Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭ ହେଲା ରଥଭଙ୍ଗା: ନିଲାମ ହେବ ଚକ, ପ୍ରଭା,ଦ୍ୱାର ବେଢା, କୋଣଗୁଜ

Rashmita Mishra
Browse all articles by Rashmita Mishra
·10 months ago·1 min read
ଆରମ୍ଭ ହେଲା ରଥଭଙ୍ଗା: ନିଲାମ ହେବ ଚକ, ପ୍ରଭା,ଦ୍ୱାର ବେଢା, କୋଣଗୁଜ

Key Points

ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।


ଶୁକ୍ରବାରଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।

ରଥର ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ଆଦି ନିଲାମ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଲାମ କରାଯିବ । କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠଗୁଡ଼ିକ ବ୍ୟବହାର କରାଯିବ । ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି ।

ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ସମୟରେ ଏହି ରଥ ଦେଖିବାକୁ ଲୋକଙ୍କର ପ୍ରବଳ ଆଗ୍ରହ ଥିଲା । ନୀଳାଦ୍ରି ବିଜେ ପରଠାରୁ ଏହି ରଥଗୁଡ଼ିକ ଯେମିତି ଶ୍ରୀହୀନ ହୋଇପଡ଼ିଛନ୍ତି । ଆଜି ରଥଭଙ୍ଗା ପରମ୍ପରା ରହିଥିବାରୁ ଭଙ୍ଗା ଚାଲିଛି । ନୀଳାଦ୍ରି ବିଜେ ପରେ ଶ୍ରୀହୀନ ହୋଇପଡ଼ିଥିଲା ୩ଟି ରଥ।


ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rath Bhang Begins: Auction of Chaka, Prabha, Dwara Bedha & Konaguja | Argus News