୩ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

ହଠାତ୍ ବଦଳିଲା ପାଗର ମିଜାଜ୍ । ଟ୍ବନସିଟି ଆକାଶକୁ ଢାଙ୍କିଲା କଳାହାଣ୍ଡିଆ ମେଘ । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ବଡ ବଡ ଗଛ ଉପୁଡିପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ରାଜଧାନୀ ଭୁବନେଶ୍ୱର ରେ କାଳବୈଶାଖୀ ପ୍ରଭାବ ଜାରି pic.twitter.com/E6B7j1rPku
— usd (@usd0705) April 18, 2025
📱 Get Argus News App
✨ସେପଟେ ବାଙ୍କୀ ଭଗିପୁର ଗ୍ରାମପଞ୍ଚାୟତର ଗୟଳବାଙ୍କଠାରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବଡ଼ ଗଛ ରାସ୍ତା ଉପରେ ପଡିଛି । ଉଭୟ ପାର୍ଶ୍ଵରେ ଗାଡ଼ି ମୋଟର ଅଟକି ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି ।
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପ୍ରବଳ ଗରମ ଓ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଥିବାବେଳେ ବର୍ଷା ହେବା ପରେ ଆଶ୍ୱସ୍ତି ଅନୁଭବ କରିଛନ୍ତି ଲୋକେ ।
