Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ‘ଶ୍ରୀରାଧା’ର ସ୍ରଷ୍ଟା ରମାକାନ୍ତ ରଥ ଆଉ ନାହାନ୍ତି

Odisha

‘ଶ୍ରୀରାଧା’ର ସ୍ରଷ୍ଟା ରମାକାନ୍ତ ରଥ ଆଉ ନାହାନ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
‘ଶ୍ରୀରାଧା’ର ସ୍ରଷ୍ଟା ରମାକାନ୍ତ ରଥ ଆଉ ନାହାନ୍ତି

‘ଶ୍ରୀରାଧା’ର ସ୍ରଷ୍ଟା ରମାକାନ୍ତ ରଥ ଆଉ ନାହାନ୍ତି । ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ରମାକାନ୍ତ ରଥଙ୍କ ପରଲୋକ ଘଟିଛି । ଭୁବନେଶ୍ବର ଖାରବେଳନଗରସ୍ଥିତ ବାସଭବନରେ ତାଙ୍କର ପରଲୋକଳ ହୋଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ପାଇଁ ଆସିଛନ୍ତି । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ତାଙ୍କର ଖୁବ୍‌ ନାଁ ଥିଲା । ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଥିଲେ । ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ମଧ୍ୟ ହୋଇଥିଲେ ।


୨୦୦୬ରେ ପଦ୍ମ ଭୂଷଣରେ ତାଙ୍କୁ ସମ୍ମାନିତ କରାଯାଇଥିଲା । କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା ।


ସରସ୍ବତୀ ସମ୍ମାନରେ ବି ସମ୍ମାନିତ ହୋଇଥିଲେ କବି ରମାକାନ୍ତ । କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଓ ସଭାପତି ପଦ ମଣ୍ଡନ ବି କରିଥିଲେ । ରମାକାନ୍ତଙ୍କ ଲେଖାରେ ଥାଏ ଉଭୟ ଆଧ୍ୟାତ୍ମିକ ଓ ଆଧିଭୌତିକର କଳ୍ପନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ ସେ କଟକଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ ।


ଫେବ୍ରୁଆରି ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ। ୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ଏହାଛଡ଼ା ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ପୁରସ୍କାର, ଶାରଳା ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର (କବିତା), ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କଳିଙ୍ଗ ରତ୍ନ ଓ ଉତ୍କଳ ରତ୍ନ ଆଦି ପୁରସ୍କାର ଲାଭ କରିଥିଲେ।

Sponsored
Ramakant Rath, creator of 'Shri Radha', no more | Argus News