏ କାର୍ ଓ ବାଇକ ଜବତ କରାଯାଇଥିଲା । ଏହା ସହ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଥିଲା ଭିଜିଲାନ୍ସ ।