Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ram Navami / ଆସନ୍ତାକାଲି ପବିତ୍ର ଶ୍ରୀରାମ ନବମୀ ଚଳଚଞ୍ଚଳ ସାରା ଓଡ଼ିଶା

Rashmita Mishra
Browse all articles by Rashmita Mishra
·3 months ago·2 min read
ଆସନ୍ତାକାଲି ପବିତ୍ର ଶ୍ରୀରାମ ନବମୀ ଚଳଚଞ୍ଚଳ ସାରା ଓଡ଼ିଶା
Ram Navami

Key Points

ରାମ ନାମରେ କମ୍ଫିବ ସହର । 
ଆସନ୍ତାକାଲି ପବିତ୍ର ଶ୍ରୀରାମ ନବମୀ ଚଳଚଞ୍ଚଳ ସାରା ଓଡ଼ିଶା

ଆସନ୍ତାକାଲି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଇଁ ଏବେ ସାରା ଓଡ଼ିଶା ଚଳଚଞ୍ଚଳ । ଭଦ୍ରକର ଐତିହାସିକ ଶୋଭାଯାତ୍ରା ଠାରୁ ଆରମ୍ଭ କରି ସମ୍ବଲପୁରର ହାଇ-ଆଲର୍ଟ ଏବଂ ଶ୍ରୀମନ୍ଦିରର ରହସ୍ୟମୟ ନୀତିକାନ୍ତି ପର୍ଯ୍ୟନ୍ତ, ସବୁଠି ଏବେ କେବଳ ରାମ ନାମର ଗୁଞ୍ଜରଣ ।

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଗେରୁଆମୟ ସହର, ଶାନ୍ତି ଓ ଭାଇଚାରାର ପ୍ରତୀକ ଭଦ୍ରକ ସହରରେ ଶ୍ରୀରାମ ନବମୀ ଏକ ଭବ୍ୟ ଉତ୍ସବ । ଚଳିତ ବର୍ଷ ଗାନ୍ଧୀ ପଡ଼ିଆଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଜାରି ରହିଛି ।

ଆଜି ଅଶୋକାଷ୍ଟମୀ ହୋଇଥିବାରୁ ମା’ଙ୍କ ପାଖରେ ଚଣ୍ଡୀପାଠ ସହ ପ୍ରଭୁଙ୍କ ପାଇଁ ୧୦୮ ହନୁମାନ ଚାଳିଶା ପାଠ କରାଯାଉଛି ଆସନ୍ତାକାଲି ନେହେରୁ ଷ୍ଟାଡିୟମରୁ ବାହାରିବ ବିଶାଳ ମେଢ଼ ଶୋଭାଯାତ୍ରା । ୧୦୦ରୁ ଉର୍ଦ୍ଧ୍ୱ ସୁସଜ୍ଜିତ ମେଢ଼ ୧୨ କିଲୋମିଟର ରାସ୍ତା ପରିକ୍ରମା କରିବ ।

ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କ୍ୟାମ୍ପ ଓ ଫ୍ଲାଗ ମାର୍ଚ୍ଚ ସହ ୩୯ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । କ୍ରାଇମ ଡିଜିପି ବିନୟତୋଷ ମିଶ୍ର ନିଜେ ସ୍ଥିତିର ସମୀକ୍ଷା କରୁଛନ୍ତି । 

ହାଇ-ଆଲର୍ଟରେ ସମ୍ବଲପୁର । ହଜାର ହଜାର କଳାକାରଙ୍କ ସମାଗମ । ସମ୍ବଲପୁରରେ ଶ୍ରୀରାମ ନବମୀକୁ ନେଇ ପ୍ରଶାସନ ଅଧିକ ସତର୍କ ଅଛି । ଶ୍ରୀରାମ ଜନ୍ମୋତ୍ସବ ସମିତି ପକ୍ଷରୁ ପ୍ରାୟ ୧୦ ହଜାର କଳାକାରଙ୍କୁ ନେଇ ଶୋଭାଯାତ୍ରା କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂରା ସହରକୁ ସିସିଟିଭି ନଜରରେ ରଖାଯାଇଛି । ମହିଳାମାନଙ୍କ ସୁରକ୍ଷା ପାଇଁ ସାଦା ପୋଷାକଧାରୀ ମହିଳା ପୋଲିସ ନିୟୋଜିତ ହେବେ । ୩୦ ପ୍ଲାଟୁନ ଫୋର୍ସ ସହରର ବିଭିନ୍ନ ଛକରେ ମୁତୟନ ହୋଇଛନ୍ତି ।

ଶ୍ରୀମନ୍ଦିରରେ ଜଗନ୍ନାଥ ନିଜେ ମାତା ରୂପେ କଳ୍ପିତ ହୋଇ ପୁଣି ପୁତ୍ର (ଶ୍ରୀରାମ) ରୂପେ ଆବିର୍ଭୂତ ହୁଅନ୍ତି । ସନ୍ଧ୍ୟାଧୂପ ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ମହାପ୍ରଭୁଙ୍କୁ ବନ୍ଦାପନା କରନ୍ତି ମାତାଙ୍କ ଗର୍ଭ କଷ୍ଟ ଦୂର କରିବା ପାଇଁ ଶ୍ରୀମନ୍ଦିରରେ ଏକ ସ୍ୱତନ୍ତ୍ର ଭୋଗ ଲାଗି ହୁଏ, ଯାହାକୁ 'ଜେଉଡ଼ ଭୋଗ' କୁହାଯାଏ । ଏଥିରେ ବିଶେଷ କରି ଶାଗ ଇତ୍ୟାଦି ଅର୍ପଣ କରାଯାଏ । ଭକ୍ତି ଓ ଶୃଙ୍ଖଳାର ସହ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳିବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Navami | Ram Navami 2026: Odisha Gears Up for Grand Celebrations | Argus News