ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ
·1 year ago·1 min read

ବାଲେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ଚଡାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଡାଉ କରିଛି ଭିଜିଲାନ୍ସ ବିଭାଗ । ସରକାରୀ ଅଫିସ, ଘର, କୁକୁଡା ଓ ଭୂବନେଶ୍ବର ଘର ସମେତ ୭ ଟି ସ୍ଥାନରେ ଚାଲିଥିଲା ଚଡାଉ। ତେବେ ଚଢାଉରେ ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଏଏସଆଇ ସାମିଲ ହୋଇଥିଲେ।
ତେବେ ବାଲେଶ୍ବରରେ ଭିଜିଲାନ୍ସ ବିଭାଗ ବିଦ୍ୟାଧରଙ୍କ ପୈତୃକ ଘର, କୁରୁଡ଼ା ସ୍ଥିତ ୨ ମହଲା ଘର ଉପରେ ଚଢାଉ କରିଥିଲେ । ବର୍ତ୍ତମାନ ସୁଦ୍ଧା ଜେରା ଚାଲିଥିବାବେଳେ ଭୁବନେଶ୍ବରରେ ୩ ଟି ସ୍ଥାନରେ ଘର, ୨ ଟି ପ୍ଲଟ , ୧୦୦ ଗ୍ରାମ ସୁନା, ଗୋଟିଏ କାର୍ ଓ ବାଇକ ଜବତ କରାଯାଇଛି । ଏହା ସହ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: