Videos
|
Odisha

ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦିଆଯାଇଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦିଆଯାଇଥିବା ଅଭିଯୋଗ

Key Points

ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦିଆଯାଇଥିବା ଅଭିଯୋଗ

ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ରାମ ଭକ୍ତ

ଗାଁ ବାଲିଯାତ୍ରା ସମୟରେ ଘଟିଛି ଅଘଟଣ

ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦିଆଯାଇଥିବା ଅଭିଯୋଗ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ରାମ ଭକ୍ତ । ଗାଁ ବାଲିଯାତ୍ରା ସମୟରେ ପୂଜାରୀଙ୍କ ଦ୍ବାରା ତିନି ଜଣ ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦିଆଯାଇଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁରେ ଗତ ମେ ୨୬ ତାରିଖ ଦିନ ୧୨ ବର୍ଷୀୟ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ରା ପରମ୍ପରା ଅନୁସାରେ ଗାଁ ମଧ୍ୟରେ ପଟୁଆର ପରିକ୍ରମା ସମୟରେ ବାଲିଯାତ୍ରାର ମୁଖ୍ୟ ଭିମା ଭୀମାଣି ମୂର୍ତ୍ତିକୁ ଆଣିବାରେ ବିଳମ୍ବ ହୋଇଥିଲା ।


ଯାହାକୁ ନେଇ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗାଁର କିଛି ଚକ୍ରାନ୍ତକାରୀ ବ୍ୟକ୍ତି ଦିଶାରୀଙ୍କ ଦ୍ବାରା ୩ ଜଣ ରାମ ଭକ୍ତଙ୍କୁ ପ୍ରସାଦ ସେବନ କରିବା ପାଇଁ ଦେଇଥିଲେ । ପ୍ରସାଦ ସେବନ କରିଥିବା ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା । ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଫେରିବା ପରେ ଏ ଅଭିଯୋଗ ଆଣିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ram-devotee-accused-in-being-poisoned-in-prasad | Argus News