Videos
|
Odisha

ଆଜି ୧୦ ହଜାର ପଦ୍ମଫୁଲରେ ହେବ ମହାପ୍ରଭୁଙ୍କ ପଦ୍ମବେଶ

Smruti Parija
Browse all articles by Smruti Parija
·1 year ago·1 min read
ଆଜି ୧୦ ହଜାର ପଦ୍ମଫୁଲରେ ହେବ ମହାପ୍ରଭୁଙ୍କ ପଦ୍ମବେଶ

Key Points

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ ।

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଆଜି ରାତି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ । ତାପର ଦିନ ଅର୍ଥାତ ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ଭକ୍ତମାନେ ନିଜ ଚର୍ମଚକ୍ଷୁରେ ଦେଖିବାର ସୁଯୋଗ ପାଇପାରିବେ ।



ତେବେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଭୁବେନେଶ୍ୱରର ଜଣେ ଭକ୍ତ ଚିନ୍ତାମଣି ଦାସ ମଧ୍ୟ ଆବଶ୍ୟକୀୟ ପଦ୍ମଫୁଲ ଶ୍ରୀମନ୍ଦିରକୁ ଯାଇ ଗାରଦରେ ଯୋଗାଇ ଦେଇଛନ୍ତି । ଚିନ୍ତାମଣି ବିଭିନ୍ନ ଆଡୁ ପଦ୍ମଫୁଲ ଯୋଗାଡ଼ କରି ନେଇ ଆସିଛନ୍ତି ମହାପ୍ରଭୁଙ୍କ ପାଇଁ । ନିଜ ପରିବାରଙ୍କ ସହ ଆସି ମହାପ୍ରଭୁଙ୍କୁ ପ୍ରଦାନ କରି ଖୁସି ବ୍ୟକ୍ତ କରିଛନ୍ତି । ପ୍ରାୟ 10 ହଜାର ପଦ୍ମଫୁଲ ଚିନ୍ତାମଣି ମହାପ୍ରଭୁଙ୍କ ପାଇଁ ଆଣିଥିବାବେଳେ ଜୀବ ଥିବା ପର୍ଯ୍ୟନ୍ତ ସେ ମହାପ୍ରଭୁଙ୍କ ଏହି ସେବା କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଆଜିର ଦିନରେ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ। ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୁପ ଏହି ପଦ୍ମବେଶ ଅନୁଷ୍ଠିତ ହେଉଥିବା ବେଳେ,ସୋଲ,ଜରି,କନା,କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ। କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିଥାନ୍ତି ମହାପ୍ରଭୁ। ତେବେ ପଣ୍ଡୁ ପୂର୍ଣ୍ଣିମା ଠାରୁ ବେଶ ଅନୁକୂଳ ଆରମ୍ଭ ହୋଇଥିବା ବେଳେ ଅତ୍ୟନ୍ତ ନିଷ୍ଠାର ସହ ମହାପ୍ରଭୁଙ୍କ ସେବାକରି ନିଜକୁ ଧନ୍ୟ ମନେ କରନ୍ତି ବେଶ କାରିଗର ମାନେ।

rare-padma-vesha-of-mahaprabhu-to-be-held-at-puri-temple-today | Argus News