Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭ ଦିନ ଭିତରେ ଜବାବ ଦେବା ପାଇଁ ରାମକୃଷ୍ଣଙ୍କୁ ଦିଆଯାଇଛି ସମୟ

Smruti Parija
Browse all articles by Smruti Parija
·1 year ago·1 min read
୭ ଦିନ ଭିତରେ ଜବାବ ଦେବା ପାଇଁ ରାମକୃଷ୍ଣଙ୍କୁ ଦିଆଯାଇଛି ସମୟ

ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନର କୈଫିୟତ ତଲବ । ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ବିଭ୍ରାନ୍ତି ସୃଷ୍ଟି ଓ ଶ୍ରୀମନ୍ଦିର ଗରିମା କ୍ଷୁର୍ଣ୍ଣ କରିଥିବାରୁ ମଗାଗଲା କୈଫିୟତ । ୭ ଦିନ ଭିତରେ ଜବାବ ଦେବା ପାଇଁ ରାମକୃଷ୍ଣଙ୍କୁ ଦିଆଯାଇଛି ସମୟ । ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ରାମକୃଷ୍ଣ । ନବକଳେବର ବକଳା ଦାରୁରେ ନିର୍ମିତ ମୂର୍ତ୍ତି ଦୀଘା ମନ୍ଦିରକୁ ଦେଇଥିବା କହିଥିଲେ ରାମକୃଷ୍ଣ । ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ରାମକୃଷ୍ଣ । ଦଇତାପତି ନିଯୋଗର ସମ୍ପାଦକ ଅଛନ୍ତି ରାମକୃଷ୍ଣ ଦାସ ମହାପାତ୍ର ।


ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ଥିବା ଦାରୁଘର ଅବସ୍ଥା କଣ, ଦାରୁଘର ଚାବି କାହା ପାଖରେ ଥିଲା, ବଳକା ଦାରୁ ସବୁ ସୁରକ୍ଷିତ ଅଛି କି ନାହିଁ.... ଏ ସମସ୍ତ ପ୍ରସଙ୍ଗ ଉପରେ ଏକ କମିଟି ଗଠନ କରି ପ୍ରକୃତ ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ କହିଛନ୍ତି, ନବକଳେବର ବଳକା କାଠରେ ମୂର୍ତ୍ତି ନିର୍ମାଣ ସମ୍ଭବ ନୁହେଁ । ସେପଟେ ଦୀଘାରେ ଜଗନ୍ନାଥ ଧାମ ଘୋଷଣା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା କହିଛନ୍ତି ବୁଦ୍ଧିଜୀବୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ramakrishna-das-mohapatra-has-been-given-time-to-respond-within-7-days | Argus News