Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରା ଦଳାଚକଟା ଘଟଣା: ଉନ୍ନୟନ କମିଶନର ତଥା ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ ଦେଲେ ବଡ଼ ପ୍ରତିକ୍ରିୟା

Ritu Das
Browse all articles by Ritu Das
·1 year ago·1 min read
ରଥଯାତ୍ରା ଦଳାଚକଟା ଘଟଣା:  ଉନ୍ନୟନ କମିଶନର ତଥା ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ ଦେଲେ ବଡ଼ ପ୍ରତିକ୍ରିୟା

Key Points

ଉନ୍ନୟନ କମିଶନର ତଥା ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ ଦେଲେ ବଡ଼ ପ୍ରତିକ୍ରିୟା

ଦଳା ଚକଟା ଘଟଣାର ଭିଡିଓ ଆମକୁ ପଠାଅ 

ତଦନ୍ତରେ ଆମକୁ ସହଯୋଗ କରିବ

ରଥଯାତ୍ରା ଦଳାଚକଟା ନେଇ ଉନ୍ନୟନ କମିଶନର ତଥା ତଦନ୍ତ କାରୀ ଅଧିକାରୀ ଅନୁ ଗର୍ଗଙ୍କ ପ୍ରତିକ୍ରିୟା। ଜନସାଧାରଣ ଙ୍କ ପାଖରେ ଦଳାଚକଟା ସମୟର ଯାହା ଭିଡିଓ କି ତଥ୍ୟ ଅଛି ତାହା ଆମକୁ ପ୍ରଦାନ କରନ୍ତୁ। ଅନେକ ଲୋକ ଦଳାଚକଟା ସମୟରେ video କରିଥିଲେ। ଯାହାକି ତଦନ୍ତରେ ସହଯୋଗ କରିବ। ନୂଆ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ ଆହୁରି ବି ଯିବି । ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ।


ଆସନ୍ତା୨୦ ସୁଦ୍ଧା ମେଲ ଆଇଡି puritragedy.inquiry@odisha.gov.inରେ ଭକ୍ତ ମାନେ ତଥ୍ୟ ପଠାଇ ପାରିବେ। ଏଥିସହ ଆସନ୍ତା ୯ ତାରିଖରେ ରାଜ୍ୟ ଅତିଥି ଭବନ ଓ ୧୦ ତାରିଖରେ ପୁରୀ ସ୍ପେସାଲ ଗେଷ୍ଟ ହାଉସରେ ଉନ୍ନୟନ କମିଶନରଙ୍କୁ ଭେଟି ସେମାନଙ୍କ ତଥ୍ୟ ରଖିପାରିବେ । ପୁରୀରେ ଗୁଣ୍ଡିଚା ମନ୍ଦିର ନିକଟରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ ନିଜେ ଏହାର ତଦନ୍ତ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rath-yatra-stampede-incident-development-commissioner-and-investigating-officer-anu-garg-gives-a-big-statement | Argus News