Videos
|
Odisha

ଅଯୋଧ୍ୟାକୁ ଛୁଟିବାରେ ଲାଗିଛି ଭକ୍ତଙ୍କ ସୁଅ

Smruti Parija
Browse all articles by Smruti Parija
·2 years ago·2 min read
ଅଯୋଧ୍ୟାକୁ ଛୁଟିବାରେ ଲାଗିଛି ଭକ୍ତଙ୍କ ସୁଅ

ଅର୍ଗସ ବ୍ୟୁରୋ: 5 ଶତାବ୍ଦୀର ପ୍ରତୀକ୍ଷା, ଦଶକ ଦଶକର ସଂଘର୍ଷ । ଆଉ କେଇ ଘଣ୍ଟା ପରେ ଆସିବ ଐତିହାସିକ  ମୁହୂର୍ତ୍ତ । ରାତି ପାହିଲେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଅଯୋଧ୍ୟାଙ୍କୁ ଛୁଟିବାରେ ଲାଗିଛି ଭକ୍ତଙ୍କ ସୁଅ । ସେପଟେ ତାମିଲନାଡୁର ଧନୁଷକୋଡ଼ି ମୁନାଈରେ ରାମ ସେତୁ ଆରମ୍ଭ ସ୍ଥାନରେ ଶ୍ରଦ୍ଧା ଅର୍ଘ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
 ଅଯୋଧ୍ୟାରେ ସାଧୁସନ୍ଥଙ୍କ ଠାରୁ ସେଲିବ୍ରିଟି । ପୁଣି ନୀଳ ଆକାଶରେ ଉଡୁଥିବା ବିମାନରୁ ଜୟ ଶ୍ରୀରାମ ନାରା ବଖାଣି ଦେଉଛି ଭକ୍ତ ପାଗଳପ୍ରାୟ। ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟା ନଗରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ। 

ଆସନ୍ତାକାଲି ଦିନ 12ଟା 20ରୁ ପ୍ରାଣ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାତି ପ୍ରାୟ ଗୋଟାଏରେ ସମାପନ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିକଟରେ ଶତାଧିକ ଭକ୍ତ, ବହୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସମେତ 7,000ରୁ ଅଧିକ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିବେ। ଏହି ସମୟରେ, ଲକ୍ଷ ଲକ୍ଷ ଲୋକ ଟେଲିଭିଜନ ତଥା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିପାରିବେ। 

ରାତି ପାହିଲେ ପ୍ରାଣ ପ୍ରତିଷ୍ଠା: ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟ 13,000 ସୈନ୍ୟ ନିୟୋଜିତ ହୋଇଛନ୍ତି । ଆଣ୍ଟି-ବମ୍ବ ଏବଂ ଡଗ୍ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି। ଜରୁରୀ ଆବଶ୍ୟକତା ପାଇଁ ରାମ ମନ୍ଦିର ନିକଟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସର ଏକ ଶିବିର ସ୍ଥାପନ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ  ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଧନୁଷକୋଡ଼ୀ ଅନ୍ତର୍ଗତ ଅରିଚଲ୍‌ ମୁନାଈରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଲଙ୍କାରେ ପହଞ୍ଚିବା ଲାଗି ପ୍ରଭୁ ରାମ ଯେଉଁ ସ୍ଥାନରେ ଶୁଭ ଦେଇଥିଲେ ବୋଲି ବିଶ୍ବାସ କରାଯାଏ, ଆଜି ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ପୁଷ୍ପାଞ୍ଜଳି ଦେଇଛନ୍ତି । 

ରାମ ମନ୍ଦିରର ଗର୍ଭଗୃହ ଠାରୁ ମନ୍ଦିରର ବାହାର ପରିସର ପର୍ଯ୍ୟନ୍ତ ଭବ୍ୟ ଚିତ୍ର ...
 

ram-temple-update | Argus News