Videos
|
Odisha

Train Cancellation / ଯାତ୍ରୀଙ୍କୁ ବଡ଼ ଝଟକା…ବର୍ଷା-ଭୂସ୍ଖଳନ ପାଇଁ ଏହିସବୁ ଟ୍ରେନ ବାତିଲ

Ritu Das
Browse all articles by Ritu Das
·1 hour ago·1 min read
ଯାତ୍ରୀଙ୍କୁ ବଡ଼ ଝଟକା…ବର୍ଷା-ଭୂସ୍ଖଳନ ପାଇଁ ଏହିସବୁ ଟ୍ରେନ ବାତିଲ
India

Key Points

କୋରାପୁଟ–କିରଣ୍ଡୁଲ ରେଳପଥରେ ମାଟି ଅତଡ଼ା ଖସିବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି
କୋରାପୁଟ–କିରଣ୍ଡୁଲ ରେଳପଥରେ ମାଟି ଅତଡ଼ା ଖସିବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ମାଳିପୁଟ–ଛତ୍ରିପୁଟ ମଧ୍ୟରେ ରେଳଧାରଣା ଉପରେ ମାଟି ଅତଡ଼ା ଖସି ପଡ଼ିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୬ ତାରିଖରେ କିରଣ୍ଡୁଲ–ବିଶାଖାପାଟଣା ରୁଟ୍‌ର ୪ଟି ଟ୍ରେନ୍ ବାତିଲ୍ କରାଯାଇଛି। ଏହାସହ ରାଉରକେଲା–ଜଗଦଲପୁର ଓ ଜଗଦଲପୁର–ରାଉରକେଲା ରୁଟ୍‌ର ହିରାଖଣ୍ଡ ଏକ୍ସପ୍ରେସ୍‌ ମଧ୍ୟ ପ୍ରଭାବିତ ହୋଇଛି।

ଅନ୍ୟପଟେ, ହାଓଡ଼ା–ଜଗଦଲପୁର ଏବଂ ଭୁବନେଶ୍ୱର–ଜଗଦଲପୁର ରୁଟ୍‌ର କିଛି ଟ୍ରେନ୍‌କୁ କୋରାପୁଟ ପର୍ଯ୍ୟନ୍ତ ସୀମିତ କରାଯାଇଛି। କୋରାପୁଟ–ଜଗଦଲପୁର–କୋରାପୁଟ ମଧ୍ୟରେ ସେବା ବାତିଲ୍ ରହିବ ବୋଲି ସୂଚନା।


ରେଳଧାରଣାରୁ ମାଟି ହଟାଇ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି। ରେଳ ଯାତ୍ରୀମାନେ ଯାତ୍ରା ପୂର୍ବରୁ ଟ୍ରେନ୍‌ର ସ୍ଥିତି ସମ୍ପର୍କରେ ସୂଚନା ନେବାକୁ ରେଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: