Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ramayana Drama / ସୀମା ଟପିଲା ଅଶ୍ଳୀଳତା, ସୀତାଙ୍କୁ ରାବଣ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ସୀମା ଟପିଲା ଅଶ୍ଳୀଳତା, ସୀତାଙ୍କୁ ରାବଣ...

Key Points

ରାମାୟଣ ନାମରେ ଅଶ୍ଳୀଳତା
ଭାଇରାଲ ହେଉଛି ଭିଡିଓ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ମଞ୍ଚରେ ଚାଲିଥିଲା ରାମାୟଣ ନାଟକ। ଗାଁ ଦାଣ୍ଡରେ ଲୋକେ ମେଳି ହୋଇ ବସିଥିଲେ ଦେଖିବା ପାଇଁ। ଦୁଇ ଦଳ ଭିତରେ ଚାଲିଥିଲା ପ୍ରତିଯୋଗୀତା। ଜିତିବାର ଲୋଭରେ ରାମାୟଣରେ ଅଶ୍ଳୀଳ ନାଟକ କରି ଏବେ ଅପବାଦ ସାଉଣ୍ଟୁଛନ୍ତି ଗଞ୍ଜାମ ଜିଲ୍ଲାରେ ନାଟକ ପରିବେଷଣ କରୁଥିବା କଳାକାରମାନେ। ରାମାୟଣ ପରି ପବିତ୍ର ନାଟକରେ ଅଶ୍ଳୀଳତା ଦେଖି ଲୋକେ ରାଗିଲେ। ପ୍ରଥମେ ରାମାୟଣ ପରିବେଷଣ ହେଉଥିବା ଷ୍ଟେଜରେ ଆଇଟମ ଗାର୍ଲ ନିଶାମହାରଣାଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ରାବଣ କଲେ ସୀତାଙ୍କୁ ଷ୍ଟେଜ ଉପରେ ଉଲଗ୍ନ ।

ସେତିକି ନୁହେଁ ହରଣ କରିବା ସମୟରେ ସୀତା ଚରିତ୍ରରେ ଅଭିନୟ କରୁଥିବା ସୀତାଙ୍କ ଶରୀରର ଅନେକ ସ୍ଥାନକୁ ସମସ୍ତଙ୍କ ସାମ୍ନାରେ ସ୍ପର୍ଶ କରିଥିଲେ। ରାମାୟଣ ଭଳି ପବିତ୍ରତାରେ ଏଭଳି ଅପସଂସ୍କୃତିକୁ ବାରଣ ପରିବର୍ତ୍ତେ ତାହା ଷ୍ଟେଜରେ ପରିବେଷଣ କରିବାକୁ ନେଇ ଗ୍ରାମବାସୀ ରାଗିଯାଇଥିଲା। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି। ଏଭଳି ନାଟକକୁ ଅନେକ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଣଜା ଗାଁ ଯାତ୍ରାରେ ଏହା ଦେଖିବାକୁ ମିଳିଛି।

ଦୁଇ ଦଳ ବାଦ ରାମାୟଣ ସାମ୍ନାସାମ୍ନି ପରିବେଷଣ କରୁଥିବାବେଳେ ଉଭୟ ଦଳ ବିଜେତା ହେବାପାଇଁ ନିଜ ନିଜର ସଂସ୍କୃତି ପରମ୍ପରାକୁ ଭୁଲି ଯାଇଥିଲେ । ରାମାୟଣ 24ଘଣ୍ଟା ପ୍ରଦର୍ଶନ ପାଇଁ ଏଗ୍ରିମେଣ୍ଟ ହୋଇଥିଲେ ମଧ୍ୟ ଦୀର୍ଘ 60ଘଣ୍ଟା ପରିବେଷଣ କରିଥିଲେ । ଏହି ରାମାୟଣରେ ଅଶ୍ଳୀଳତା ନୃତ୍ୟ ପରିବେଷଣ ସହ ଉଭୟ ଦଳ ୨୦ରୁ ଉର୍ଦ୍ଧ୍ୱ ଆଇଟମ ଡ୍ୟାନ୍ସର ସହ 50ରୁ ଉର୍ଦ୍ଧ୍ୱ କିନର, ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ, ରାମାୟଣରେ ଘୋଡା, ଓଟ ସହ ଜେସିବି କ୍ରେନ ମେସିନର ବ୍ୟବହାର କରିଥିଲେ। ଦିନକୁ ଦିନ ରାଜ୍ୟରେ ସଂସ୍କୃତିକୁ ଅପମାନ କରାଯାଉଛି। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ramayana Drama | Viral Ramayana Play Video Draws Criticism for Obscenity | Argus News | Argus News