Videos
|
Odisha

ନାଲି ରଙ୍ଗର ଓଢଣୀ ଟାଣି ଘାସ ଗାଲିଚାରେ ବୁଲୁଛି ସାଧବ ବୋହୂ

Smruti Parija
Browse all articles by Smruti Parija
·1 year ago·2 min read
ନାଲି ରଙ୍ଗର ଓଢଣୀ ଟାଣି ଘାସ ଗାଲିଚାରେ ବୁଲୁଛି ସାଧବ ବୋହୂ

Key Points

ଧରିଣୀ ରାଣୀକୁ ରେଶମୀ ରଙ୍ଗରେ ସଜେଇ ଦେଇଛି ସାଧବ ବୋହୂ

ଏହି ସୁନ୍ଦର ପାଟ ପୋକର ଆୟୁ ସ୍ୱଳ୍ପ ଦିନ 

ପୂର୍ବେ ଏହି କୀଟକୁ ଔଷଧ ରୂପରେ ଗ୍ରହଣ କରୁଥିଲେ ଲୋକେ

ପହିଲି ବର୍ଷାର ପହିଲି ଜଳ ବିନ୍ଦୁ ଧରଣୀକୁ ଛୁଇଁବା ପରେ ଏହି ସାଧବ ବୋହୂମାନେ ନାଲି ରଙ୍ଗର ଓଢଣୀ ଟାଣି ଘାସ ଗାଲିଚାରେ ବୁଲୁଛନ୍ତି । ଶୂନଶାନ ପରିବେଶରେ ବେଙ୍ଗ ବେଙ୍ଗୁଲିର ରଡ଼ି ଏଥି ସହ ସବୁଜ ଘାସ ଗାଲିଚାରେ ଲାଲ ଟୁକୁଟୁକୁ ସାଧବ ବୋହୂମାନଙ୍କର ଚାଲି ଧରିଣୀ ରାଣୀକୁ ରେଶମୀ ରଙ୍ଗରେ ସଜେଇ ଦେଇଛି । ଥିରି ଥିରି ସୁନ୍ଦର ଚାଲି ଦେଖି କବିଙ୍କ କଲମରୁ ଆପେ ଆପେ ଚାଲିଆସେ କେତେ ଯେ କବିତା । ଏଭଳି ସୁନ୍ଦର ଜୀବ ଦେଖିବାକୁ ମିଳିଛି ଗୁଣୁପୁର ଅଞ୍ଚଳରେ ଥିବା ପଡିଆରେ ।



ମୌସୁମୀ ବର୍ଷାରେ ଗଛ ଲତା ପୁର୍ନଜୀବନ ପାଇ ପରିବେଶର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛନ୍ତି । ଏହି ସମୟରେ ପୃଥିବୀର ଅତି ସୁନ୍ଦର କୀଟ ସାଧବ ବୋହୂ ଘାସର ଗାଲିଚା ଉପରେ ଦେଖିବାକୁ ମିଳିଛନ୍ତି । ଆଜିକାଲି ଏମାନଙ୍କ ବଂଶ ଲୋପ ହେବାକୁ ବସିଥିବାବେଳେ କାଁ ଭାଁ କେଉଁଠି ଦେଖିବାକୁ ମିଳୁଛି । ଆଉ ଏମାନଙ୍କୁ ଦେଖିବାକୁ ପାଗଳ ହେଉଛନ୍ତି ପିଲାଠୁ ବୁଢା । ଦିନ ଥିଲା ବଗିଚା, ବାଡ଼ିରେ ବହୁ ପରିମାଣରେ ଦେଖିବାକୁ ମିଳୁଥିଲା ସାଧବ ବୋହୂ । କିନ୍ତୁ ଋତୁ ଚକ୍ରେରେ ପରିବର୍ତ୍ତନ ହେବା ସହ ଦିନକୁ ଦିନ ଜମିର ପରିମାଣ କମିବାରେ ଲାଗିଛି । ଯାହା ଫଳରେ ସାଧବବୋହୂ ଭଳି କୀଟ ଲୁପ୍ତ ହେବାରେ ଲାଗିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ପୋକର ରଙ୍ଗ ଗାଢ ସିନ୍ଦୂର ରଙ୍ଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିନ୍ଧି ସିନ୍ଦୂର ଲଗାଇଥିବା ଭଳି ଦିଶେ । ସେଥିପାଇଁ ଓଡ଼ିଆରେ ଏହାକୁ ସାଧାବ ବୋହୂ କୁହାଯାଏ । ଏହି ସୁନ୍ଦର ପାଟ ପୋକର ଆୟୁ ଅତି ସ୍ୱଳ୍ପ ଦିନ । ପୂର୍ବେ ଏହି କୀଟକୁ ଔଷଧ ରୂପରେ ଗ୍ରହଣ କରୁଥିଲେ । ଏହି କୀଟ ମୌସୁମୀର ଆଗମନକୁ ସୂଚାଇଥାଏ । ସମୟ ସାଙ୍ଗରେ ସବୁ ବିଲୁପ୍ତ ହେବାକୁ ବସିଲାଣି । ଏମାନଙ୍କ ସଂଖ୍ୟ ଧୀରେ ଧୀରେ କମିବାରେ ଲାଗିଛି । ଆଗୁଆ ସଚେତନ ନହେଲେ ଏହି ସୁନ୍ଦର କୀଟ ଦେଖିବାକୁ ମିଳିବ ନାହିଁ । ତେଣୁ ଏମାନଙ୍କ ବଂଶ ରକ୍ଷା କରିବା ଜରୁରୀ ହୋଇପଡିଛି ।

ପ୍ରକୃତି ସହ ପରିବେଶର ରହିଛି ନିବିଡ଼ ସମ୍ପର୍କ । ଦାରୁଣ ଗ୍ରୀଷ୍ମର ପ୍ରକପ ପରେ ଆସିଛି ମୌସୁମୀ ମୌସୁମୀର ପ୍ରଭାବରେ ଆନମନା ପ୍ରକୃତି । ପହିଲି ବର୍ଷାରେ ଶୁଷ୍କ ହୋଇପଡିଥିବା ଧରାପୃଷ୍ଠ ରଙ୍ଗୀନ ହୋଇ ଉଠିଛି । ସବୁଜ ଘାସ ଗାଲିଚାରେ ଖେଳୁଛି ନାଲି ଟୁକୁ ଟୁକୁ ସାଧବବାହୂ ।


rare-sadhaba-bohu-Worm-have-seen-in-rayagada-gunupur-area | Argus News