Rajya sabha voting / ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି ବିଧାୟକ
·4 months ago·2 min read

Key Points
ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ
ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ
ଅପରାହ୍ନ ୫ ଟାରେ ହେବ ଗଣତି

ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ ଆରମ୍ଭ ହୋଇଛି । ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା ପାଇଁ ପହଂଚୁଥିବା ଦେଖିବାକୁ ମିଳିଛି । ଏହି ମତଦାନ ପ୍ରକ୍ରିୟା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ମତଦାନ ସରିବା ପରେ ଅପରାହ୍ନ ୫ ଟାରେ ଗଣତି ହେବ ।
ସେପଟେ ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୋଟ ଦେଇଛନ୍ତି । ପାରାଦୀପରେ ଥିବା ବିଜେପି ବିଧାୟକମାନେ ବିଧାନସଭାରେ ପହଂଚି ଭୋଟଦାନ ପ୍ରକୋଷ୍ଠକୁ ଯାଇଛନ୍ତି । ଅନ୍ୟପଟେ ବିଜେଡି ବିଧାୟକମାନେ ନବୀନ ନିବାସରେ ପହଂଚୁଛନ୍ତି । ସେମାନେ ନବୀନ ନିବାସରୁ ବାହାରି ବିଧାନସଭା ଭୋଟ ଦେବାକୁ ଆସିବେ ।
ନେତାଙ୍କ ଛାତି ଧଡ ଧଡ । ୧୫ ଦିନରେ ରୋଚକ ରାଜୀନୀତିରୁ ହଟିବ ସସ୍ପେନ୍ସ । ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ ପଡ଼ିବ ଓଡ଼ିଶାରେ, ଚର୍ଚ୍ଚା ପହଞ୍ଚିଲାଣି ଜାତୀୟ ସ୍ତରରେ । ରିସୋର୍ଟ ରାଜନୀତି, ଘୋଡ଼ା ବେପାର, ଡିଲ୍, ଅପରେସନ, ପ୍ରତିଶୋଧ..., ମନେ ରହିବ ୨୦୨୬ ରାଜ୍ୟସଭା ଭୋଟ । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି ।
ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି। ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି । ନିର୍ଦ୍ଦିଷ୍ଟ କିଛି ବିଧାୟକ ଦୁଇ ଦଳର ଟେନସନ୍ ବଢ଼ାଇ ଦେଇଛନ୍ତି ।
ରାଜ୍ୟସଭା ନିର୍ବାଚନ କାହା ପାଇଁ କେମିତି ହୋଇପାରେ, ମାତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ । ବଡ଼ ଧରଣର କ୍ରସ ଭୋଟିଂ ହେଲେ ଦଳର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିବ । ପ୍ରଥମ ଥର ଲାଗି କୌଣସି ନିର୍ବାଚନ ପାଇଁ ନବୀନ ଅତି ଗମ୍ଭୀର ଲାଗୁଛନ୍ତି । ସକାଳୁ ରାତି ଯାଏ ଘନଘନ ବୈଠକ, ରଣନୀତି, ପ୍ରତି ବିଧାୟକଙ୍କ ସହ କଥା ହେଉଛନ୍ତି । ତଥାପି କ୍ରସ ଭୋଟିଂ ଡର ।
ବିଜେଡି.ବିଜେଡି ଓ କଂଗ୍ରେସ ସେମାନଙ୍କ ବିଧାୟକମାନଙ୍କୁ କିପରି ଠିକ୍ ଭାବେ ଭୋଟ୍ ଦେବେ ସେନେଇ ପ୍ରଶିକ୍ଷଣ ଦେଉଛନ୍ତି। ଭୋଟ୍ ନାକଚ ହେଲେ ପ୍ରାର୍ଥୀଙ୍କ ଜିତିବା ଅଙ୍କ ବଦଳିବାକୁ ଥିବାରୁ ଏହାକୁ ସବୁ ଦଳ ଫୋକସ୍ କରୁଛନ୍ତି। କାରଣ ବର୍ତ୍ତମାନର ବିଧାୟକଙ୍କ ସଂଖ୍ୟା ଅନୁଯାୟୀ, ପ୍ରାର୍ଥୀଙ୍କୁ ଜିତିବାକୁ ୩୦ ଖଣ୍ଡ ପ୍ରଥମ ପସନ୍ଦ ଭୋଟ୍ ଦରକାର। ବିଜେପିର ୨ ପ୍ରାର୍ଥୀ ଜିତିବାକୁ ୬୦ ଖଣ୍ଡ ଭୋଟ୍ ଯିବା ପରେ ଆଉ ୨୨ ଖଣ୍ଡ ଭୋଟ୍ ବଳୁଛି। ଯାହା ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଯିବ।
ସେହିଭଳି ବିଜେଡିର ପ୍ରଥମ ପ୍ରାର୍ଥୀଙ୍କୁ ୩୦ ଖଣ୍ଡ ଭୋଟ୍ ମିଳିବା ପରେ ଦଳ ପାଖରେ ୧୮ ଖଣ୍ଡ ଭୋଟ୍ ରହୁଛି। କଂଗ୍ରେସର ୧୪ ଖଣ୍ଡ, ସିପିଆଇ-ଏମ୍ର ଗୋଟିଏ ଭୋଟ୍ ମିଶାଇଲେ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ୩୩ ଖଣ୍ଡ ଭୋଟ୍ ମିଳିବା କଥା। କିନ୍ତୁ କଂଗ୍ରେସ ଓ ବିଜେଡି ଶିବିିରରେ ଏବେ ୩ ଜଣ ବିଧାୟକଙ୍କ ଖୋଜ୍ଖବର ମିଳୁନଥିବାବେଳେ ୩ ଜଣ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ୬ଜଣ ବିଧାୟକ ପଟ ପରିବର୍ତ୍ତନ କରି ଭୋଟ୍ ଦେଉଛନ୍ତି ତେବେ ଗଣିତ ବଦଳିବ। ଏହାସହ ବିଜେଡିରୁ ନିଲମ୍ବିତ ହୋଇଥିବା ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଏପର୍ଯ୍ୟନ୍ତ କାହାକୁ ଭୋଟ୍ ଦେବେ ସ୍ପଷ୍ଟ କରି ନଥିଲେ ବି ସେମାନେ ଦିଲୀପ ରାୟଙ୍କୁ ଭୋଟ୍ ଦେବାର ସମ୍ଭାବନା ଅଧିକ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories