Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରଥଯାତ୍ରାରେ ସୁରକ୍ଷା ନେଇ ବଡ଼ ବ୍ୟବସ୍ଥା, ନିୟୋଜିତ ହେବେ ୧୨ ହଜାର ପୋଲିସ

Odisha

Tight Security in Rath Yatra / ରଥଯାତ୍ରାରେ ସୁରକ୍ଷା ନେଇ ବଡ଼ ବ୍ୟବସ୍ଥା, ନିୟୋଜିତ ହେବେ ୧୨ ହଜାର ପୋଲିସ

Bikash Mohanty
Browse all articles by Bikash Mohanty
·1 hour ago·2 min read
ରଥଯାତ୍ରାରେ ସୁରକ୍ଷା ନେଇ ବଡ଼ ବ୍ୟବସ୍ଥା, ନିୟୋଜିତ ହେବେ ୧୨ ହଜାର ପୋଲିସ
Rath Yatra

Key Points

ରଥ ଯାତ୍ରାରେ ସୁରକ୍ଷା ନେଇ ବଡ଼ ବ୍ୟବସ୍ଥା
ନିୟୋଜିତ ହେବେ ୧୨ ହଜାର ପୋଲିସ
୧୯ ବରିଷ୍ଠ ଆଇପିଏସ ଅଧିକାରୀ ତଦାରଖ କରିବେ
ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ ସୁଚନା 

ପୁରୀ,୦୬/୦୭: ରଥଯାତ୍ରା ୨୦୨୬ ନେଇ ଓଡି଼ଶା ପୋଲିସର ଜୋରଦାର ପ୍ରସ୍ତୁତି।  ରଥଯାତ୍ରା ୨୦୨୬ ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ।  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶ ବିଦେଶରୁ ରଥଯାତ୍ରାରେ ସାମିଲ୍ ହୋଇଥାନ୍ତି। ଭକ୍ତଙ୍କ ସୁବ୍ୟବସ୍ଥିତ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୨ ହଜାରରୁ ଅଧିକ ପୋଲିସ ୧୯ ବରିଷ୍ଠ ଆଇପିଏସ ଅଧିକାରୀ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ଭିତର, ତିନି ରଥର ସୁରକ୍ଷା, ରଥଟଣା ସୁରକ୍ଷା, ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷା, ସମୁଦ୍ର ତଟରେ ସୁରକ୍ଷା, ରେଳ ଷ୍ଟେସନ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି।

ସେହିପରି ଚଳିତ ବର୍ଷ ରଥଯାତ୍ରାରେ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ସୁରକ୍ଷା ଦାୟିତ୍ବରେ ରହିବେ। ସିଆରପିଏଫ୍, ବିଏସଏଫ, ଆରପିଏଫ, ଏନଏସଜି ଟିମ୍ ମୁତୟନ ରହିବେ।

ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ରଥଟଣା ଗୁରୁତ୍ୱପୂର୍ଣ୍ଣ । ସେଥିଲାଗି ଚଳିତବର୍ଷ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା ପରିଚାଳନା କରାଯାଉଛି । ରଥଯାତ୍ରାକୁ ଅଘଟଣମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ଭିତରେ ଓ ତିନି ରଥର ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ରଥଟଣା ଓ ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷାକୁ ପୁଲିସ ବିଭାଗର ଫୋକସରେ ରହିବ। ସମୁଦ୍ର ତଟ, ରେଳ ଷ୍ଟେସନ୍ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଟେକ୍ନୋଲୋଜି ବ୍ୟବହାର କରାଯାଇ ରଥଯାତ୍ରାକୁ ପରିଚାଳନା କରାଯିବ। ରଥଯାତ୍ରା ସମୟରେ ପୁରୀ ସହର ସିସିଟିଭି ନଜରରେ ରହିବ ।

ପଢନ୍ତୁ ଏହି ଖବର: ରଥଯାତ୍ରାରେ କର୍ଡନ୍ ପାସ୍ ଉପରେ କଡ଼ା କଟକଣା ,ମନଇଚ୍ଛା ବଣ୍ଟନକୁ ନା

ଅନ୍ୟପକ୍ଷରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ପୁଲିସ ତରଫରୁ ସୋସିଆଲ ମିଡିଆ ଓ ହ୍ୱାଟ୍ସ୍ଆପ୍ ପ୍ଲାଟଫର୍ମରେ ଜାରି ହେଉଥିବା ଟ୍ରାଫିକ କଟକଣାକୁ ଅନୁସରଣ କରିବାକୁ ଡିଜିପି ଅନୁରୋଧ କରିଛନ୍ତି । ବର୍ଷା ହେଲେ ମଧ୍ୟ କିଭଳି ଟ୍ରାଫିକ ପରିଚାଳନା କରାଯିବ ତାହାର ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ଲାଗି ଓଡ଼ିଶା ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସମସ୍ତଙ୍କ ସହଯୋଗରେ ରଥଯାତ୍ରାକୁ ସଫଳ କରିବା ଲାଗି ଆହ୍ୱାନ ଦେଇଛନ୍ତି ଡିଜିପି ।

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ବଡ଼ଦାଣ୍ଡ ଉତ୍ସବମୁଖର। ରଥଯାତ୍ରାର କୋଣ ଅନୁକୋଣ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜେବିପିସି (JBPC) ମାଧ୍ୟମରେ ଏକ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଖୋଲାଯାଇଛି। ଏହା ସହିତ କୌଣସି ପ୍ରକାର ଜରୁରୀକାଳୀନ ସ୍ଥିତି ଏବଂ ସମନ୍ୱୟ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ମଧ୍ୟ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡ ଏବଂ ପୁରୀର ପ୍ରମୁଖ ସ୍ଥାନଗୁଡ଼ିକରେ ୨୨୫ ଜଣ ଏକଜ୍ୟୁଟିଭ ମାଜିଷ୍ଟ୍ରେଟ୍ ଦାୟିତ୍ୱ ସମ୍ଭାଳିବେ।

      ବର୍ଷା ପାଇଁ ଆଲର୍ଟ
ରଥଯାତ୍ରା ସମୟରେ ବର୍ଷା ଯୋଗୁଁ ଯେମିତି କୌଣସି ଅସୁବିଧା ନହୁଏ, ସେଥିପାଇଁ ପୁରୀରେ ୩୦ଟି ୱାଟର ଲଗିଙ୍ଗ ଏରିଆ ପାଣି ଜମୁଥିବା ସ୍ଥାନ ଚିହ୍ନଟ ହୋଇଛି। ସେଠାରୁ ତୁରନ୍ତ ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ହାଇପାୱାର ପମ୍ପ ଓ ସ୍ପେଶାଲ ଟିମ୍ ମୁତୟନ କରାଯାଇଛି। ସେହିପରି ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ଦାଣ୍ଡ ଆଖପାଖରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ। ସହରର ସ୍ୱଚ୍ଛତା ଏବଂ ଭକ୍ତଙ୍କ ସୁବିଧା ପାଇଁ ୧୭ ଶହ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ମଧ୍ୟ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored