Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯେତେ ଖୋଳିଲେ ସେତେ ବାହାରୁଛି, ବିଜେଡି ନେତାଙ୍କ ଫାଇନାନ୍ସର ଥିଲା ରାଜା !

Odisha

ଯେତେ ଖୋଳିଲେ ସେତେ ବାହାରୁଛି, ବିଜେଡି ନେତାଙ୍କ ଫାଇନାନ୍ସର ଥିଲା ରାଜା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଯେତେ ଖୋଳିଲେ ସେତେ ବାହାରୁଛି, ବିଜେଡି ନେତାଙ୍କ ଫାଇନାନ୍ସର ଥିଲା ରାଜା !

ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସିରେ ଟଙ୍କା ହେରଫେର୍ ମାମଲାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କ ବେଆଇନ୍ ଅର୍ଥନୈତିକ କାରବାରର କ୍ରାଇମବ୍ରାଞ୍ଚର ଖୋଳତାଡ଼ । ରାଜା ଚକ୍ରଙ୍କ ବେଆଇନ ଅର୍ଥ କାରବାରର ବଡ ପ୍ରମାଣ ମିଳିଛି କ୍ରାଇମବ୍ରାଞ୍ଚ ହାତରେ । ତାଙ୍କ ଠାରୁ ପ୍ରାୟ ୫୦ କୋଟି ଟଙ୍କା ବିଜେଡି ନେତାଙ୍କ ପକେଟକୁ ଯାଇଛି । ଗତକାଲି କେନ୍ଦୁଝର ଜଗନ୍ନାଥପୁର ବାସଭବନରେ EOW ଚଢ଼ଉ କରିଥିବା ବେଳେ ଆଉ ଏକ ଟିମ୍ ଯୋଡ଼ା ଖଣି ଅଂଚଳରେ ଛାନଭିନ୍ କରିଥିଲା ।

ସାରା ରାଜ୍ୟରେ ଏବେ ରାଜା ଚକ୍ରକୁ ନେଇ ଉଠୁଛି ପଡ଼ୁଛି । ଜଣେ ରେଡିଓ ମେକାନିକ୍‌ରୁ ଏତେ ପାଓ୍ୱାରଫୁଲ୍ ସେ ହେଲା କେମିତି ? କିଏ ତାକୁ ଦେଇଥିଲା ଏତେ ଶକ୍ତି ? ଏତେ ସମ୍ପତ୍ତିର ମାଲିକ ହେଲା କେମିତି ? ତେବେ ଏତେ ସବୁ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ ଆସୁଥିବା ବେଳେ ସମସ୍ତଙ୍କ କାନରେ ସେଇ ଗୋଟିଏ ଉତ୍ତର ହିଁ ବାଜୁଛି, ରାଜା ଚକ୍ରକୁ ଶକ୍ତିଶାଳି କରିଥିଲେ ବବି ଓ ପାଣ୍ଡିଆନ ।

ଅଭିଯୋଗ ହୋଇଛି ଏକଦା ରେଡିଓ ମେକାନିକ ଭାବେ କାମ କରୁଥିବା ରାଜା ଚକ୍ର ବବି- ପାଣ୍ଡିଆନଙ୍କ ଛତ୍ରଛାୟାରେ ରହି ମାତ୍ର କିଛିବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସମ୍ପତ୍ତିର ହୋଇଥିଲା ଅଧିକାରୀ। କେନ୍ଦୁଝର ଜିଲାର ଖଣି କାରବାରରେ ନିଜର କାୟା ବିସ୍ତାର କରି କରୁଥିଲା ରାଜ୍। ସେତିକିରେ ସୀମିତ ରହିଲାନି ରାଜାର କାରନାମା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିକୁ କରାୟତ୍ତ କରି କୋଟି କୋଟି ଟଙ୍କାର ଘୋଟାଲା କରିଥିଲା ରାଜା । ଏହି ଲୁଟ ଅର୍ଥରେ ଅଏସ କରୁଥିଲେ ରାଜା ଓ ତାର ସହଯୋଗୀ। ଗୋପାଳପୁର ଜଙ୍ଗଲଜମିରେ ଥିବା ରାଜାର ଆଲିସାନ ଫାର୍ମ ହାଉସ ତାର ବଡ଼ ପ୍ରମାଣ। ଯେଉଁଥିରେ ରହିଛି ତାରକା ହୋଟେଲ ଭଳି ବିଳାସର ସୁବିଧା।

ପୂର୍ବରୁ EOW ରାଜା ଚକ୍ରର ସହଯୋଗୀ ସମୀର କୁମାର ଜେନା ଓ କଣ୍ଟ୍ରାକ୍ଟର ସୁଧାଂଶୁ ଶେଖର ନାୟକଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା, ପରେ ରାଜାର ଅନ୍ୟତମ ସହଯୋଗୀ ସୁଶାନ୍ତ ସାମଲ ସହ ତାର କାରବାର ବୁଝୁଥିବା ପ୍ରଭାତ ପଟ୍ଟନାୟକକୁ ମଧ୍ୟ ଜେରା କରିଛି ଅର୍ଥନୈତିକ ଅପରାଧ ଶାଖା। ଏବେ ପ୍ରଶ୍ନ ରାଜା ଚକ୍ରର ଗଡଫାଦରମାନେ କେବେ ଆସିବେ ତଦନ୍ତ ପରିସରକୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raja Chakra Was The Financer Of Many BJD Leader | Argus News