Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚଳନ୍ତା ରାଜଧାନୀ ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

Odisha

Train Fire / ଚଳନ୍ତା ରାଜଧାନୀ ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

Rashmita Mishra
Browse all articles by Rashmita Mishra
·2 hours ago·2 min read
ଚଳନ୍ତା ରାଜଧାନୀ ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ
Train Fire

Key Points

  • ଭୋରୁ ଭୋରୁ ଜଳିଉଠିଲା ରାଜଧାନୀ ଏକ୍ସପ୍ରେସ୍‌
  • ଏସି କୋଚ୍‌ରେ ନିଆଁ, ଚିତ୍କାର କଲେ ଯାତ୍ରୀ
  • ହୁତୁ ହୁତୁ ଜଳିଲା ଟ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ଭୋରୁ ଭୋରୁ ହୁତୁ ହୁତୁ ହୋଇ ଜଳିଲା ରାଜଧାନୀ ଏକ୍ସପ୍ରେସ । ଯାତ୍ରୀ ମାନେ ଶୋଇଥିବା ବେଳେ ଅଚାନକ୍‌ ଟ୍ରେନ୍‌ରେ ଲାଗିଯାଇଥିଲା ନିଆଁ । ବଞ୍ଚାଅ ବଞ୍ଚାଅ ବୋଲି ଟ୍ରେନ୍‌ ଭିତରେହିଁ ଚିତ୍କାର କରୁଥିଲେ ଯାତ୍ରୀ । ଭୋରୁ ଭୋରୁ ନିଦଟା ଟିକେ ଜୋରେ ହୋଇଯାଇଥିଲା ।

    କ୍ଷିପ୍ରଗତିରେ ମାଡ଼ି ଚାଲିଥିଲା ଟ୍ରେନ୍‌ । କିନ୍ତୁ ହଠାଟ ଜଳିଉଠିଥିଲା ଟ୍ରେନ୍‌ ଡବା । କ୍ଷଣିକରେ ହୁତହୁତ ହୋଇ ଜଳିବାକୁ ଲାଗିଥିଲା । ବାରମ୍ବାର ଘଟୁଛି ଟ୍ରେନ୍‌ ଦୁର୍ଘଟଣା । କେତେବେଳେ ଲାଇନଚ୍ୟୁତ ହୋଇଯାଉଛି ତ ପୁଣି କେତେବେଳେ ଟ୍ରେନ୍‌ରେ ନିଆଁ ଲାଗିଯାଇଛି ଯେମିତି ଏବେ ଜଳିଉଠିଛି ରାଜଧାନୀ ଏକ୍ସପ୍ରେସ୍‌ ।

    ଜଳି ଜଳି ପୁରା ପାଉଁଶ ହୋଇ ଯାଇଛି । ଭାଗ୍ୟ ଭଲଥିବାରୁ ଯାତ୍ରୀ ମାନେ ସଠିକ ସମୟରେ ଟ୍ରନ୍‌ରୁ ବାହାରି ପଳାଇଥିଲା । ଏହି ଦୁର୍ଘଟଣା ଘଟିଛି ଥିରୁବନନ୍ତପୁରମ୍‌ରୁ ହଜରତ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ୧୨୪୩୧ ରାଜଧାନୀ ଏକ୍ସପ୍ରେସରେ। ସକାଳ ପ୍ରାୟ ୫ଟା ୩୦ ମିନିଟରେ ଏସି କୋଚ୍‌ରେ ନିଆଁ ଲାଗିଥିଲା ।

    ଟ୍ରେନ୍‌ଟି କେମିତି ହୁତ ହୁତ ହୋଇ ଜଳୁଛି । ଧିରେ ଧିରେ ପୁରା କୋଚ୍‌ ପାଉଁଶ ହୋଇଯାଉଛି । ସେହି ଦୃଶ୍ୟକୁ ଦେଖି ଜାଣିପାରୁଥିବେ କେତେ ଭୟଙ୍କର ରହିଛି ଏହି ଅଗ୍ନିକାଣ୍ଡ । ଯଦି ଦେଖିବା ଲୁନି ରିଚ୍ଛା ଏବଂ ବିକ୍ରମଗଡ଼ ଆଲୋଟ୍ ଷ୍ଟେସନ ମଧ୍ୟରେ ଟ୍ରେନ୍ ଯାଉଥିବା ସମୟରେ ହଠାତ ବି-୧ ଏସି କୋଚରୁ ଧୂଆଁ ବାହାରୁଥିବା ଦେଖିଥିଲେ ଯାତ୍ରୀ । ଆଉ ଦେଖୁଦେଖୁ ନିଆଁ ପୁରା କୋଚରେ ବ୍ୟାପି ଯାଇଥିଲା । ନିଆଁକୁ ଦେଖି ଚିତ୍କାର କରିବାକୁ ଲାଗିଥିଲେ ଯାତ୍ରୀ ମାନେ ।

    ସେପଟେ ଟ୍ରେନ୍‌ର ଗାର୍ଡ ନିଆଁ ଲାଗିଥିବା ଦେଖି ତୁରନ୍ତ ଲୋକୋ ପାଇଲଟ୍‌ଙ୍କୁ ସୂଚନା ଦେଇଥିଲେ । ଲୋକପାଇଲଟ ଟ୍ରେନ୍‌କୁ ଅଧା ବାଟରେ ଅଟକାଇଥିଲେ । ରେଳବାଇ ସୁରକ୍ଷା ବଳ ଏବଂ ଟ୍ରେନ୍ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ମାତ୍ର ୧୫ ମିନିଟ୍ ମଧ୍ୟରେ ବି-୧ କୋଚ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ଦିଆଯାଇଥିଲା ।
    ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ଏହି ଦୁର୍ଘଟଣାରେ କେହି ମର୍ମାହତ ହୋଇନାହାନ୍ତି ।




    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Train Fire | Massive Fire Breaks Out in Moving Rajdhani Express Train | Argus News