|
logo
Live

Argus News - କାର୍ତ୍ତିକ ପୂର୍ଣ୍ଣିମାରେ ମୁରୁଜ ପ୍ରତିଯୋଗିତା

Odisha

କାର୍ତ୍ତିକ ପୂର୍ଣ୍ଣିମାରେ ମୁରୁଜ ପ୍ରତିଯୋଗିତା

Smruti Parija
Browse all articles by Smruti Parija
·2 years ago·1 min read
କାର୍ତ୍ତିକ ପୂର୍ଣ୍ଣିମାରେ ମୁରୁଜ ପ୍ରତିଯୋଗିତା

ସାଲେପୁର:  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମୁରୁଜ ପ୍ରତିଯୋଗିତା । କଟକ ଜିଲ୍ଲା ସାଲେପୁର ବ୍ଲକ କଟରପା ବଳଦେବଜୀଉଙ୍କ ରଥଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରିଯୋଗିତା । ଆଜକୁ 5 ବର୍ଷ ଧରି ଏହା ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଟରପା ରଥରଥଦାଣ୍ଡରେ ଏକ ଶହେଫୁଟର ବିରାଟକାୟ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ମୁରୁଜରେ ନିର୍ମିତ କରାଯାଇଥିଲା । 

ଅନନ୍ତ ଶୟନ ଠାରେ ସପ୍ତମ ବାଲିଯାତ୍ରା ଲୋକ ମହୋତ୍ସବ ଅନୁଷ୍ଠିତ

ଏଥିରେ ୧କୁଇଣ୍ଟାଲରୁ ଅଧିକ ମୁରୁଜ ବ୍ୟବହାର କରାଯାଇଛି । ଏଥିପାଇଁ 2 ଦିନ ଧରି ଗାଁର ଝିଅବୋହୁ ସାଙ୍ଗକୁ ଯୁବକ,ବୃଦ୍ଧ ସମସ୍ତେ ଯୋଗ ଦେଇଥିଲେ । ମୁରୁଜ ପକାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଏକ ଅଭୂତ ପ୍ରକାର ଖୁସି ଖେଳି ଯାଇଥିଲା । କୃତି ମୁରୁଜ ପକାଳୀମାନଙ୍କୁ ସାନ୍ତ୍ଵନା ମୁଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମୁରୁଜ ତିଆରି ଚିତ୍ରକଳାକୁ ଆଗାମୀ ଦିନରେ ଗିନିଜବୁକରେ ସାମିଲ୍ କରିବେ ବୋଲି କହିଛନ୍ତି ଗ୍ରାମବାସୀମାନେ । ଏହାକୁ ଦେଖିବାପାଇଁ ଆଖପାଖ ଅଞ୍ଚଳର ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଆଗକୁ ଆଗକୁ ଏହା ଆହୁରି ଅଧିକରୁ ଅଧିକ ହେବ ବୋଲି ଗ୍ରାମବାସୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାର୍ତ୍ତିକ ପୂର୍ଣ୍ଣିମାରେ ମୁରୁଜ ପ୍ରତିଯୋଗିତା | Argus News