Videos
|
Odisha

Prabhat Biswal Speaks on Rajya Sabha / ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଭାତ କହିଲେ ମୋ ଅପମାନର ପ୍ରତିଶୋଧ ନେଲା ପୁଅ

Bikash Mohanty
Browse all articles by Bikash Mohanty
·4 months ago·2 min read
ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ପ୍ରସଙ୍ଗରେ  ମୁହଁ ଖୋଲିଲେ ପ୍ରଭାତ କହିଲେ ମୋ ଅପମାନର ପ୍ରତିଶୋଧ ନେଲା ପୁଅ
Pravat biswal

Key Points

ରାଜ୍ୟସଭା ନିର୍ବାଚନ ଘୋଡା ବେପାର ପ୍ରସଙ୍ଗ
ମୁହଁ ଖୋଲିଲେ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ବାପା ପ୍ରଭାତ ବିଶ୍ବାଳ
 ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇନାହାଁନ୍ତି
ମୋତେ କରାଯାଇଥିବା ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ

ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ପିତା ତଥା ପୁର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ପୁଅ କିମ୍ବା ସେ ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇନାହାଁନ୍ତି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ମତେ ନବୀନ ନିବାସରେ ଅପମାନିତ କରାଯାଇଥିଲା। ସେଥିପାଇଁ ମୋତେ କରାଯାଇଥିବା ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ ବିଶ୍ବାଳ।  ନବୀନ ନିବାସରେ ଟ୍ରଷ୍ଟ ପ୍ରସଙ୍ଗ ଉଠାଇଲା ବେଳେ ୪୫ ବିଧାୟକଙ୍କ ସମ୍ମୁଖରେ ଅପମାନ କରିଥିଲେ ନବୀନ ପଟ୍ଟନାୟକ। ଓଡ଼ିଶାରେ କଣ ସବ-ରେଜିଷ୍ଟ୍ରାର ଅଫିସ ନଥିଲା ଯେ ଲୁଚାଇ ଚୋରାଇ ଟ୍ରଷ୍ଟ ଗଠନ କରିଥିଲେ। ପାଣ୍ଡିଆନ ସନ୍ନ୍ୟାସ ନେବା କହିଥିଲେ ଏବେ ସନ୍ୟାସ ନେଇ ବରିଷ୍ଠ ନେତୃତ୍ୱଙ୍କୁ ବାଟ ଛାଡ଼ନ୍ତୁ ବୋଲି କହିଛନ୍ତି ପୁର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ।

ମୋତେ କରାଯାଇଥିବା ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ । ମୋର ଓ ପୁଅର ରାଜନୈତିକ ଭବିଷ୍ୟତ ଚୌଦ୍ୱାର କଟକ ଭୋଟର ନିର୍ଦ୍ଧାରଣ କରିଵେ। ବିଜୁ ନବୀନ ଇନସପେରେସନାଲ ଫାଉଣ୍ଡେସନ ଟ୍ରଷ୍ଟ ନେଇ ମଧ୍ୟ ପ୍ରତିକ୍ରିଆ ରଖିଛନ୍ତି ପ୍ରଭାତ। ସଂତୃପ୍ତ ମିଶ୍ର ଟ୍ରଷ୍ଟ ସମ୍ପର୍କରେ ମିଛ କହିଥିଲେ । ଆହୁରି ବି ନବୀନଙ୍କ ଟ୍ରଷ୍ଟ ଗଠନକୁ ସେ ସ୍ୱୀକାର ସମ୍ପର୍କରେ ସ୍ବୀକାର କରିଛନ୍ତି । ଦଳ ପାଇଁ କେତେ ରାତି ଅନିଦ୍ରା ହୋଇଛି ତାହା ନବୀନ ଜାଣନ୍ତି । ଏବେ ନବୀନ ବାବୁ ସେ ସବୁ ପାଶୋରୀ ଦେଲେଣି ।

ରାଜ୍ୟସଭା ନିର୍ବାଚନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମୁହଁ ଖୋଲିଥିଲେ ସୌଭିକ ବିଶ୍ବାଳ। କହିଥିଲେ, ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦ ଯାହାଙ୍କ ଉପରେ ରହିଛି, ମୋ ଭୋଟ୍ ମୁଁ ତାଙ୍କୁ ଦେଇଛି। ମୁଁ ସ୍ପଷ୍ଟ କରି କହିଦେଉଛି ଯେ ପ୍ରଭୁ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଛନ୍ତି, ଅନ୍ୟାୟ କରୁଥିବା ଲୋକ ଯେତିକି ପାପୀ ଅନ୍ୟାୟ ସହିବା ଲୋକ ବି ସେତିକି ପାପୀ। ଗତ ୨୯ ବର୍ଷ ଭିତରେ ଅନେକ ତ୍ୟାଗ ଓ ଅନେକ ବଳିଦାନ ଏବଂ କେତେ କ’ଣ ସହିଛନ୍ତି ମୋ ବାପା। । କିନ୍ତୁ ବିଜୁ ଜନତା ଦଳର କିଛି ନେତୃତ୍ୱ ସବୁବେଳେ ତାଙ୍କ ପ୍ରତି ଅସହିଷ୍ଣୃତା ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ସୌଭିକ ବିଶ୍ବାଳ।   

ଗତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ। ବିଜେଡିର ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ କ୍ରସଭୋଟିଂ କରିଥିଲେ। ସେହିପରି ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ମଧ୍ୟ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prabhat Biswal Speaks on Rajya Sabha | Prabhat Biswal Speaks on Rajya Sabha Horse Trading Controversy | Argus News