Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maoist Rapaa / ହିଡମା ପରେ ରାପାକୁ ଖୋଜୁଛି ପୋଲିସ, ସରଣ୍ଡା ଜଙ୍ଗଲ ଏବେ ହାଇଆର୍ଲଟରେ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ହିଡମା ପରେ ରାପାକୁ ଖୋଜୁଛି ପୋଲିସ, ସରଣ୍ଡା ଜଙ୍ଗଲ ଏବେ ହାଇଆର୍ଲଟରେ

Key Points

ଝାଡ଼ଖଣ୍ଡର ଟପ୍ ମାଓ ନେତା ରାପାକୁ ଧରିବାକୁ କମ୍ବିଂ ଜୋରଦାର୍
ଝାରଖଣ୍ଡ ଓଡ଼ିଶା ସୀମା ସହ ସଂଲଗ୍ନ ସରଣ୍ଡା ଜଙ୍ଗଲ ଏବେ ହାଇଆର୍ଲଟରେ
ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍
ମା' ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ । ପୁଅ ଫେରିଲେ ତାକୁ କୋଳେଇ ଧରି ସବୁ କହିଦିଅନ୍ତା । ଧନରେ ସମସ୍ତେ ଫେରୁଛନ୍ତି, ତୁ କଣ ଆଉ ସତରେ କେବେ ଫେରିବୁନି। ତୁ କଣ କେବେ ସେ ଅନ୍ଧାରଗଡ଼ ଛାଡ଼ିବୁନି। ଫେରିଆରେ ଧନ... ତୋ ମା' ତତେ ଅପେକ୍ଷା କରିରହିଛି ଟିକେ ଦେଖିବା ପାଇଁ। ଏ ବୁଢ଼ୀଟା ଆଉ କେତେ ଦିନ ବଞ୍ଚିବ ? ତତେ କଣ ଭଲ ଲାଗୁଛି ମୋତେ ଏମିତି ହଇରାଣ କରିବାକୁ। ଏହା ହେଉଛି ଗୋଟେ ମା'ର ଲୁହଭରା କାହାଣୀ। କାହିଁ କେତେ ବରଷ ହେବ ପୁଅକୁ ଦେଖିନାହିଁ ବୋଲି ବାହୁନି ବାହୁନି କାନ୍ଦୁଛି ମା' । ଆଉ କହୁଛି ମୋ ପୁଅକୁ ଫେରେଇ ନେଇଆସ। ଆଜ୍ଞା ହଁ, ଇଏ ହେଉଛନ୍ତି ମାଓ ନେତା ରାପାର ମା'। ଯିଏ ଅପେକ୍ଷା କରିଛନ୍ତି ପୁଅର ଫେରିବା ବାଟକୁ।

ଝାଡ଼ଖଣ୍ଡର ଟପ ମାଓ ନେତା ରାପାକୁ ଧରିବାକୁ କମ୍ବିଂ । ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍ । ବାଙ୍କ ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ହେବା ପରେ ଝାରଖଣ୍ଡ ଓଡ଼ିଶା ସୀମା ସହ ସଂଲଗ୍ନ ସରଣ୍ଡା ଜଙ୍ଗଲ ଏବେ ହାଇ ଆର୍ଲଟରେ । ତେବେ ଓଡ଼ିଶା ଓ ଝାଡଖଣ୍ଡ ସୀମାନ୍ତ ଟପ୍ ମାଓ ନେତା ରାପା ଗାଁରେ ପହଞ୍ଚିଥିଲା ଅର୍ଗସ୍ ଟିମ । ରାପା ମାଓ ସଂଗଠନରେ ମିଶିବା ପରେ ଘରକୁ ଫେରିନି । ଦୀର୍ଘ ଦିନ ହେବ ରାପାର କୌଣସି ପତ୍ତା ନଥିବାବେଳେ ବୟସର ଅପରାହ୍ନରେ ପୁଅ ଫେରିବା ବାଟକୁ ଚାହିଁ ବସିଛି ବୁଢୀ ମା'। ରାପା ଘରକୁ ଫେରି ଆସିବାକୁ ସେ ଅପିଲ୍ କରିଛନ୍ତି।

ଏଥିସହ ପଢ଼ନ୍ତୁ: ୩୪ ଘଣ୍ଟା ଘେରାବନ୍ଦୀ, ୪ ଘଣ୍ଟା ଗୁଳିଚାଳନା...ଜାଣନ୍ତୁ କେମିତି ଦୁର୍ଦ୍ଦାନ୍ତ ମାଓବାଦୀ ହିଡମାକୁ କରାଗଲା ଏନକାଉଣ୍ଟର

ଗୋଟେ ମା' ପାଇଁ ତା ପୁଅ ସବୁଠୁ ବଡ଼। ପୁଅ ଯାହା ବି କରୁନା କାହିଁକି ମା' ଚାହେଁ ତା ପାଖେ ପାଖେ ସବୁବେଳେ ତା ପୁଅ ଥାଉ। ଗାଁଲୋକେ ବି କହୁଛନ୍ତି କି ଯେବେଠାରୁ ରାପା ଗାଁ ଛାଡି ମାଓବାଦୀଙ୍କ ସହ ସାମିଲ ହୋଇଛି, ସେବେଠାରୁ ଗାଁକୁ ଫେରିନାହିଁ। ବୁଢ଼ି ମା' ପାଖରେ କେହି ନାହାନ୍ତି। ଏହି ବୟରେ ନା ଚାଲିପାରୁଛନ୍ତି, ନା କିଛି କହିପାରୁଛନ୍ତି। ଯଦି ରାପା ଫେରିଆସନ୍ତା ତେବେ ବୁଢ଼ୀ ମା'ଟା ଶେଷ ସମୟରେ ଟିକେ ଖୁଶି ହୋଇଯାଆନ୍ତା।ଅନ୍ୟପଟେ ରାପା କେବେ ମାଓଗଡ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବ ତାହା ସମସ୍ତେ ଚାହୁଁଛନ୍ତି।

ସେପଟେ ଭୁଶୁଡ଼ୁଛି ମାଓଗଡ଼ । ଆନ୍ଧ୍ରପ୍ରଦେଶ ପୋଲିସକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲା ଟପ୍ ମାଓ କମାଣ୍ଡର୍ ହିଡମା । ଅଲୁରୀ ସୀତାରାମ ରାଜୁ ଜିଲ୍ଲାରେ ପୋଲିସ-ମାଓବାଦୀ ସଂଘର୍ଷରେ ବଡ଼ ସୂଚନା । ୬ଟାରୁ ୭ଟା ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଟପ୍ ମାଓ କମାଣ୍ଡର ହିଡମା ରହିଥିଲା । ହିଡମାଙ୍କ ସହିତ ତାଙ୍କ ପତ୍ନୀ ମଦକମ୍ ରାଜେ ଏବଂ ଚାରି ଜଣ ମାଓବାଦୀ ମଧ୍ୟ ଏହି ଏନକାଉଣ୍ଟରରେ ନିହତ ହୋଇଥିଲେ । ତେଣୁ ହିଡମା ପରେ ବର୍ତ୍ତମାନ ପୋଲିସ ରାପାକୁ ଧରିବାକୁ ଚେଷ୍ଟା କରୁଛି। ଧିରେ ଧିରେ ଭାଙ୍ଗିବ ମାଓଗଡ। ଭୟରେ ଥରୁଛନ୍ତି ମାଓବାଦୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maoist Rapaa | Police Hunt for Rapaa After Hidma Encounter; Saranda Forest on High Alert | Argus News | Argus News