Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୧୯ ରୁ ୨୧ ତାରିଖ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Odisha

୧୯ ରୁ ୨୧ ତାରିଖ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
୧୯ ରୁ ୨୧ ତାରିଖ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଫେବୃଆରୀ ପହିଲାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ଉପର ମୁହାଁ ହେଉଛି ପାରଦ । ରାଜ୍ୟରେ ଏବେ ଶୁଖିଲା ପାଗ ଜାରି ରହିଥିବା ବେଳେ ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି ୧୯ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ବିଜୁଳି ଓ ଘଡଘଡି ମାରିବାର ସମ୍ଭାବନା ରହିଛି। ସେହିଭଳି ୨୦ ଓ ୨୧ ତାରିଖରେ କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର, ବାଲେଶ୍ବର ମୟୁରଭଞ୍ଜ ଜିଲ୍ଲାର ସ୍ଥାନେସ୍ଥାନେ ହାଲୁକା ବର୍ଷା ହୋଇପାରେ।


ଏବର୍ଷ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରୁ ଅନୁଭୂତ ହୋଇଛି ଗ୍ରୀଷ୍ମର ପ୍ରଭାବ। ଆଇଏମଡିର ଆକଳନ ଅନୁସାରେ ସ୍ବାଭାବିକ ଠାରୁ ଅଧିକ ରହିଛି ଦିନ ଓ ରାତି ତାପମାତ୍ରା। ପ୍ରଥମ ସପ୍ତାହରେ ରାଜଧାନୀରେ ତାପମାତ୍ରା ୩୪.୯ ଡିଗ୍ରୀ ଛୁଇଁଛି। ମାସର ଶେଷ ସପ୍ତାହ ବେଳକୁ ତାପମାତ୍ରା ଆହୁରି ୬ ରୁ ୭ ଡିଗ୍ରୀ ବଢିବା ଆଶଙ୍କା କରାଯାଉଛି। ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ଗଜପତିରେ ତାପମାତ୍ରା ଅହେତୁକ ବୃଦ୍ଧି ପାଉଛି।


ଗତ ବର୍ଷ ଅର୍ଥାତ ୨୦୨୪ ରେ ସବୁ ରେକର୍ଡ ଭାଙ୍ଗିଥିଲା ତାତି। ୧୯୦୧ ପରଠାରୁ ୨୦୨୪ ଭିତରେ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪। ତେବେ ପୂର୍ବ ବର୍ଷ ତୁଳନାରେ ଏବର୍ଷ ଜାନୁୟାରୀରେ ତାପମାତ୍ରା ଅଧିକ ରହିଛି। ଗତବର୍ଷ ଜାନୁଆରୀ ତୁଳନାରେ ୦.୯ ଡିଗ୍ରୀ ଅଧିକ ରହିଛି।

Argus Whatsapp Channel Mobile Top
Sponsored
Rain likely in various parts of Odisha from 19th to 21st | Argus News