ଭିଜିଲାନ୍ସ ଜାଲରେ R&B ଡିଭିଜନ୍ JE, ୮ଟି ସ୍ଥାନରେ ରେଡ୍
·1 year ago·1 min read

Key Points
ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଜେଇ
ଖରିଆର ଆର ଆଣ୍ଡ ବି ଜେଇ ସୁଶାନ୍ତ କୁମାର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼୍
ଏକକାଳୀନ 8ଟି ସ୍ଥାନରେ ଚାଲିଛି ଚଢାଉ
ଭିଜିଲାନ୍ସ ଜାଲରେ ନୂଆପଡା ଖରିଆର ଆର ଆଣ୍ଡ ବି ଜେଇ ସୁଶାନ୍ତ କୁମାର ସେଠୀ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ। ଭୁବନେଶ୍ୱର, ପିପିଲି, ନୂଆପଡାର 8ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ। ରେଡରେ 7ଜଣ ଡ଼ିଏସପି, 3ଜଣ ଇନ୍ସିପେକ୍ଟର, 10ଜଣ ଏଏସଆଇ ସାମିଲ ଅଛନ୍ତି । ଭୁବନେଶ୍ୱର ଲିଂଗିପୁର ଗଙ୍ଗୋତ୍ରୀ ନଗରରେ ୩ ମହଲା ଘର, ନିର୍ମାଣଧିନ କୋଠା, ଭୁବନେଶ୍ୱର କେଦାର ଲେନରେ ସହଯୋଗୀଙ୍କ ଘର, ଗ୍ୟାରେଜ ଛକରେ ସହଯୋଗୀଙ୍କ ଘର, ବ୍ରହ୍ମେଶ୍ଵର ପାଟଣାସ୍ଥିତ ସମ୍ପର୍କୀୟଙ୍କ ଘର, ପିପିଲି ବିଲିପଡ଼ା ଫାର୍ମ ହାଉସ, ନୂଆପଡ଼ା ଅଫିସ ସମେତ ସରକାରୀ କ୍ଵାଟରରେ ଚାଲିଛି ଚଢାଉ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: