Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ramu Lives On / ବର୍ଷେ ପରେ ମାଟି ଖୋଳି କଢ଼ାଗଲା ରାମୁର ୪୦ ଖଣ୍ଡ ହାଡ଼ ସହ ୨ ଦାନ୍ତ; ଗୋଡ଼ିବାରୀରେ ହେବ ଅସ୍ଥି ସଂରକ୍ଷଣ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବର୍ଷେ ପରେ ମାଟି ଖୋଳି କଢ଼ାଗଲା ରାମୁର ୪୦ ଖଣ୍ଡ ହାଡ଼ ସହ ୨ ଦାନ୍ତ; ଗୋଡ଼ିବାରୀରେ ହେବ ଅସ୍ଥି ସଂରକ୍ଷଣ
40 Bones, 2 Tusks: Ramu Elephant Remembered in Odisha

Key Points

ରାମୁର ମୃତ୍ୟୁ ପରେ ଚନ୍ଦକା ଜଙ୍ଗଲରେ ମୃତଦେହ ପୋତି ଦିଆଯାଇଥିଲା । ଆଉ ଏବେ ରାମୁ ହାତୀର ଅସ୍ଥିକୁ ମ୍ୟୁଜିୟମ୍ କରି ସଂରକ୍ଷଣ ରଖିବା ଯୋଜନା ଅନୁସାରେ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ ।
ଭୁବନେଶ୍ଵର: ମରିକି ବି 'ଅମର' ରାମୁ । ଭରତପୁର ଜଙ୍ଗଲର ମାଟି ତଳୁ 'ରାମୁ'ର କଙ୍କାଳ ଉଦ୍ଧାର ହୋଇଛି । ୨ଟି ଦାନ୍ତ ଉଦ୍ଧାର ମିଳିଥିବା ବେଳେ ଗୋଟିଏର ଓଜନ ୪ କିଲୋ, ଅନ୍ୟଟିର ଅଢ଼େଇ କିଲୋ ରହିଛି । ୪୦ ଖଣ୍ଡ ହାଡ଼କୁ ପ୍ରାଣୀବିଜ୍ଞାନୀଙ୍କ ନେତୃତ୍ଵରେ ୨୫ ଜଣିଆ ଟିମ୍ ଉଦ୍ଧାର କରିଛନ୍ତି ।

ଗୋଡ଼ିବାରୀ ପ୍ରକୃତି ନିବାସରେ ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ । ଗତବର୍ଷ ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା । ରାମୁର ମୃତ୍ୟୁ ପରେ ଚନ୍ଦକା ଜଙ୍ଗଲରେ ମୃତଦେହ ପୋତି ଦିଆଯାଇଥିଲା । ଆଉ ଏବେ ରାମୁ ହାତୀର ଅସ୍ଥିକୁ ମ୍ୟୁଜିୟମ୍ କରି ସଂରକ୍ଷଣ ରଖିବା ଯୋଜନା ଅନୁସାରେ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ ।

ଏଥିସହ ପଢ଼ନ୍ତୁ: ବିବାହକୁ ୬ ମାସ; ନିଜେ ପୋଛିଦେଲା ମଥା ସିନ୍ଦୂର, ଶୋଇଥିବା ବେଳେ ଚିପି ଦେଲା ସ୍ଵାମୀ ତଣ୍ଟି !

ଏଥିପାଇଁ ମାଟି ଖୋଳି ମୃତ ହାତୀର ହାଡ଼ ବାହାର କରିବାକୁ ଲାଗିଥିଲେ ୨୫ ଜଣିଆ ଦଳ । ଯେଉଁଥିରେ ଏମ୍ସ ମେଡିକାଲର ଫରେନସିକ ଏକ୍ସପର୍ଟ ସହ ଉପସ୍ଥିତ ଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ । ହାତୀର କଙ୍କାଳକୁ ସଂରକ୍ଷଣ କରିବା ରାମୁର ସମ୍ମାନକୁ ବୃଦ୍ଧି କରିବା ସହ ଗବେଷଣା କ୍ଷେତ୍ରରେ ଅନେକ ସାହାଯ୍ୟ କରିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଶୁକ୍ରବାର ମାଟି ଖୋଳା ହେବା ପରେ ହାତୀର ପ୍ରାୟ ୪୦ରୁ ଅଧିକ ଖଣ୍ଡ ହାଡ଼ ବାହାରିଛି । ମୁଣ୍ଡ, ଗୋଡ଼,ପାଦ, ଲାଞ୍ଜ ଓ ମେରୁଦଣ୍ଡ ହାଡ଼ ସ୍ପଷ୍ଟ ବାରି ହେଉଥିବା ବେଳେ କିଛି ହାଡ଼ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି । ପ୍ରଥମେ ସମସ୍ତ ହାଡ଼କୁ କେମିକାଲ୍ ଦ୍ୱାରା ସଫା କରାଯାଇ ଯୋଡ଼ା ଯିବା ପ୍ରକ୍ରିୟା ଆରମ୍ଭ କରାଯିବ ଯାହା ପ୍ରାୟ ୬ ମାସ ଲାଗିବ ।

ଏଥିସହ ପଢ଼ନ୍ତୁ: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ

ରାମୁ ଥିଲା ରାଜଧାନୀ ଉପକଣ୍ଠର ସବୁଠୁ ସତେଜ ଓ ସାହାସୀ ହାତୀ । ଚନ୍ଦକା ଓ ଭରତପୁର ଅଞ୍ଚଳରେ ନିର୍ଭୟରେ ବୁଲୁଥିଲେ ବି କେବେ କାହାକୁ ଆକ୍ରମଣ କରୁ ନଥିଲା । ମୃତ୍ୟୁ ବେଳକୁ ରାମକୁ ହୋଇଥିଲା ପ୍ରାୟ ୪୭ ବର୍ଷ ବୟସ । ୧୯୭୮ରେ ରାମୁକୁ ଅତି ଛୋଟ ଅବସ୍ଥାରେ କନ୍ୟା କୁମାରୀରୁ ଆଣିଥିଲା ବନବିଭାଗ । ୨୦୨୪ ଅଗଷ୍ଟ ୧୯ରେ ବିଦ୍ୟୁତ୍ ଆଘାତରେ ଭରତପୁରରେ ରାମୁର ଜୀବନ ଯାଇଥିଲା । ରାମୁର ମୃତ୍ୟୁ ପରେ ତାର କଙ୍କାଳ ଜରିଆରେ ତା ସ୍ମୃତି ମନେ ରଖିବାକୁ କରିବାକୁ ଯୋଜନା କରିଛି ବନ ବିଭାଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ramu Elephant’s Skeleton Unearthed After 1 Year in Odisha | Argus News | Argus News