ରାଜନଗରରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ !

Key Points
ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ରାଜନଗର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ
ରାଜନଗରରେ ଚାଞ୍ଚଲ୍ୟ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ରାଜନଗର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ । ସମ୍ପର୍କୀୟ ପିଉସାଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି ରାଜନଗର ପୋଲିସ। ଅଭିଯୋଗ ମୁତାବକ ରାଜନଗର ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକା ରାକ୍ଷୀ ପୂର୍ଣ୍ଣିମା ଦିନ ନିଜ ସମ୍ପର୍କୀୟଙ୍କ ସହିତ ସ୍ଥାନୀୟ ବଜାରକୁ ଭାଲୁକୁଣି କିଣିବାକୁ ଯାଇଥିଲେ ।
ଏହି ସମୟରେ ନିଜ ସମ୍ପର୍କୀୟ ପିଉସାଙ୍କ ଦ୍ୱାରା ଦୁଷ୍କର୍ମ ଶିକାର ପରେ ଆଉ ୪ ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯାହା ସମଗ୍ର ଅଞ୍ଚଳରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତାଙ୍କ ଅଭିଯୋଗକୁ ଆଧାର କରି ପିଉସାଙ୍କ ସହିତ କୁନ୍ଦୁପୁର ଅଞ୍ଚଳର ଆଉ ୪ଜଣଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା ଜାରି ରଖିଛି । ସେପଟେ ଦୁଷ୍କର୍ମରେ ବ୍ୟବହୃତ ଗାଡ଼ିକୁ ଜବତ କରିଛି ପୋଲିସ ।