185 କୋଟି ଟଙ୍କା ଘୋଟାଲା ମାମଲାରେ ଜେଲ ଗଲେ ରାଜା ଚକ୍ର

Key Points
ଆଇନ ମନ୍ତ୍ରୀ କହିଲେ ରାଜା ଚକ୍ର ଦୁର୍ନୀତି ମାମଲାରେ କାହାରିକୁ ଛଡାଯିବନି
185 କୋଟି ଟଙ୍କା ଘୋଟାଲା ମାମଲାରେ ଜେଲ ଗଲେ ରାଜା ଚକ୍ର
19 ତାରିଖ ଯାଏଁ ପଠାଇଦିଆଗଲା ବିଂଚାରବିଭାଗୀୟ ହାଜତକୁ
ରାଜାଙ୍କ ଲିଙ୍କରେ ଅନେକ ବଡ଼ ବଡିଆ
ଯାହା ଛତ୍ରଛାୟା ତଳେ କାମ କରୁଥିଲା ରାଜା
ଯାହା ନିର୍ଦ୍ଦେଶରେ କାମ କରୁଥିଲା ରାଜା
ସମସ୍ତେ ନ୍ୟାୟିକ ପରିସରଭୁକ୍ତ ହେବେ
ଗନ୍ଧମାର୍ଦ୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟିରୁ ୧୮୫ କୋଟି ଟଙ୍କାର ଘୋଟାଲା ମାମଲାରେ ବାଲେଶ୍ବର EOW ସ୍ପେଶାଲ କୋର୍ଟରେ ଆଜି ହାଜର ହୋଇଥିଲେ ବିଜେଡି ନେତା ରାଜା ଚକ୍ର । ହାଜର କରିଥିଲା କ୍ରାଇମବ୍ରାଞ୍ଚ EOW । EOW କୋର୍ଟରେ ହାଜର ପରେ ଜେଲ୍ ଗଲେ ରାଜା ଚକ୍ର । ଆସନ୍ତା ୧୯ ତାରିଖ ଯାଏ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ରାଜା ଚକ୍ରଙ୍କ ଓକିଲ ରଘୁନାଥ ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ଜାମିନ ପାଇଁ ଦରଖାସ୍ତ ଦିଆଯିବ । ।
ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,
ରାଜା ଚକ୍ର ଦୁର୍ନୀତି ମାମଲାରେ କାହାରିକୁ ଛଡାଯିବନି ରାଜାଙ୍କ ଲିଙ୍କରେ ଅନେକ ବଡ଼ ବଡ଼ିଆଙ୍କ ସଂପୃକ୍ତି ରହିଛି। ରାଜା ଚକ୍ର ଯାହା ଛତ୍ରଛାୟା ତଳେ କାମ କରୁଥିଲା ଏବଂ ଯାହା ନିର୍ଦ୍ଦେଶରେ କାମ କରୁଥିଲା । ସେମାନେ ସମସ୍ତେ ଆଗାମୀ ଦିନରେ ନ୍ୟାୟିକ ପରିସରଭୁକ୍ତ ହେବେ। ଯାହାଦ୍ବାରା ଆହୁରି ଅନେକ ଗୁମର ସାମ୍ନାକୁ ଆସିବ। ଯେଉଁ ବଡ଼ ଭ୍ରଷ୍ଟାଚାର ହୋଇଛି, ତାହା ଉପରୁ ବି ପରଦା ହଟିବ ।
ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଂଚଳର ଆଦିବାସୀଙ୍କ ପିଟିସନ ଆଧାରରେ 2022 ମସିହାରେ ଗନ୍ଧମାର୍ଦ୍ଦନ ଖଣି ଅଂଚଳ ଗସ୍ତ କରିଥିଲେ ST କମିଶନ । ସେତେବେଳେ ST କମିଶନ ସଦସ୍ୟ ଥିଲେ ବିଜେପି ନେତା ଅନନ୍ତ ନାୟକ । ରାଜା ଚକ୍ରଙ୍କ ପ୍ରରୋଚନାରେ କିଛି ଆସାମାଜିକ ତତ୍ତ୍ବ ST କମିଶନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଏପରିକି ଧସ୍ତାଧସ୍ତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ଏବଂ ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲେ କେହି କିଛି ଶୁଣିନଥିଲେ । ରାଜା ଚକ୍ରଙ୍କ ଦବଦବା କେତେ ଥିଲା ତାହା ଏଥିରୁ ସହଜରେ ଅନୁମାନ କରାଯାଇପାରେ ।
ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧାୟକ ଥିବା ସମୟରେ ମଧ୍ୟ ତାଙ୍କ ଉପରେ ବୋମା ମାଡ଼ ଅଭିଯୋଗ ହୋଇଥିଲା । ଆଉ ଏହି ବୋମା ମାଡ଼ ପଛରେ ଥିଲା ରାଜା ଚକ୍ରଙ୍କ ହାତ । ବିଜେଡିର ଛତ୍ରଛାୟା ତଳେ ନିଜର କାୟା ବିସ୍ତାର କରିଥିବା ରାଜା ଚକ୍ରର ଏବେ ଖେଳ ଖତମ ହୋଇଯାଇଛି । ଆଇନ ମନ୍ତ୍ରୀଙ୍କ କଡା ବୟାନ ପରେ ବିଜେଡି ନେତାଙ୍କ ଛନକା ପଶିଛି । ରାଜା ଚକ୍ର ସହ ସମ୍ପୃକ୍ତି ଅଭିଯୋଗରେ ଆଗକୁ ଆଉ କାହାର ପାଳି ପଢୁଛି ଏବେ ତାକୁ ଅପେକ୍ଷା ।