Congress Rift Over Rajya Sabha Seat / ରାଜ୍ୟସଭା ଚତୁର୍ଥ ଆସନ ନେଇ କଂଗ୍ରେସର ବୈଠକ, ଆସିଲେନି ରମେଶ, ସୋଫିଆ
·4 months ago·2 min read

Key Points
ରାଜ୍ୟସଭା ଚତୁର୍ଥ ଆସନ ନେଇ କଂଗ୍ରେସରେ ଫାଟ
ବୈଠକରେ ଯୋଗଦେଲେନି ସମସ୍ତ ବିଧାୟକ
କ୍ରସ ଭୋଟିଂ ନେଇ ବଢିଲା ଆଶଙ୍କା
ବୈଠକରେ ଯୋଗଦେଲେନି ସମସ୍ତ ବିଧାୟକ
କ୍ରସ ଭୋଟିଂ ନେଇ ବଢିଲା ଆଶଙ୍କା
ରାଜ୍ୟସଭା ଚତୁର୍ଥ ଆସନ ନେଇ କଂଗ୍ରେସରେ ଫାଟ ଦେଖା ଦେଇଛି। ପିସିସି ସଭାପତିଙ୍କ ସହ ଦଳର ସମସ୍ତ ୧୪ ବିଧାୟକ ନାହାନ୍ତି ତାହା ସ୍ପଷ୍ଠ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ତରବରିଆଭାବେ ସମର୍ଥନ ଜଣାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ହେଲେ କଂଗ୍ରେସର ବିଧାୟକ ଦଳ ବୈଠକରେ ସବୁ ବିଧାୟକ ଉପସ୍ଥିତ ନ ରହିବା ଦାଲ୍ ମେ କୁଛ୍ କାଲା ଭଳି ଅନୁମାନ କରାଯାଉଛି।
ଡାକ୍ତର ଦତ୍ତେଶ୍ବର ହୋତାଙ୍କ ପ୍ରାର୍ଥୀତ୍ବକୁ ନେଇ କଂଗ୍ରେସ ବିଧାୟକମାନଙ୍କର ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଦଳୀୟ ଫାଟ ପଦାକୁ ଆସିଛି। । କଂଗ୍ରେସ ଭବନ ବୈଠକ ନହୋଇ ରାଜଧାନୀର ଏକ ହୋଟେଲ୍କୁ ବୈଠକ ହୋଇଥିଲା। ୧୪ ଜଣ ବିଧାୟକରୁ ୧୨ଜଣ ବିଧାୟକ ହୋଟେଲ୍ରେ ଆସି ପହଞ୍ଚିଥିଲେ। ବୈଠକରେ ପିସିସି ସଭାପତିଙ୍କ ବାଦ୍ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହପ୍ରଭାରୀ ମୟୂର ଜୟକୁମାର ଓ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ |ହେଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ କଟକ ବାରବାଟି ବିଧାୟକ ସୋଫିଆ ଫିରଦୋସ୍ ବୈଠକକୁ ଆସି ନ ଥିଲେ।
ଯେହେତୁ ଦଳ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥି କରିଛି ତେଣୁ ତାଙ୍କୁ ୧୪ ବିଧାୟକଙ୍କ ସମର୍ଥନ ମିଳିଯିବ ବୋଲି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସେପଟେ ଡା. ହୋତା କହିଛନ୍ତି ଯେ କଂଗ୍ରେସର ସବୁ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି|
ପ୍ରାର୍ଥୀ ଘୋଷଣା ହୋଇ ସାରି ଥିଲେବି ଦଳର କୌଣସି ଆଗଧାଡ଼ିର ନେତା ଡାକ୍ତର ହୋତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ସ୍ପଷ୍ଟୀକରଣ ରଖିନାହାନ୍ତି। ରାଜ୍ୟସଭା ଚତୁର୍ଥ ଆସନ ନେଇ ବିଜେଡିରେ ବି ଦ୍ବନ୍ଦ୍ବ ରହିଛି। ଦଳର ଏମିତି କିଛି ବିଧାୟକ ରହିଛନ୍ତି, ଯେଉଁମାନଙ୍କ ବାପା ଅପ୍ରୀତିକର ପରିସ୍ଥିତିରେ କିଛିଦିନ ତଳେ ବିଜେଡିରୁ ବିଦା ହୋଇଛନ୍ତି । ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳଙ୍କ ଘରେ ଗୋଟିଏ ଗୋଟିଏ ବିଧାୟକ ଭୋଟ ରହିଛି । ତେଣୁ ଏ ଭୋଟ କୁଆଡେ ଯିବ ତାହାର ଆକଳନ କରିବା ସହଜ ନୁହେଁ । ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କିଛିଦିନ ତଳେ ଶୀର୍ଷ ନେତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ । ତେଣୁ କ୍ରସ୍ ଭୋଟିଂର ସୁଯୋଗ ସୃଷ୍ଟି ହେଲେ ବଦ୍ରି ବଦଲା ନେବେନି ତ? ଏସବୁ ଭିତରେ ଚର୍ଚ୍ଚା ହେଉଛି, ବିରୋଧୀ ଦଳରେ ଅନେକ ଅସନ୍ତୁଷ୍ଟ ବିଧାୟକ ଦତ୍ତେଶ୍ବରଙ୍କ ବିଜୟରେ ବଡ ବାଧକ ସାଜିପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories