ଓଡିଶା ଗସ୍ତରେ ହେଭିୱେଟ୍

ଅର୍ଗସ ବ୍ୟୁରୋ: ଓଡିଶା ଗସ୍ତରେ ହେଭିୱେଟ୍ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୮ ତାରିଖରେ ରାଜନାଥ ସିଂ ରାୟଗଡ଼ା ଗସ୍ତ କରିବେ ।
୧୨ରେ ପୁଣି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏନେଇ ସୂଚନା ଦେଇଛନ୍ତି ।
ସେହିପରି ଗତକାଲି ଓ ଆଜି ଓଡିଶା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ ।
📱 Get Argus News App
✨ସେହିପରି ପୂର୍ବରୁ ବ୍ରହ୍ମପୁର ଗସ୍ତରେ ଆସିଥିବାବେଳେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ରାତ୍ରି ରହଣି କରିବାପରେ ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନ ସମାବେଶ କରିବେ । ପୁଣି 10 ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦି। ଭୁବନେଶ୍ବରରେ ରୋଡ଼ ସୋ ଓ ବଲାଙ୍ଗୀରରେ ଜନସଭା କାର୍ଯ୍ୟକ୍ରମ ଅଛି। ସେପଟେ ଓଡ଼ିଶା ଆସି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପି ଓଡି଼ଶା ସଂକଳ୍ପ ପତ୍ରର କରିବେ ଉନ୍ମୋଚନ।