Videos
|
Odisha

ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ

Smruti Parija
Browse all articles by Smruti Parija
·1 year ago·1 min read
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ

ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ  ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିର୍ତ୍ତୋଲ ବ୍ଲକର ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ହେବା ସହ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଯୋଗ ଦେଇଥିଲେ । 

ବୈଠକର ଆରମ୍ଭ ସମୟ ୧୦ ଟାରୁ ୧୧ ଟା ଭିତରେ ଥିବାବେଳେ ବିଧାୟକ ସମର୍ଥକମାନଙ୍କ ସହ ଶାରଳା ରୋଡରୁ ତିର୍ତ୍ତୋଲ ବ୍ଲକକୁ ଡିଜେ ଓ ବାଣ ଫୁଟାଇ ରୋଷଣୀ କରି ଦିନ ପ୍ରାୟ ୧୨ ରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ ସଭା ମଝିରୁ ବିଧାୟକ ଦୁଇ ଘଣ୍ଟା ପାଇଁ କେଉଁଆଡେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ବ୍ଲକ ପ୍ରଶାସନ ଓ ବିଧାୟକଙ୍କ ଏଭଳି ମନମୁଖୀ କାର୍ଯ୍ୟପାଇଁ ଦିନ ଦୁଇଟାରେ ସଭା ସରିବା ପରିବର୍ତ୍ତେ  ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିଥିଲା । 

ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ସଭାରେ ହଟ୍ଟଗୋଳ ହୋଇଥିବାବେଳେ ସଭା ବାହାରେ ମଧ୍ୟାହ୍ନ ଭୋଜନ ବିଳମ୍ବରୁ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଖାଲି ସେତିକି ନୁହେଁ ବ୍ଲକ ପରିସରରେ ବିଧାୟକଙ୍କୁ ଡିଜେ ବଜାଇବା ପାଇଁ କିଏ ଅନୁମତି ଦେଲା ଓ ଏତେ ସମୟ ବିଳମ୍ବରେ ବିଧାୟକ କାହିଁକି ଆସିଲେ ତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ସମିତି ବୈଠକ ନହୋଇଥିବାରୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ବିଭିନ୍ନ ପ୍ରସଙ୍ଗରେ ବିଡ଼ିଓଙ୍କୁ ଦାୟୀ କରିଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ramakant Bhoi, MLA from Tirtol, came -in-procession-for-panchayat-samiti-meeting | Argus News