Videos
|
Odisha

ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର

Key Points

ବେଆଇନ୍ ହଷ୍ଟେଲ ବନ୍ଦ ପାଇଁ ଦାବି
ସାଲଗାଡିଆରେ ଥିବା ଡ୍ରିମ୍ ଏଜୁକେସନ ସେଣ୍ଟରକୁ ତୁରନ୍ତ ବନ୍ଦ କରିବାକୁ ଦାବି
ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଦାବିପତ୍ର

ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର । ବଲାଙ୍ଗିର ବାଞ୍ଜିପାଲିରେ ଥିବା ସାଲଗାଡିଆ ହେପି ହୋଲି ଆଣ୍ଡ ହୋଲି ହୋମ ସୋସାଇଟିର ଡ୍ରିମ ଏଜୁକେସନ ସେଣ୍ଟରକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ। ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ବରେ ପରିଷଦର ସଭ୍ୟ ମାନେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲୋକ ଜେନାଙ୍କୁ ଦାବୀପତ୍ର ଦେଇଛନ୍ତି।


ବେଆଇନ ହଷ୍ଟେଲ ବନ୍ଦ ପାଇଁ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ନୋଟିସ ଦିଆଯାଇଥିଲା। ଏନେଇ ବଲାଙ୍ଗିର ଜିଲ୍ଲାପାଳ,ବଲାଙ୍ଗିର ଏସପି,ଜିଲ୍ଲା ଶିକ୍ଷା ଅଧିକାରି,ଲୋଇସିଂହା ଆଇଆଇସିଙ୍କୁ ସୂଚନା ଦିଆଯାଇଥିଲା। ବେଆଇନ ହଷ୍ଟେଲ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ଓଡିଶା ଡିଜିପିଙ୍କୁ ନିର୍ଦେଶ ଦେଇଥିଲା ଗୃହବିଭାଗ। ଏସବୁ ସତ୍ବେ ବଲାଙ୍ଗିର ଜିଲ୍ଲା ପ୍ରଶାସନ କିନ୍ତୁ କାହିଁକି ବନ୍ଦ କରୁନାହିଁ ବେଆଇନ ହଷ୍ଟେଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rashtriya Hindu Parishad demands immediate closure of illegal hostels | Argus News