Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ରାକ୍ଷୀପୂର୍ଣ୍ଣିମା...

Smruti Parija
Browse all articles by Smruti Parija
·1 year ago·2 min read
ଶ୍ରୀମନ୍ଦିରରେ ରାକ୍ଷୀପୂର୍ଣ୍ଣିମା...

ପୁରୀ: ଆଉ ଦିନକ ପରେ ଭାଇ-ଭଉଣୀର ପବିତ୍ର ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଭାଇର ଶୁଭ ମନାସି ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ । ଆଉ ମାଗିବ ସୁରକ୍ଷାର ପ୍ରତିଶ୍ରୁତି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଜଗତରନାଥ ଜଗନ୍ନାଥ ମଧ୍ୟ ଏହି ପରମ୍ପରା ସହ ଜଡିତ । କେବଳ ମଣିଷ ନୁହେଁ ମହାପ୍ରଭୁ ବି ହାତରେ ବାନ୍ଧନ୍ତି ରାକ୍ଷୀ । କେଉଁ ଅନାଦି କାଳରୁ ଦେବୀ ସୁଭଦ୍ରା ନିଜର ଦୁଇ ଭାଇ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ଭାରତୀୟ ପରମ୍ପରାର ପବିତ୍ର ସମ୍ପର୍କକୁ ଦର୍ଶାଇ ଥାଆନ୍ତି । ସେଥିପାଇଁ ଚିତାଲାଗି ଅମାବାସ୍ୟା ପରେ ପରେ ମହାପ୍ରଭୁଙ୍କ ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରିଛନ୍ତି ୪ଟି ରାକ୍ଷୀ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ବାଇଗଣୀ-ନୀଳ, ହଳଦିଆ-ନୀଳ ରଙ୍ଗର ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଦୁଇଟି ବଡ଼ଭାଇ ବଳଭଦ୍ର ଓ ଅନ୍ୟ ଦୁଇଟି ସାନ ଭାଇ ଜଗନ୍ନାଥ ପରିଧାନ କରିବେ । ପ୍ରାୟ ୧୫ କିଲୋ ଓଜନର ଏହି ରାକ୍ଷୀ ସବୁକୁ ପ୍ରସ୍ତୁତ କରିବା ପାଇଁ ଦିନକୁ ୪ ରୁ ୫ ଘଣ୍ଟା ପରିଶ୍ରମ କରିବା ସହ ପ୍ରାୟ ୧୫ ଦିନ ସମୟ ଲାଗିଥାଏ ବୋଲି କହିଛନ୍ତି ପାଟରା ବିଶୋଇ ସେବାୟତ ।

ମହାପ୍ରଭୁଙ୍କ ରକ୍ଷାବନ୍ଧନ ଅବସରରେ ପରମ୍ପରା ମୁତାବକ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ୫୪ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡ଼ା ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଶୋଇ ସେବାୟତମାନେ । ପୂର୍ଣ୍ଣିମା ଦିନ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି କରିଥାନ୍ତି । ଶ୍ରୀମନ୍ଦିରରେ ବାର ମାସରେ 13 ପର୍ବ ଭିତରେ ରକ୍ଷା ବନ୍ଧନର ବିଶେଷ ମହତ୍ତ୍ୱ ରହିଛି । ଆଉ ଏହି ଉତ୍ସବ ପାଇଁ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ କରି ବେଶ୍ ଉତ୍ସାହିତ ଅନୁଭବ କରିଥାନ୍ତି ପାଟରା ସେବାୟତମାନେ ।

ସେପଟେ ମହାପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରିବାର ଏହି ପାରମ୍ପରିକ ସେବାକୁ ପାଟରା ସେବାୟତମାନେ ବାପା-ଅଜାଙ୍କ ଠାରୁ ଶିଖି ଆସୁଥିବାବେଳେ ଅତି ଛୋଟ ବେଳୁ ଏହାକୁ ଆଦରି ନେଇଥାନ୍ତି ।
 

Sponsored
rakhsha-bandhan-celebrated-in-puri-temple | Argus News