Odisha Politics: ଅତି କୁହାଳିଆ ସାଜିଛନ୍ତି ସୁଲତା... ଜାଣିପାରୁ ନାହାନ୍ତି ସତ କ'ଣ ମିଛ କ'ଣ ?

Key Points
ଯାହା ପାରୁଛନ୍ତି ପୋଷ୍ଟ କରୁଛନ୍ତି ।
ସୁଲତା ଭୁଲିଗଲେଣି ନିଜ ପଦର ମର୍ଯ୍ୟାଦା ।
ଏକଥା ଏବେ ସେଇଥିପାଇଁ ଉଠିଛି, କାରଣ ସୁଲତାଙ୍କୁ ଘାରିଛି ସୋସିଆଲ ମିଡିଆରେ ଭାଇରାଲ ନିଶା । ଯେତେ ଟ୍ରୋଲ ହେଲେ ବି ମନ ଶାନ୍ତି ହେଉନି । ନିଜ ପଦ ମର୍ଯ୍ୟାଦା ଭୁଲିଗଲେଣି ସୁଲତା । କିଛି ଦିନ ହେବ ସୁଲତା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । କାହାକୁ ଗାଳି ଦେବା ହେଉ, କିମ୍ବା ଅତି ତଳ ସ୍ତରକୁ ଖସି ଯାଇ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା ହେଉ । କୌଣସି ସୁଯୋଗକୁ ହାତ ଛଡ଼ା କରନ୍ତି ନାହିଁ ସୁଲତା । ଆଉ ମନକୁ ଯାହା ଆସେ ତାହା ଗପନ୍ତି ।
ହେଲେ ଏହାରି ଭିତରେ ସେ ବିଜେପି ସରକାରକୁ ନ୍ୟୁନ ଦେଖାଇବାକୁ ଯାଇ ନିଜେ ଫସି ଯାଇଛନ୍ତି । ସୁଲତାଙ୍କୁ କିଛି ଜଣାନାହିଁ ବୋଲି ୟୁଜର ଆହୁରି ଅଧିକ ଟ୍ରୋଲ କଲେଣି । ତେବେ ସୁଲତାଙ୍କ ପୋଷ୍ଟକୁ ଆମେ ଏତେ ବି ଗୁରୁତ୍ୱ ଦେଇନଥାଉ । କିନ୍ତୁ ଯେତେବେଳେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କୁ ମିଛରେ ବଦ୍ନାମ କରିବାକୁ ଏକ ପୋଷ୍ଟ କରୁଛନ୍ତି, ଆଉ ତା'ପରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପୋଷ୍ଟକୁ ସମ୍ପୂର୍ଣ୍ଣ ମିଛ ବୋଲି କହାଯାଉଛି । ସେତେବେଳେ ଏହି ଖବର ଆପଣ ବି ଜାଣିବା ନିହାତି ଆବଶ୍ୟକ ।
ଶନିବାର ଅପର ହାଉସ ମାଡାମ୍ ସୁଲତା, ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ମୋହନ ଚରଣ ମାଝିଙ୍କ ସରକାରରେ ଆଇନଶୃଙ୍ଖଳା ନାହିଁ । କଟକର ସବୁ ଆଣ୍ଟି ସୋସିଆଲଙ୍କୁ ନବୀନ ପଟ୍ଟନାୟକ ଜେଲ୍ରେ ପୁରାଇ କଟକରେ ସ୍ଥାୟୀ ଶାନ୍ତି ଆଣିଥିଲେ । କିନ୍ତୁ ଏବେ ଦିନ ଦ୍ୱିପ୍ରହରେ ଚାଲିଛି ଦାଦାଗିରି । ଜଣେ ଫୁଲ ଦୋକାନୀଙ୍କ ଗୋଟ ହାଣି ଦୁଇ ଖଣ୍ଡ କରିଦେଇଛନ୍ତି ଦୁର୍ବୃତ୍ତ ।
ଏହା ସହ ପଢ଼ନ୍ତୁ:- 'ଭୈରବଙ୍କ ବଢୁଥିବା ହାକିମାତିକୁ ନେଇ ନାଖୁସ ଅନେକ ନେତା'
📱 Get Argus News App
✨ତେବେ ସୁଲତାଙ୍କ ଏହି ଫଟୋ ପୋଷ୍ଟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି । ସେ କହିଛନ୍ତି ଏହା ଆକ୍ରମଣ ନୁହେଁ ଦୁର୍ଘଟଣା । ଶୁକ୍ରବାର ରାତିରେ ମଦ ନିଶାରେ ବାଇକ୍ ଚଲାଉଥିଲେ ଫୁଲ ବ୍ୟବସାୟୀ । ଅତ୍ୟନ୍ତ ଦ୍ରୁତ ଗତିରେ ଥିଲା ବାଇକ୍ । ଡିଭାଇଡରରେ ମାଡ଼ ହେବା ପରେ ସେ ଛିଟିକି ପଡ଼ିଥିଲେ । ସେଇଲେନ୍ସରରେ ତାଙ୍କ ଗୋଡ଼ କଟିଯାଇଥିଲା । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ତାଙ୍କର ଏବେ ଚିକିତ୍ସା ଚାଲିଛି, ସୁସ୍ଥ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି ।
ଅନ୍ୟପଟେ ଡିସିପିଙ୍କ ଏଭଳି ବୟାନ ପରେ ସୁଲତାଙ୍କୁ ଅଧିକ ଟ୍ରୋଲ୍ କରିଛନ୍ତି ୟୁଜର୍ସ । ତଥାପି ସୁଲତା ଏହି ପୋଷ୍ଟକୁ ଡିଲିଟ ନାହାନ୍ତି କିମ୍ବା ଏଡିଟ୍ କରି ନାହାନ୍ତି । ଏବେ ଆପଣ ନିଜେ ଥରେ ଚିନ୍ତା କରନ୍ତୁ.. ଅପର ହାଉସର ସଦସ୍ୟା ସୁଲତା ମାଡାମ୍ କେତେ ଅପ୍ଡେଟ୍ । ଆଉ ପୋଷ୍ଟ ଦେଖି ଅନୁମାନ କରନ୍ତୁ ସେ କେତେ ପାରିବାର ।
ଏହାସହ ପଢ଼ନ୍ତୁ:- ବିଜେଡିର ପତ୍ତନ ଆରମ୍ଭ: ଦଳ ଛାଡ଼ିବେ ବଡ଼ ବଡ଼ ନେତା