Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକରେ ଲଜ୍ଜା, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

Odisha

କଟକରେ ଲଜ୍ଜା, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କଟକରେ ଲଜ୍ଜା, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

Key Points

  • କଟକରେ ଲଜ୍ଜା, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
  • ଜନ୍ମଦିନ ପାଳନ କରିବାକୁ ଡାକି ଧୋକାଦେଲା ପୁରୁଷ ବନ୍ଧୁ
  • ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କରୁଥିଲେ ବୟଫ୍ରେଣ୍ଡ ଓ ସାଙ୍ଗ
  • 4 କଲେଜ ସହପାଠୀଙ୍କ ସହ 6 ଅଭିଯୁକ୍ତ ଗିରଫ
  • ଆଇନ ମନ୍ତ୍ରୀଙ୍କ ଦୃଢ଼ୋକ୍ତି, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ
  • ମହିଳା ବିରୋଧୀ ହିଂସାକୁ ଦୃଢ଼ ହସ୍ତରେ ଦମନ କରିବେ ସରକାର

ଅର୍ଗସ ବ୍ୟୁରୋ:  କଟକର ଏ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ । ଅଭିଯୋଗ ଅନୁସାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଗୋପାଳପୁରର ଏକ ହଷ୍ଟେଲରେ ରହି ବାଦାମବାଡ଼ି ଥାନା ଅଞ୍ଚଳରେ ଥିବା ଏକ କଲେଜରେ ଯୁକ୍ତ 3 ପଢୁଥିବା ଜଣେ ଛାତ୍ରୀ । ଦଶହରା ସମୟରେ ପୁରୀଘାଟ ଥାନା ଅଞ୍ଚଳରେ ଥିବା ଏକ କାଫେରେ ନିଜ ବୟଫ୍ରେଣ୍ଡ୍ ସହ ଜନ୍ମଦିନ ପାଳନ କରିଥିଲେ ଛାତ୍ରୀ । ସେଠାରେ ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲା ପୁରୁଷ ବନ୍ଧୁ। ଅଶ୍ଳୀଳ ଭିଡିଓ ସୁଟିଂ ବି କରିଥିଲା । ଏଥିରେ ସହଯୋଗ କରିଥିଲା ସମ୍ପୃକ୍ତ ଛାତ୍ରର ସାଙ୍ଗ ତଥା କାଫେ ମାଲିକ । ପରେ ସେମାନେ ସେହି ଭିଡିଓ ଛାତ୍ରୀଙ୍କୁ ପଠାଇ ବାରଙ୍ଗ ଅଞ୍ଚଳରେ ଥିବା ଏକ ଘରକୁ ଡାକିଥିଲେ, ସେଠାରେ ଅନ୍ୟ 4 ଜଣଙ୍କ ସହ ମିଶି କରିଥିଲେ ଗଣଦୁଷ୍କର୍ମ। ପୋଲିସକୁ କହିଲେ ଭିଡିଓ ଭାଇରାଲ୍ କରିବାକୁ ଦେଇଥିଲେ ଧମକ। ତେବେ ସାହସ ଦେଖାଇ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ଗତ ମଙ୍ଗଳବାର ବାଦାମବାଡ଼ି ଥାନାରେ କରିଥିଲେ ଅଭିଯୋଗ। ଘଟଣାକୁ ଗୁରୁତର ସହ ନେଇ ଦୁଇଟି ଥାନାର ଅଧିକାରୀ ଓ ଏସିପିଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିସିପି । ୟା ଭିତରେ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ପୁରୀଘାଟ ଅଞ୍ଚଳରେ ଯେଉଁ କାଫେରେ ଅଶ୍ଳୀଳ ଭିଡିଓ କରାଯାଇଥିଲା ସେ ଘରର ମାଲିକ ନିଜ ଉପରୁ ଦୋଷ ଝାଡ଼ି ଦେଇଛନ୍ତି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ଏଠାକୁ ସବୁଦିନ ବହୁ ସଂଖ୍ୟାରେ ପୁଅ ଝିଅ ଆସନ୍ତି। କାଫେରେ ଜୋରରେ ଗୀତ ବାଜିବା ସହ କବାଟ ବନ୍ଦ କରିଦିଆଯାଏ। ସେପଟେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର। ଆଇନମନ୍ତ୍ରୀ କହିଛନ୍ତି ମହିଳାଙ୍କ ଉପରେ ଆକ୍ରମଣ ହେଉ କି ନିର୍ଯାତନା କିମ୍ବା ଦୁଷ୍କର୍ମ, ସବୁକୁ କଠୋର ଭାବେ ଦମନ କରିବେ ସରକାର । ମହିଳା ବିରୋଧୀ ଅପରାଧରେ ସରକାର ଆପଣାଉଛନ୍ତି ଶୂନ୍ୟ ସହନଶୀଳତା ନୀତି । ପୁଣି ଦଣ୍ଡବିଧାନ ହାରରେ ମଧ୍ୟ ଉନ୍ନତି ଆସିବ ବୋଲି ଦିନକ ତଳେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଗିରଫ 6 ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ବି ଥିବାବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ସପୃକ୍ତ ସାଇବର କାଫେକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଅଭିଯୁକ୍ତଙ୍କଠାରୁ ଜବତ ମୋବାଇଲକୁ ଯାଞ୍ଚ ପାଇଁ ଫୋରନସିକ ଲାବରୋଟାରୀକୁ ପଠାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
rape of college student in cuttack | Argus News