Videos
|
Odisha

bjd infighting / ରାଜ୍ୟସଭା ନିର୍ବାଚନ ନେଇ ବିଜେଡିରେ ଏବେ ସନ୍ଦେହର ମାହୋଲ

Bikash Mohanty
Browse all articles by Bikash Mohanty
·6 months ago·2 min read
ରାଜ୍ୟସଭା ନିର୍ବାଚନ ନେଇ ବିଜେଡିରେ ଏବେ ସନ୍ଦେହର ମାହୋଲ
bjd

Key Points

ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ
ବିଜେଡିର ଅସନ୍ତୋଷ ସେତିକି ବଢୁଛି
ଦଳରେ ଏବେ ଦେଖା ଦେଇଛି ସନ୍ଦେହର ମାହୋଲ


ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିର ଅସନ୍ତୋଷ ସେତିକି ବଢୁଛି। ଗତକାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି ପୁର୍ବତନ ସାଂସଦ ରବୀନ୍ଦ୍ର ଜେନା। ରବୀନ୍ଦ୍ର ଜେନାଙ୍କ ବିଜେଡିରୁ ଇସ୍ତଫା ପରେ ବିଜେଡି ବିଧାୟକ ଦଳରେ ଏବେ ଦେଖା ଦେଇଛି ସନ୍ଦେହର ମାହୋଲ। ରବୀଦ୍ରଙ୍କ ପତ୍ନୀ ହେଉଛନ୍ତି ସୁବାସିନି ଜେନା। ସୁବାସିନି ବିଜେଡିର ବିଧାୟିକା ଅଛନ୍ତି। ସେପଟେ ଦଳର ବିଧାୟକ ମାନଙ୍କ ସହ ଆଲୋଚନା ପାଇଁ ବିଧାନସଭାରେ ପହଁଚି ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ପ୍ରାଥି ସଂତୃପ୍ତ ମିଶ୍ର ଓ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ର।

ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ବିଧାୟକଙ୍କୁ ଭେଟିଛନ୍ତି ଦଳର ରାଜ୍ୟସଭା ପ୍ରାର୍ଥି ସଂତୃପ୍ତ ମିଶ୍ର କହିଛନ୍ତି ମୁଁ ଯାହା କଥା ହେବି 16 ତାରିଖ ପରେ,ଆମ ଦଳର ସମସ୍ତ ବିଧାୟକଙ୍କୁ ଭେଟିବାରେ ଯାଉଛି ସୁଭାଷିନୀ ଜେନା ବି ଆମ ବିଧାୟକ। ମୁଁ ତାଙ୍କୁ ମଧ୍ୟ ଭେଟିଛି।

ବର୍ତ୍ତମାନ ସୁଵାସିନୀ କଣ କରିବେ ସେକଥା ସେ କହିପାରିବେ। ତାଙ୍କ ସ୍ୱାମୀ କାଲି ଦଳ ଛାଡ଼ିଛନ୍ତି। ସେ ଏବେ କଣ କରିବେ ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ସେ ମୋ ନିୟନ୍ତ୍ରଣ ରେ ନାହାନ୍ତି । କିନ୍ତୁ ଯିଏ ଦଳ ର ଶୃଙ୍ଖଳା ଯିଏ ଭାଙ୍ଗିବ ସୁପ୍ରିମୋ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ର।
ରାଜ୍ୟସଭା ନିର୍ବାଚନ ପାଇଁ ଖେଳ ଆରମ୍ଭ ହେଇଗଲାଣି। ଆମର ତିନିଟି ପ୍ରାର୍ଥି ଜିତିବେ। ଦିଲୀପ ରାୟ ବି ନିଶ୍ଚିତ ଜିତିବେ। ସୁଭାସିନୀ କାହାକୁ ଭୋଟଦେବେ ସେ କହିପାରିବେ l ବିଜେଡି ପାଖୁଡା ଖସିବାରେ ଲାଗିଛି ବୋଲି କହିଛନ୍ତି ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା।

ସେପଟେ ବିଜେଡିରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ ଡାକି ଆଲୋଚନା କରିଥିଲେ ହେଁ ବିଜେଡି ଭିତରେ ତାଳମେଳ ନାହିଁ । ସୁବାସିନୀ ଜେନା ଓ ବଦ୍ରି ନାରାୟଣ ପାତ୍ର କାହାରିକୁ ଭୋଟ୍ ଦେବେ ତାକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ଵର ହୋତାଙ୍କ ନାଁ ଘୋଷଣା ପରେ କଟକ-ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳଙ୍କ ବାପା ପ୍ରଭାତ ବିଶ୍ଵାଳ, ନବୀନଙ୍କୁ ସମାଲୋଚନା କରିଥିଲେ । ବିଜେଡିରୁ ପ୍ରଭାତ ବିଶ୍ବାଳଙ୍କୁ ବହିସ୍କାର କରିଛି। ସେଥିପାଇଁ ସୌଭିକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନ ପାରନ୍ତି । ଏଭଳି ହେଲେ ସୌଭିକଙ୍କ ଭୋଟ୍ ଦିଲୀପ ରାଏଙ୍କୁ ଜିବାର ସମ୍ଭାବନା ରହିଛି।

ଏଥିସହ ପଢ଼ନ୍ତୁ: ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା