Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - `ଧନୀ ଲୋକ, କିନ୍ତୁ ମନ ଛୋଟ'

`ଧନୀ ଲୋକ, କିନ୍ତୁ ମନ ଛୋଟ'

By: Smruti Parija

Odisha, Crime| Sun, Nov 5 | 8:47 am

`ଧନୀ ଲୋକ, କିନ୍ତୁ ମନ ଛୋଟ'

Highlights

  • ଦୁର୍ଘଟଣାରେ ମୃତ ଲୋପାମୁଦ୍ରା ସାହୁଙ୍କ ପରିବାରର ଅଭିଯୋଗ
  • ବଡ଼ ଲୋକ ବୋଲି ମନରେ ନାହିଁ ସାମାନ୍ୟତମ ସହାନୁଭୂତି
  • ପୀଡ଼ିତ ପରିବାରକୁ ସିଏମ ରିଲିଫ ଫଣ୍ଡରୁ ସହାୟତା ଦାବି କଲା ବିଜେପି
  • ମୃତକ ଓ ଗୁରୁତରଙ୍କୁ କ୍ଷତିପୂରଣ ଦାବିରେ NHRCରେ ପହଞ୍ଚିଲା ମାମଲା
  • ପାୱାରହାଉସ ଛକରେ ଦୁର୍ଘଟଣା ସମୟରେ ଗାଡ଼ିରେ ଥିଲେ କି ବିଶାଲ ?
  • କାହିଁକି କମିଶନରେଟ ପୋଲିସ ଦେଇଥିଲା ଭୁଲ ଗାଡ଼ି ନମ୍ବର?
  • ଟଙ୍କା ନେଇ ମୁହଁ ବନ୍ଦ ରଖିବାକୁ ଫୋନରେ ପୀଡ଼ିତ ପରିବାରକୁ ଧମକ୍ !

ଅର୍ଗସ ବ୍ୟୁରୋ:  ରେଞ୍ଜରୋଭର୍ ହିଟ୍ ଆଣ୍ଡ ରନ୍ ମାମଲାରେ କେବେ ସାମ୍ନାକୁ ଆସିବ ସତ । ନ୍ୟାୟ ଅପେକ୍ଷାରେ ପୀଡ଼ିତ ପରିବାର । ଏବେବି କମିଶନରେଟ ପୋଲିସର ଆକ୍ସନ ଶୂନ୍ । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କର ହୋଇଥିବା ଚର୍ଚ୍ଚା ହେଉଛି । ସେଥିପାଇଁ ପୋଲିସ ବିଶାଲଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଆରଟିଓ ତଥ୍ୟ ଅନୁସାରେ ଗାଡ଼ିଟି ଝାରସୁଗୁଡାରେ ପଞ୍ଜିକୃତ । ଯେଉଁ କମ୍ପାନୀ ନାଁରେ ଗାଡ଼ିର ମାଲିକାନା ଅଛି ସମ୍ପୃକ୍ତ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ବିଶାଲ । ଦୁର୍ଘଟଣା ପରେ ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ସାହାଯ୍ୟ ତ ଦୂରର କଥା ସହାନୁଭୂତି ମଧ୍ୟ ଦେଖାଇ ନାହାନ୍ତି ବିଶାଲ । 

- ପ୍ରଶ୍ନ ଉଠୁଛି ଏତେ ଧନୀ ହୋଇ ମଧ୍ୟ ବିଶାଲଙ୍କର ହୃଦୟ ଛୋଟ ହେଲା କେମିତି ?
- ଇଏ କଣ ଓଡ଼ିଆ ମାନସିକତା ? ଦୁର୍ଘଟଣା ଦିନ ଗାଡିରେ ଥିଲେ କି ବିଶାଲ ? 
- ଯଦି ବିଶାଲ ଗାଡ଼ିରେ ଥିଲେ ତେବେ ମାନବିକତା ଦେଖାଇଲେ ନାହିଁ କେମିତି ?
- ପ୍ରେସ୍ ରିଲିଜରେ କମିସନରେଟ୍ ପୋଲିସ କାହିଁକି ଦେଇଥିଲା ଭୁଲ୍ ଗାଡ଼ି ନମ୍ବର ? 

ପୀଡ଼ିତ ପରିବାରକୁ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ 50 ଲକ୍ଷ ଟଙ୍କା ଯୋଗାଇଦେବାକୁ ଦାବି କରିଛି ବିଜେପି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକାନା ଥିବା କମ୍ପାନୀ ଏହି ଅର୍ଥ ଭରଣ କରିବାକୁ ଦାବି କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । 

ରେଞ୍ଜ ରୋଭର ଗାଡି ଧକ୍କାରେ ଲୋପାମୁଦ୍ରାଙ୍କ ମୃତ୍ୟୁ

ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ଭରଣ ଦାବିରେ ଜାତୀୟ ମାନବାଧିକାର କମିଶନର ଦ୍ବାରସ୍ଥ ହୋଇଛି ନ୍ୟାୟ ପାଇଁ ଲଢେଇ ପରିବାର । ମାମଲାରେ ପୋଲିସ କମିଶନର, ଡିଜିପି, ଓଡ଼ିଶା ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । 

ଦୁର୍ଘଟଣାକୁ 5 ଦିନ ବିତିଥିବାବେଳେ ହାତବାନ୍ଧି ବସିଛି କମିଶନରେଟ ପୋଲିସ । ମାମଲାରେ ଶାସକ ଦଳର ନେତାଙ୍କ ଚାପରେ ପୋଲିସ ଆକ୍ସନ ନେଉନଥିବା ଅଭିଯୋଗ ହୋଇଛି । ଏପଟେ ଅର୍ଥିକ ଅଭାବରୁ ଦୁର୍ଘଟଣାରେ ଗୁରୁତର ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକଙ୍କ ଚିକିତ୍ସା ପ୍ରଭାବିତ ହୋଇଛି। କେବେ ମିଳିବ ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ସହାୟତା କେବେ ? ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ?

Sponsored By!

Related Articles :