Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Paper leak / ବାଙ୍କୀ କଳାପଥରସ୍ଥିତ ଦଲାଲ ମୁନା ମହାନ୍ତିର ଘରେ ଚଢ଼ାଉ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବାଙ୍କୀ କଳାପଥରସ୍ଥିତ ଦଲାଲ ମୁନା ମହାନ୍ତିର ଘରେ ଚଢ଼ାଉ

Key Points

SI ଚାକିରି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା
ବାଙ୍କୀ କଳାପଥରସ୍ଥିତ ଦଲାଲ ମୁନା ମହାନ୍ତିର ଘରେ ଚଢ଼ାଉ
2 ଟିପର, ଗୋଟିଏ ସ୍କର୍ପିଓ ଓ ଥର ଗାଡ଼ି ହୋଇଛି ଜବତ
ମୁନା ମହାନ୍ତି ଚା ଦୋକାନୀରୁ କେମିତି ହେଲା କୋଟିପତି ?
ବାଲିଘାଟରୁ ନେଇ ଟ୍ରାନ୍ସପୋର୍ଟ ବିଜନେସ୍ ସବୁଥିରେ ତା’ର ଦବଦବା
ଗିରଫ ଅନ୍ୟ ଅଭିଯୁକ୍ତ ରିଙ୍କୁ ସହ ମିଶି ମୁନ୍ନା କେମିତି ଚଳାଇଥିଲା କେଳେଙ୍କାରୀର ପାର୍ଟନରସିପ୍ ?
SI ଚାକିରି କେଳେଙ୍କାରୀ ମାମଲାରେ ଗତକାଲି ଗୋଟିଏ ଦିନରେ 4 ଜଣ ଅଭିଯୁକ୍ତଙ୍କୁ ବାନ୍ଧିବା ପରେ ଆକ୍ସନ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଗିରଫ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିର ଘରେ ହୋଇଛି ରେଡ୍ । ବାଙ୍କୀ କଳାପଥରରେ ଥିବା ଇଏ ମୁନ୍ନାର ଆଲିସାନ୍ ବଙ୍ଗଳା। ବାହାରୁ ତ ଚକାଚକ, ଭିତରେ ବି ସବୁ ବିଳାସପୂର୍ଣ୍ଣ ବ୍ୟବସ୍ଥା । ଘରକୁ ଦେଖିଲେ ଜଣାପଡୁଛି ମୁନ୍ନା ମହାନ୍ତିର ଷ୍ଟାଟସ୍ ।


ଗତକାଲି କ୍ରାଇମବ୍ରାଞ୍ଚ ଚଢ଼ାଉରେ ଜବତ ହୋଇଥିଲା ମୁନ୍ନା ମହାନ୍ତିର 2ଟି ଟିପର, ଗୋଟିଏ ସ୍କର୍ପିଓ ଓ ଥର ଗାଡ଼ି। ସ୍ଥାବର, ଅସ୍ଥାବର ମିଶାଇ କୋଟି କୋଟି ଟଙ୍କାର ସମ୍ପତ୍ତି । ଅତି ଗରିବ ଘରର ମୁନ୍ନା ମହାନ୍ତି । ଚା ଦୋକାନୀରୁ ସେ କେମିତି ହେଲା କୋଟି ପତି । ତାର ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ । ମୁନ୍ନାର ବାପା ଦିନମଜୁରିଆ ବୋଲି କହନ୍ତି ପାଖ ପଡୋଶୀ । ମାଟ୍ରିକ ଫେଲ୍ ପରେ ମୁନ୍ନା ଭୁବନେଶ୍ବର ଆସିଥିଲା । 9 ନମ୍ବର ବାୟାବାବା ମଠ ପାଖରେ ଚା’ ଦୋକାନ କରିଥିଲା। ତା’ ପରେ ସେ ଜମି ବେପାରରେ ପଶିଲା । ଜମି ବେପାରରୁ ପଶିଲା ପରୀକ୍ଷା ଜାଲିଆତିରେ । ପିଲାଙ୍କୁ ଠକି ଲୁଟୁଥିବା କଳାଟଙ୍କାରେ କରି ଚାଲିଲା ଅଏସ୍ ।

ଏଥିସହ ପଢ଼ନ୍ତୁ: ମାଷ୍ଟର ମାଇଣ୍ଡ ମୁନ୍ନା ମହାନ୍ତି ଓ ସହଯୋଗୀକୁ ଲୁଚାଇଥିଲେ ବିଜେଡି ନେତା ଅଭିମନ୍ୟୁ ଦୋରା

ମୁନ୍ନା ସହ ବନ୍ଧା ହୋଇଥିବା ମୁନ୍ନାର କେଳେଙ୍କାରୀ ପାର୍ଟନର ଶ୍ରୀକାନ୍ତ ମହାରଣା ଓରଫ୍ ରିଙ୍କୁ ବି କ୍ରାଇମବ୍ରାଞ୍ଚ ସ୍କାନରରେ । ପରୀକ୍ଷା କେଳେଙ୍କାରୀ ପାଇଁ ଶଙ୍କର ପୃଷ୍ଟି ନିର୍ଦ୍ଦେଶରେ କାମ କରୁଥିଲା ମୁନ୍ନା ମହାନ୍ତି । ମୁନ୍ନା ଓ ରିଙ୍କୁ ପ୍ରସ୍ତୁତ କରିଥିଲେ ବ୍ଲୁପ୍ରିଣ୍ଟ । ଆଶାୟୀଙ୍କୁ ଏକାଠି କରି ବସରେ ବିଜୟନଗରମ୍ ପଠାଇବାର ବ୍ୟବସ୍ଥା କରିଥିଲେ । ଅଭିଯୋଗ, ଖାଲି ଚାକିରି କେଳେଙ୍କାରୀ ନୁହେଁ ବାଲିଘାଟ ନିଲାମ ଓ ଟ୍ରାନ୍ସପୋର୍ଟ ବିଜନେସରେ ବି ଥିଲା ଏମାନଙ୍କର ଦବଦବା । ମୁନ୍ନାର ଦଶପଲା ଲିଙ୍କର ଖୁଲାସା କରିଥିଲା ଅର୍ଗସ । ମୁନ୍ନାର 2 ଟିପର ଦଶପଲ୍ଲାର ଏକ ପେଟ୍ରୋଲ ପମ୍ପରେ ଥିବା ଅକ୍ଟୋବର 6ରେ ହୋଇଥିଲା ଖବର ପ୍ରସାରଣ। ଗାଡି ମୁନ୍ନାର ବୋଲି ପ୍ରମାଣ ବି ଦେଖାଇଥିଲା ଅର୍ଗସ ନ୍ୟୁଜ୍ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Paper leak | Raid at Broker Muna Mahanty’s House in Kalapathar, Banki | Argus News | Argus News