Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାଲିଆତି କରି ୧୬୦ କୋଟିରୁ ଅଧିକ ଟଙ୍କା ଚଳୁ କରିଛନ୍ତି ରାଜା ଚକ୍ର !

Odisha

ଜାଲିଆତି କରି ୧୬୦ କୋଟିରୁ ଅଧିକ ଟଙ୍କା ଚଳୁ କରିଛନ୍ତି ରାଜା ଚକ୍ର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଜାଲିଆତି କରି ୧୬୦ କୋଟିରୁ ଅଧିକ ଟଙ୍କା ଚଳୁ କରିଛନ୍ତି ରାଜା ଚକ୍ର !

କୋଅପରେଟିଭ୍ ସୋସାଇଟି କରି ବେପାର କଲେ, ବିଜେଡି ଶାସନ ଥିବାବେଳେ ପାୱାରଫୁଲ୍ ନେତା ଓ ଅଫିସରଙ୍କ ପ୍ରଚ୍ଛନ୍ନ ସହଯୋଗରେ କୋଟି କୋଟି ଟଙ୍କା ଲୁଟ୍ କଲେ। ଆଉ ଏବେ ୧୬୦ କୋଟି ଟଙ୍କାର କେନ୍ଦୁଝର ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବନ୍ଧା ହେଲେ । ଆମେ କହୁଛୁ ବିଜେଡି ନେତା ରାଜା ଚକ୍ର ଓ ତାଙ୍କର ସହଯୋଗୀଙ୍କ କଥା।

EOW ତଦନ୍ତରେ ଖୋଲୁଛି କେନ୍ଦୁଝର ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଘୋଟାଲାର ଗୁମର । ମାଷ୍ଟରମାଇଣ୍ଡ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବିଭିନ୍ନ ଠିକଣାରେ ମାରାଥନ୍ ରେଡ୍ ପରେ ତାଙ୍କୁ ଗିରଫ କରିଛି EOW । ରାଜାଙ୍କୁ ମାରାଥନ୍ ଜେରା କରିଛନ୍ତି EOW ଅଫିସର । ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଛି ।

ରାଜାଙ୍କ ସହ ଗନ୍ଧମାର୍ଦ୍ଦନ ଲୋଡିଂ କୋଅପରେଟିଭ ସୋସାଇଟିର ନିର୍ଦ୍ଦେଶକ ମାନସ ବାରିକ ଓ ସମ୍ପାଦକ ଉତ୍କକ ଦାସ ବି ଗିରଫ ହୋଇଛନ୍ତି । ଗିରଫଦାରୀ ସହ ଖୋଲିବାରେ ଲାଗିଛି ରାଜା ଏଣ୍ଡ କୋ’ଙ୍କ କେଳେଙ୍କାରୀର କଳା ଚିଠା । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ୧୮୫ କୋଟି ଟଙ୍କା ଆୟ କରିଛି ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି । ଘୋଟାଲା କରି ୧୬୦ କୋଟିରୁ ଅଧିକ ଟଙ୍କା ଚଳୁ କରିଛନ୍ତି ରାଜା ଏଣ୍ଡ କୋ।

ଘୋଟାଲା ନମ୍ବର-୧
ପାରିପାର୍ଶ୍ବିକ ବିକାଶ ନାଁରେ ୩୪ କୋଟି ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । କିନ୍ତୁ ସରକାରୀ ରିପୋର୍ଟ ଅନୁସାରେ ପାରିପାର୍ଶ୍ବିକ ବିକାଶର ଚିହ୍ନବର୍ଣ୍ଣ ନାହିଁ ।

ଘୋଟାଲା ନମ୍ବର-୨
ଲୋଡିଂ ଏଜେନ୍ସିକୁ ତେଲ ଯୋଗାଇବାକୁ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ସତ ହେଲା ଏହି ବିପୁଳ ଟଙ୍କାରେ ରାଜା ଚକ୍ରଙ୍କ ବ୍ୟକ୍ତିଗତ ଗାଡ଼ିରେ ହିଁ ତେଲ ପକାଯାଇଛି।

ଘୋଟାଲା ନମ୍ବର-୩
ରାଜା ଚକ୍ର ସ୍ଥାନୀୟ ଗାଁ ଲୋକଙ୍କୁ ବାଣ୍ଟିଛନ୍ତି ୩୩ କୋଟି ଟଙ୍କା । ନିଜର ଦବଦବା ଓ ବିଜେଡି ଭୋଟ୍ ପାଇଁ ଏତେ ବିପୁଳ ପରିମାଣର ଟଙ୍କା ଉଡ଼ାଇଛନ୍ତି ରାଜା।

ଘୋଟାଲା ନମ୍ବର-୪
ଲୋଡିଂ ଓ ଲେବର ପେମେଣ୍ଟ ପାଇଁ ୭୪ କୋଟି ଟଙ୍କା ଦିଆଯାଇଥିବା ବିଭିନ୍ନ ପ୍ରକାରର ବିଲ୍ ଦିଆଯାଇଛି । କିନ୍ତୁ ମାଷ୍ଟର୍ ରୋଲ୍ ଓ ଭାଉଚରରେ ତାଳମେଳ ନାହିଁ ।

ଘୋଟାଲା ନମ୍ବର-୫
ସୋସାଇଟିର ସଦସ୍ୟ ନଥାଇ ମଧ୍ୟ ପୁରା କଣ୍ଟ୍ରୋଲ ଥିଲା ରାଜା ଚକ୍ରଙ୍କ ହାତରେ ।

ବିନା କାଗଜ ପତ୍ରରେ ସମବାୟ ସମିତି ପରିଚାଳନା କରୁଥିଲେ ରାଜା ଚକ୍ର । ବାହୁବଳ ପ୍ରୟୋଗ କରି ସହଯୋଗୀ ସଦାଶିବ ସାମଲ, ସୁଧାଂଶୁ ଶେଖର ନାୟକ ଓ ସମୀର ଜେନାଙ୍କ ସହାୟତାରେ ବେଆଇନ ଭାବେ ଏହି ସମବାୟ ସମିତିକୁ ନିୟନ୍ତ୍ରଣ କରୁଥିଲେ ରାଜା । ନିଜ ବ୍ୟବସାୟ ପରିଚାଳନା ପାଇଁ ରାଜା ଚକ୍ର ଶଙ୍କର ମିନେରାଲ୍, ଶଙ୍କର ଟ୍ରାନ୍ସପୋର୍ଟିଂ, ଶଙ୍କର ରୋଡୱେଜ୍ ଓ ଶଙ୍କର ପ୍ରୋଜେକ୍ଟ ଚଳାଉଥିଲେ ।

ରାଜା ଚକ୍ରଙ୍କ ୪୨ଟି ଗାଡ଼ି ଓ ୨ଟି ପ୍ଲାଣ୍ଟ ଜବତ କରାଯାଇଛି । ତାଙ୍କର ଅଧିକାଂଶ ବ୍ୟାଙ୍କ ଆକାଉଣ୍ଟ ଓ ୨୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ଯେତେ ଯେତେ ରାଜାଙ୍କ କେଳେଙ୍କାରୀର ପର୍ଦ୍ଦାଫାସ୍ ହେଉଛି ସେତେସେତେ ସାମ୍ନାକୁ ଆସୁଛି ପୂର୍ବ ବିଜେଡି ସରକାର ସମୟରେ ପାୱାରଫୁଲ୍ ନେତା ଓ ଅଫିସରଙ୍କ ସମ୍ପୃକ୍ତିର ପ୍ରମାଣ। ରାଜାଙ୍କ ବେଆଇନ ଆର୍ଥିକ କାରବାରରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଜେରା କରି ଅଧିକ ତଥ୍ୟ ବାହାର କରାଯିବ ବୋଲି ଓଡ଼ିଶା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Raja Chakra has fraudulently siphoned off more than Rs 160 crore ! | Argus News