ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା ଖାଇଲେ ରାନୀ

ଭୁବନେଶ୍ୱର: ଖଣ୍ଡଗିରି ମେଳାରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀଙ୍କୁ ନେଇ ବୋବାଲ । ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା ଖାଇଲେ । ନାଗା ସାଧୁ ରାନୀଙ୍କୁ ତଡ଼ି ଦେଲେ । ସାଧୁଙ୍କ ବିରୋଧ ପରେ ଯଜ୍ଞ ସ୍ଥଳରୁ ତଡ଼ି ଦେଲେ ଲୋକେ । ଆଜି ଖଣ୍ଡଗିରି ମେଳାରେ ରାନୀଙ୍କ କିଛି ଏଭଳି କାଣ୍ଡ ଦେଖିବାକୁ ମିଳିଛି । ସାଧୁଙ୍କ ଭଳି ଲୁଗା ପିନ୍ଧି ରାନୀ ଖଣ୍ଡଗିରି ମେଳା ଯଜ୍ଞ ସ୍ଥଳରେ ପହଞ୍ଚି ଯାଇଥିଲେ ।
ସେଠାରେ ଡମ୍ବରୁ ବଜାଇ ଏକ ରୁଦ୍ରାକ୍ଷ ଦେଖାଇ ସାଧୁ ଦେଇଛନ୍ତି ବୋଲି କହିଥିଲେ । ଏହାସହ ଡମ୍ପରୁ ବଜାଇ ଯାତ୍ରାରେ ନିଶ୍ଚିତ ଡ୍ୟାନ୍ସ କରିବି ବୋଲି କହୁଥିଲେ । ଏହି ସମୟରେ ଯଜ୍ଞସ୍ଥଳରେ ନାଗା ସାଧୁ ପହଞ୍ଚିଥିଲେ । ପ୍ରଥମେ ସେମାନେ ରାନୀଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ । ହେଲେ ରାନୀ ତାଙ୍କ କଥା ଶୁଣିଥିଲେ କି ଉକ୍ତ ସ୍ଥାନ ଛାଡ଼ି ନଥିଲେ । ଏହାପରେ ସାଧୁ କହିଥିଲେ ଯଜ୍ଞ ସ୍ଥାନରେ ଅଶ୍ଳିଳତାର ସ୍ଥାନ ନାହିଁ । ରାନୀ କୌଣସି ସାଧୁଙ୍କର ଶିଷ୍ୟା ନୁହେଁ । ତେଣୁ ସେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ି ଚାଲିଯାଆନ୍ତୁ ।ଏହାପରେ ସେଠାରେ ଉପସ୍ଥିତ ଲୋକେ ରାନୀଙ୍କୁ ସେଠାରୁ ପଳାଇବାକୁ କହିଥିଲେ ।
📱 Get Argus News App
✨ହେଲେ ରାନୀ ସେମାନଙ୍କ ସହ ଯୁକ୍ତି କରିବା ପରେ ସାଧୁଙ୍କ ପାଖରୁ ଆଶୀର୍ବାଦ ନେବାକୁ ଆସିଥିବା କହିଥିଲେ । ଆଶୀର୍ବାଦ ନନେଇ ଯିବେ ନାହିଁ ବୋଲି କହିବା ସହ ଲୋକଙ୍କ ସହ ଯୁକ୍ତି କରିଥିଲେ । ଏହାପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଲୋକେ ତାଙ୍କୁ ଯଜ୍ଞ ସ୍ଥଳରୁ ତଡ଼ି ଦେଇଥିଲେ ।
ଖଣ୍ଡଗିରି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ଗୁରୁବାର ତୃତୀୟ ଦିନରେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ପୂଜାର୍ଚ୍ଚନାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସାଧୁସନ୍ଥମାନେ ମେଳାରେ ଯୋଗ ଦେଉଛନ୍ତି।