Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଜ ହେବ ମାନ୍ଦା, ଭିଜିବ ଓଡିଶା: ୧୪ରୁ ବଢ଼ିବ ବର୍ଷା

Rashmita Mishra
Browse all articles by Rashmita Mishra
·1 year ago·2 min read
ରଜ ହେବ ମାନ୍ଦା, ଭିଜିବ ଓଡିଶା: ୧୪ରୁ ବଢ଼ିବ ବର୍ଷା

Key Points

ଆଗାମୀ 7 ଦିନ ପାଇଁ ରାଜ୍ୟରେ ହେବ ବର୍ଷା

ରଜ ହେବ ମାନ୍ଦା, ଭିଜିବ ଓଡିଶା

ଆସନ୍ତା ୧୪ରୁ ୧୬ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା

କିଛିଦିନ ଖରା ଗରମ ତାତିରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ , ପୁଣି ଫେରିବ ମୌସୁମି ଜନିତ ବର୍ଷା । ଯାହା ଫଳରେ ଖରା ଗରମରୁ ମିଳିବ ମୁକ୍ତି ଏଭଲି କିଛି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଓ ପାଣିପାଗ ବିଭାଗ । ତେବେ ଆଗାମୀ 7 ଦିନ ପାଇଁ ରାଜ୍ୟରେ ହେବ ବର୍ଷା । ବିଜୁଳି ଘଡ଼ଘଡ଼ି ଜନିତ ବର୍ଷାରେ ଭିଜିବ ଓଡିଶା । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ହାଲୁକା ରୁ ମଧ୍ୟମ ଧରଣର ।

ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ତେଣୁ ୧୨ ତାରିଖ ପରଠାରୁ ରାଜ୍ୟ ପାଗରେ ପରିବର୍ତ୍ତନ ହେବା ସହିତ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢ଼ିପାରେ। ଏଥିସହ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୧୩ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବ। ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ଭିତରକୁ ପ୍ରବାହିତ ହେବ।

ଏହାପରେ ୧୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଯାହା ମୌସୁମୀକୁ ଆହୁରି ସକ୍ରିୟ କରିବ। ତେବେ ଲଘୁଚାପ ସୃଷ୍ଟି ହେଲେ ମୌସୁମୀ କେଉଁ ଦିଗରେ ଗତି କରିବ ଓ କେଉଁ ଜିଲାରେ ଏହାର ପ୍ରଭାବ କିଭଳି ରହିବ ତାହା ସ୍ପଷ୍ଟ ହୋଇନାହିଁ। ଗତ କିଛିିଦିନ ଧରି ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଦିନରେ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରୁଛି। ହେଲେ ଅପରାହ୍ନରେ କିଛି ଜିଲାର କେତେକ ସ୍ଥାନରେ ବର୍ଷା ସାମୟିକ ଆଶ୍ୱସ୍ତି ପ୍ରଦାନ କରୁଛି। ତେବେ ମଙ୍ଗଳବାର ୧୪ ଜିଲାରେ ଘଡ଼ଘଡ଼ି ଓ ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rainfall-to-be-moderate-odisha-to-be-wet-rainfall-to-exceed-14 | Argus News