confusion on rajya sabha candidate / ଦତ୍ତେଶ୍ବରଙ୍କୁ ନେଇ ଦ୍ବନ୍ଦ୍ବ, ଜିତିବେ ତ ଡାକ୍ତର ଦତ୍ତେଶ୍ବର ହୋତା ?
·4 months ago·2 min read

Key Points
ଡାକ୍ତର ଦତ୍ତେଶ୍ବର ହୋତାଙ୍କ ପ୍ରାର୍ଥିତ୍ବକୁ ନେଇ ଦ୍ବନ୍ଦ୍ବ
କଂଗ୍ରେସର ସମର୍ଥନ ନେଇ ଦ୍ବନ୍ଦ୍ବ
ଦତ୍ତେଶ୍ବରଙ୍କୁ ‘କମନ୍ ପ୍ରାର୍ଥୀ’ କହିଥିଲେ ନବୀନ ପଟ୍ଟନାୟକ

ରାଜ୍ୟସଭା ନିର୍ବାଚନ ପାଇଁ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ପ୍ରାର୍ଥିତ୍ବକୁ ନେଇ ଦ୍ବନ୍ଦ୍ବ ଦିନକୁ ଦିନ ବଢ଼ିବାରେ ଲାଗିଛି। ତାଙ୍କୁ ‘କମନ୍ ପ୍ରାର୍ଥୀ’ କହି ଏବଂ ଦଳୀୟ ଫୋରମ୍ରେ ନାଁ ଘୋଷଣା କରି ଅଡ଼ୁଆ ସୃଷ୍ଟି କରିଛନ୍ତି ବିଜେଡି ସଭାପତି ତଥା ବିରେଧି ଦଳନେତା ନବୀନ ପଟ୍ଟନାୟକ। ଡାକ୍ତର ହୋତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ କିଛି ସ୍ପଷ୍ଟ ଚିତ୍ର ମିଳି ପାରୁନାହିଁ। ବିଜେପି ପ୍ରାର୍ଥୀ ଘୋଷଣା ନହେବା ପର୍ଯ୍ୟନ୍ତ ଏ ଦ୍ବନ୍ଦ୍ବ ଲାଗି ରହିବ ବୋଲି ରାଜନୀତୀ ସମୀକ୍ଷକ କହିଛନ୍ତି।
ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ଜଣେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ପଠାଇବା ପାଇଁ ପିସିସି ସଭାପତି ବହୁ ଦିନରୁ କହୁଛନ୍ତି। ପୂର୍ବରୁ ମଧ୍ୟ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ବିଜେଡିର ସହଯୋଗ ମାଗିଥିଲା କଂଗ୍ରେସ। ନବୀନ କଂଗ୍ରେସକୁ ଧରାଛୁଆଁ ଦେଇ ନଥିଲେ। ରାଜ୍ୟସଭାରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ନବୀନ ନିଜ ଆଡ଼ୁ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଡାକି ତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ଘୋଷଣା କଲେ। ପିସିସି ସଭାପତି ଦିଲ୍ଲୀରେ ରହି ତରବରିଆ ଭାବେ ଡାକ୍ତରଙ୍କୁ ହୋତାଙ୍କୁ ସମର୍ଥନ ଘୋଷଣା କରିଦେଲେ। ଏପରିକି ନବୀନଙ୍କୁ ସେ ଭେଟିଥିବା କଥା କହିଥିଲେ। ଅବଶ୍ୟ କଂଗ୍ରେସର ରାଜ୍ୟ ପ୍ରଭାରୀ ଏ ସମ୍ପର୍କରେ ଅବଗତ ନାହାନ୍ତି ବୋଲି ଗଣମାଧ୍ୟମକୁ କହି ସାରିଛନ୍ତି।
ପ୍ରାର୍ଥୀ ଘୋଷଣାକୁ ୨୪ ଘଣ୍ଟା ବିତିଯାଇଥିଲେ ବି ନବୀନ କିମ୍ବା ଦଳର କୌଣସି ଆଗଧାଡ଼ିର ନେତା ଡାକ୍ତର ହୋତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ସ୍ପଷ୍ଟୀକରଣ ରଖିନାହାନ୍ତି। ଏହାକୁ ନେଇ କଂଗ୍ରେସ ଭିତରେ ଅସନ୍ତୋଷ କୁହୁଳିଲାଣି। ନବୀନ ଭରସାଯୋଗ୍ୟ ନେତା ହୋଇ ନଥିବାରୁ ଯଦି କଂଗ୍ରେସ ଅପଦସ୍ଥ ହୁଏ, ତେବେ ଦଳର କ୍ଷତି ହେବ ବୋଲି ସେମାନେ ମତ ଦେଉଛନ୍ତି। ଯଦିଓ ଡାକ୍ତର ହୋତାଙ୍କୁ ସଭାପତି ସମର୍ଥନ ଘୋଷଣା କରିଛନ୍ତି, ତେବେ ତାହାର ସମସ୍ତ ଦିଗକୁ ଆଉ ଥରେ ତର୍ଜମା କରାଯିବ ବୋଲି କିଛି ବିଧାୟକ ମତପ୍ରକାଶ କରିଛନ୍ତି।
ବିରୋଧୀ ଦଳରେ ଥିବା ମତାନ୍ତର, ମନାନ୍ତର ଓ ଅସନ୍ତୋଷର ଫାଇଦା ବିଜେପି ନେବ ବୋଲି ଚର୍ଚ୍ଚା ହେଉଛି। ବିରୋଧୀ ଦଳର ଏମିତି କିଛି ବିଧାୟକ ରହିଛନ୍ତି, ଯେଉଁମାନଙ୍କ ବାପା ଅପ୍ରୀତିକର ପରିସ୍ଥିତିରେ କିଛିଦିନ ତଳେ ବିଜେଡିରୁ ବିଦା ହୋଇଛନ୍ତି । ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ମହମ୍ମଦ ମୋକିମଙ୍କ ଘରେ ଗୋଟିଏ ଗୋଟିଏ ବିଧାୟକ ଭୋଟ ରହିଛି । ତେଣୁ ଏ ଭୋଟ କୁଆଡେ ଯିବ ତାହାର ଆକଳନ କରିବା ସହଜ ନୁହେଁ । ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କିଛିଦିନ ତଳେ ଶୀର୍ଷ ନେତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ । ତେଣୁ କ୍ରସ୍ ଭୋଟିଂର ସୁଯୋଗ ସୃଷ୍ଟି ହେଲେ ବଦ୍ରି ବଦଲା ନେବେନି ତ? ଏସବୁ ଭିତରେ ଚର୍ଚ୍ଚା ହେଉଛି, ବିରୋଧୀ ଦଳରେ ଅନେକ ଅସନ୍ତୁଷ୍ଟ ବିଧାୟକ ଦତ୍ତେଶ୍ବରଙ୍କ ବିଜୟରେ ବଡ ବାଧକ ସାଜିପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ କହିଛନ୍ତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories