Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ଛବି ଖରାପ କରୁଛନ୍ତି ରାଜେନ୍ଦ୍ର ଢୋଲକିଆ 

Manini Pattanayak
Browse all articles by Manini Pattanayak
·2 years ago·1 min read
ନବୀନଙ୍କ ଛବି ଖରାପ କରୁଛନ୍ତି ରାଜେନ୍ଦ୍ର ଢୋଲକିଆ 

ନୂଆପଡ଼ା : ନବୀନ ବାବୁଙ୍କ ଛବି ଖରାପ କରୁଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ଜିଲ୍ଲାରେ ବାପ-ପୁଅଙ୍କ ଲାଗି ଛବି ଖରାପ ହେଉଛି ବୋଲି କହିଲେଣି ଲୋକେ । ଲୋକେ ତ ଯାହା କହୁଥିଲେ କହୁଥିଲେ ଶେଷରେ ବିଜେଡି କର୍ମୀ ବି ସେଇୟ କହିଲେଣି । ଖୋଦ୍‌ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜୁ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ଏବଂ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଯୋଗଦେଇ ନୂଆପଡା ବିଧାୟକ ଢୋଲକିଆଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି ।  ନିର୍ବାଚନ ପୂର୍ବରୁ ଏମିତି ବିରୋଧ ହେଉଥିବାରୁ ଚିନ୍ତାରେ ନବୀନ ବାବୁ ।

ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ହଟ୍ଟଚମଟ ହେଲାଣି । ହେଲେ ବର୍ତ୍ତମାନ ପରିସ୍ଥିତି ଦେଖି ଲାଗୁଛି ବିଜେଡିରେ ଆଉ କିଛି ଠିକ୍‌ ନାହିଁ । ଏଭଳି ସମୟରେ ଜିଲ୍ଲାର ସମସ୍ତ ବିଜେଡି ପଦାଧିକାରୀ ଏବଂ କର୍ମୀ ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧ କରିବା ଜିଲ୍ଲା ବିଜେଡି ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଲୋକେ । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ହେଲା ଦିନ ଠାରୁ ମନମାନି କରୁଥିବା ଅନେକ ସମୟରେ ଅଭିଯୋଗ ହେଉଛି ।ଏମିତି କି ପୁଅ ଜୟ ଢୋଲକିଆ ସହିତ ମିଶି ବାପା ପୁଅ ଜିଲ୍ଲାରେ ଦୁର୍ନୀତି କରିବା ସହ ମନମୁଖୀ କାର୍ଯ୍ୟକ୍ରମ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା । କର୍ମୀ ଠୁ ଆରମ୍ଭ କରି ଜନତା ଙ୍କୁ ମଧ୍ୟ ସବୁବେଳେ ଖାତିର ନକରି ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର । ବିଜୁ ପରିବାରର ଖୋଲାଖୋଲି ଏହି ବିରୋଧ ପରେ କଣ ହେବ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ଅବସ୍ଥା ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD leader has accused the father and son of doing corruption in the district along with his son Jay Dholakia | Argus News