|
logo
Live

Argus News - ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଜାରି

Odisha

ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଜାରି

ଅର୍ଗସ ବ୍ୟୁରୋ:  ଶୀତୁଆ ସକାଳରେ କୋହଲା ପାଗ ସହ ବର୍ଷା । ଟୁଇନସିଟି କଟକ ଏବଂ ଭୁବନେଶ୍ୱର ରେ ମଧ୍ୟମ ଧରଣର ବର୍ଷା ଜାରି ।ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଲା ପାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ । ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବି ନାହିଁ ଶୀତର ପ୍ରକୋପ । ଆଉ ଦୁଇ ଦିନ ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଶୁଖିଲା ପାଗ ସହ କମିପାରେ ତାପମାତ୍ରା । ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଜାରି | Argus News