Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଟିପତି ରେମୁଣା ତହସିଲଦାର ଗିରଫ

Odisha

କୋଟିପତି ରେମୁଣା ତହସିଲଦାର ଗିରଫ

Rashmita Mishra
Browse all articles by Rashmita Mishra
·1 year ago·2 min read
କୋଟିପତି ରେମୁଣା ତହସିଲଦାର ଗିରଫ

ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଳକ ADEO । ଆୟ ବହିର୍ଭୂତ ସମ୍ପତ୍ତି ଠୁଳି ଅଭିଯୋଗରେ ଚଢାଉ । ଆକାଉଣ୍ଟାଣ୍ଟ କମ୍ ଡାଟାଏଣ୍ଟ୍ରି ଅପରେଟର ପାର୍ଥ ସାରଥି ବିଷୋୟୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପୈତୃକ ବାସ ଭବନ ସମେତ ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ବୋରିଗୁମ୍ମା ଚମ୍ପିଆ ସ୍ଥିତ ବସ ଭବନ, କାଜୁମିଲ ଏବଂ ବୋରିଗୁମ୍ମା ସହର ପାଇଲୁ ସାହିରେ ଥିବା ତିନି ମହଲା କୋଠ, ବତାସନା ସରକାରୀ କାର୍ଯ୍ୟାଳୟରେ ରେଡ଼ ଚାଲିଛି। ପାର୍ଥ ସାରଥି ବିଷୋୟୀ ୧୪ ବର୍ଷ ଧରି GRS ଭାବେ କାର୍ଯ୍ୟ କରିଥିବା ବେଳେ ଗତ ୬ ମାସ ତଳେ ସେ କୋଟପାଡ଼ ବ୍ଲକର ବତାସନା ପଞ୍ଚାୟତରେ ଆକାଉଣ୍ଟାଣ୍ଟ କମ୍ ଡାଟାଏଣ୍ଟ୍ରି ଅପରେଟର ଭାବେ ସ୍ଥାୟୀ କର୍ମଚାରୀ ହୋଇଥିଲେ । କମ୍ ଦରମାରେ ଅପର୍ଯ୍ୟାପ୍ତ ସମ୍ପତି, ଅନେକ କୋଠା ବାଡ଼ି, ଦାମୀ ଗାଡି ତାଙ୍କ ପାଖରେ ଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା।l


ସେହିପରି କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ ହୋଇଥିଲା । ଦୁଇଟି ପ୍ଳଟ, ୯୩୭ ଗ୍ରାମ ସୁନା, ଏବଂ ପାଖାପାଖି ୧କୋଟି ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା । ଏତେ ସଂପତ୍ତି କେଉଁଠୁ ଆଣିଲେ, ତାର ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ ତହସିଲଦାର । ଫଳରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ମୁଖ୍ୟାଳୟରୁ ଏକ ଟିମ୍‌ ବାଲେଶ୍ବର ସର୍କିଟ୍ ହାଉସ୍‌ ନିକଟରୁ ତହସିଲଦାର ଶ୍ରୀ ପତିଙ୍କୁ ଧରି ତାଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବାପରେ ତାଙ୍କୁ ମୁଖ୍ୟାଳୟକୁ ନିଆଯାଇଥିଲା । ତାଙ୍କ ନାଁରେ ଏକାଧିକ ପ୍ଲଟ୍‌, ଫ୍ଲାଟ୍‌ ଥିବା ଜାଣିବାକୁ ପାଇଥିଲେ । ହସ୍ତଗତ ସୂଚନା ଅନୁସାରେ, ବିଦ୍ୟାଧର ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍‌ର ୩ ବିଏଚ୍‌କେ ଫ୍ଲାଟ୍‌, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍‌କେ ଫ୍ଲାଟ୍‌, ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍‌ରେ ୧୫୫୪ ବର୍ଗଫୁଟ୍‌ର ଏକ ଫ୍ଲାଟ୍‌ ରହିଥିବା ବେଳେ ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ୨ଟି ପ୍ଲଟ୍‌ ରହିଛି। ଏସବୁର ମୂଲ୍ୟ ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଥିଲା ।


ସେହିପରି, ବିଦ୍ୟାଧର ପତିଙ୍କ ହୁଣ୍ଡାଇ-ଆଇ୨୦ କାର୍‌, ୨ଟି ଦୁଇଚକିଆ ସହ ବ୍ୟାଙ୍କ ଓ ଅନ୍ୟାନ୍ୟ ଜମାରାଶିର କାଗଜପତ୍ର ଭିଜିଲାନ୍ସ ଠାବ କରିଥିଲା । ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍‌ ରହିଛି। ଏହି ଚଢ଼ଉରେ ଭିଜିଲାନ୍ସର ୬ ଡିଏସ୍‌ପି, ୩ ଇନ୍ସପେକ୍ଟର ଓ ୧୦ ଏଏସ୍‌ଆଇ ସାମିଲ ଥିଲେ ।

Sponsored
Raid on charges of embezzling assets beyond income | Argus News