Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୋକଙ୍କ ଜମି ସହ ଜଗନ୍ନାଥଙ୍କ ସମ୍ପତ୍ତି ଚଳୁ କରିଦେଇଛି ରାମ୍‌କୋ

Odisha

ଲୋକଙ୍କ ଜମି ସହ ଜଗନ୍ନାଥଙ୍କ ସମ୍ପତ୍ତି ଚଳୁ କରିଦେଇଛି ରାମ୍‌କୋ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଲୋକଙ୍କ ଜମି ସହ ଜଗନ୍ନାଥଙ୍କ ସମ୍ପତ୍ତି ଚଳୁ କରିଦେଇଛି ରାମ୍‌କୋ

Key Points

  • ଧର୍ମଶାଳା : ଦୁର୍ନୀତିର ଗନ୍ତାଘର
  • ଜଗନ୍ନାଥଙ୍କ ଜମିକୁ ବି ଛାଡିନି ରାମକୋ କମ୍ପାନୀ

ଅର୍ଗସ ବ୍ୟୁରୋ: ଗରିବ ଓ ଭୂମିହୀନଙ୍କର ତ ଯାହା ଜମି ଖାଇଥିଲା ଖାଇଥିଲା ସେତିକିରେ ମନଶାନ୍ତି ହେଲାନାହିଁ ଯେ ଶେଷରେ ଜଗନ୍ନାଥଙ୍କ ଜମି ଖାଇବାକୁ ପଛାଇଲା ନାହିଁ ରାମକୋ କମ୍ପାନୀ । ଅଧଗୁଣ୍ଠେ କି ଏକରେ ନୁହେଁ ବରଂ ଏକରେ ଏକରେ ଜମି ଜବରଦଖଲ କରିଛି ରାମକୋ କମ୍ପାନୀ । ହେଲେ ବେଆଇନ ଭାବରେ କେମିତି ଏତେ ମାତ୍ରାରେ ଜବରଦଖଲ ହେଲା ? ପୂର୍ବ ସରକାର କେମିତି ଅନୁମତି ଦେଲେ ? ଅଭିଯୋଗ ପରେ କାହିଁକି ଆକ୍ସନ ନେଲେନି ? କିଛି ଏମିତି ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ଲୋକେ । ଯେହେତୁ ଜବରଦଖଲ ଉଚ୍ଛେଦକାରୀଙ୍କ ଉପରେ ଆକ୍ସନ ନେଉଛି ମୋହନ ସରକାର ତେଣୁ ନିଜ ଜମି ଫେରି ପାଇବା ସହିତ ରାମକୋ ବିରୋଧରେ ଆକ୍ସନ ନେବାକୁ ଜୋର ଧରିଛି ଦାବି ।

ଧର୍ମଶାଳା ତହସିଲ ଅଧୀନ ଥାନୁଆଳ, ହରିଦାସପୁର, ଆରୁହା, ପାଖର ପଞ୍ଚାୟତର ଯୋଗରଡ଼ା ଓ ନାନପୁର ମୌଜାର ଏକର ଏକର ସରକାରୀ ଜମି ଏବେ ରାମକୋ ଜବରଦଖଲରେ ।  ନାକପୋଲ ରାଜସ୍ଵ ସର୍କଲ ଅଧୀନ ଯୋଗରଡ଼ା ମୌଜାର ଖାତା ନମ୍ବର ୭୯ ଓ ପ୍ଲଟ୍ ନମ୍ବର ୧୦୬ର ୧.୩୬ଏକର ଜମି, ଖାତା ନମ୍ବର ୭୭ ଓ ପ୍ଲଟ୍ ନମ୍ବର ୧୪୩ର ୧.୫୪ଏକର ଓ ପ୍ଲଟ୍ ନମ୍ବର ୧୫୨ରେ ୨.୫୩ ଏକର ଜମି ଜବରଦଖଲରେ ରହିଛି । ଏ ନେଇ ସରକାରୀସ୍ତରରେ ଯଥାକ୍ରମେ ୩ଟି ଜବରଦଖଲ କେସ୍ ୧୪୨/୧୮-୧୯, ୧୪୩/୧୮-୧୯, ୧୪୪/୧୮-୧୯ ମଧ୍ୟ ରୁଜୁ ହୋଇଛି । କଥା ହେଲା ଜମିର ଉନ୍ନତୀକରଣ ନାଁରେ ବଡ଼ ଧରଣର ଠକେଇ କରି ଧର୍ମଶାଳାର ତତ୍କାଳୀନ ତହସିଲଦାର କୋଟି କୋଟି ଟଙ୍କାର ଭୂସମ୍ପତ୍ତିକୁ ରାମକୋ କମ୍ପାନୀ ହାତକୁ ଟେକି ଦେଇଛନ୍ତି । 

କେମିତି ଭଲରେ ଲୋକମାନେ ରହିବେ ସେହି କଥା ଚିନ୍ତାକରି ଗଡ଼ମଧୁପୁର ରାଜା ଭୂମିହୀନ ଲୋକଙ୍କୁ ୪ ଗୁଣ୍ଠ ଲେଖାଏଁ ଜମି ଦେଇଥିଲେ । ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧି ପଟ୍ଟା ଦେଇଥିଲେ । ହେଲେ ୨୦୨୦ରୁ ଲୋକଙ୍କ ଜମିକୁ ଜବରଦଖଲ କରିବା ପରେ ବି ପାଉଣା ଦେଇନି । ତେଣୁ ଘର ନଥିବା କାରଣରୁ ରାସ୍ତା କଡରେ ପଡିଛନ୍ତି ଶହଶହ ନିରାଶ୍ରୟ । କୁହାଯାଉଛି ସ୍ଥାନୀୟ ଅଂଚଳର କିଛି ରାଜନେତା ଓ ଠିକାଦାରଙ୍କ ମିଲିଭଗତରେ ଏମିତି ଦୁର୍ନୀତି ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଗୁରୁତ୍ଵପୂର୍ଣ୍ଣ କଥା ହେଲା କମ୍ପାନୀ ହେବା ପରେ ଅନେକ ସରକାରୀ ଜମି ମାଡି ବସିଥିବା ବେଳେ ଲୋକଙ୍କ ଜମିକୁ ବି କବଜା କରିନେଇଛି । ତେଣୁ ରାଜ୍ୟରେ ସରକାର ବଦଳିବା ପରେ ଏବେ ପୁଣି ଥରେ ନିଜ ଘର ଓ ଜାଗା ପାଇବା ଆଶାରେ ସ୍ଥାନୀୟ ବାସିନ୍ଦା ।

 

Sponsored
Ramko Company | Argus News